କରୋନାକୁ ନେଇ ଦେଶର ୧୦ କୋଟି ବୃଦ୍ଧ, ୪୦ କୋଟି ଉଚ୍ଚ ରକ୍ତଚାପ ଏବଂ ୭.୭ କୋଟି ମଧୁମେହ ରୋଗୀ ରୁହନ୍ତୁ ସତର୍କ


୨୧ ଦିନିଆ ଲକଡାଉନକୁ ଆଜି ୧୩ ଦିନ ପୂରଣ ହେଉଥିବାବେଳେ ୧୫ ଏପ୍ରିଲରୁ ଦେଶର ଅନେକ ସ୍ଥାନରୁ ଏହାକୁ ହଟାଇବାକୁ ଅନେକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । ଲକଡାଉନକୁ ନେଇ ଦେଶର ଅଧିକାଂଶ ଜନସାଧାରଣ ସରକାରଙ୍କର ସାମାଜିକ ଦୂରତା ନିୟମ ପାଳନ କରୁଥିବାବେଳେ ଅନ୍ୟ କେତେକ ଏହାକୁ ଉଲ୍ଲଘଂନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ମଧ୍ୟରେ ଦେଶର ୬୯ କୋଟି ଲୋକ ଅଣ ସଂକ୍ରମିତ ରୋଗ (ଏନସିଡି) କବଳରେ ପୀଡିତ ଥିବାବେଳେ ସେମାନଙ୍କ ମଧ୍ୟରେ ୬୦ ବର୍ଷିୟ ଏବଂ ତା’ଠାରୁ ଉର୍ଦ୍ଧ୍ୱ ଲୋକ ବୟସର ଲୋକ ମଧ୍ୟ ସାମିଲ ରହିଛନ୍ତି ।
ସାରା ବିଶ୍ୱରେ କରୋନାର ମାରାତ୍ମକ ପ୍ରଭାବ ବୃଦ୍ଧ ଏବଂ ଶିଶୁଙ୍କ ସମେତ ମଧୁମେହ, ହାର୍ଟ, ହାଇପରଟେନସନ ଏବଂ କିଡନୀ ଜନୀତ ରୋଗୀଙ୍କ ଉପରେ ମଧ୍ୟ ପଡିଥାଏ । କେବଳ ଏତିକି ନୁହେଁ ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୬.୬୯ ପ୍ରତିଶତ ୬୦ ବର୍ଷିୟ ବୟସ୍କ ଅଟନ୍ତି । ସେଥିପାଇଁ ଦେଶର ୧୦ କୋଟି ବୃଦ୍ଧ, ୭.୭ କୋଟି ମଧୁମେହ, ୧୧.୩୫ କୋଟି କିଡନୀ ଏବଂ ୪୦ କୋଟି ହାଇ ବ୍ଲଡ ପ୍ରେସର ରୋଗୀଙ୍କୁ ଏହି ସମୟରେ ସବୁଠାରୁ ଅଧିଳ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଏହା ବାଦ୍ ନ୍ୟାସନାଲ ହେଲଥ ପ୍ରୋଫାଇଲ ଅନୁଯାୟୀ, ଦେଶର ମୋଟ ଜନସଂଖ୍ୟା ମଧ୍ୟରୁ ୮.୫ ପ୍ରତିଶତ ୦ରୁ ୪ବର୍ଷିୟ ଏବଂ ୮.୯ ପ୍ରତିଶତ ୫ରୁ ୯ ବର୍ଷିୟ ଶିଶୁ ଅଟନ୍ତି ।
ଏହି ଭାଇରସର ବିପଦ ସଂପୂର୍ଣ୍ଣ ଋପେ ନଟଳିବା ଯାଏଁ ଏମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବେଶ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପରିସ୍ଥିତି ବର୍ତ୍ତମାନ ଏଠାରେ ନିୟନ୍ତ୍ରଣରେ ରହିଛି ଏବଂ ଅଳ୍ପ କିଛି ଦିନି ମଧ୍ୟରେ ଏହାର ପ୍ରଭାବ ଜଣାପଡିବ ।
କରୋନା ଟାଇମ ଲାଇନ
ସଂକ୍ରମଣର ୫-୬ ମଧ୍ୟରେ ଲକ୍ଷଣ ଦେଖାଦେଇଥାଏ ।
ସାମାନ୍ୟ ବ୍ୟକ୍ତିଙ୍କ ପାଇଁ ୧୪ ଦିନ ଆଇସୋଲେସନରେ ରହିବାର ଆବଶ୍ୟକତା ରହିଛି ।
ସୁସ୍ଥ ହେବା ପାଇଁ ଲାଗିପାରେ ୨ରୁ୮ ସପ୍ତାହ


Share It

Comments are closed.