ମଣିଷ ପରେ ଏବେ କରୋନା କବଳରେ ବାଘ, ଦେଖାଦେଲା କରୋନା ସମ୍ବନ୍ଧିୟ ଲକ୍ଷଣ


ଆମେରିକାରେ କରୋନା ଭାଇରସକୁ ନେଇ ଦେଖାଦେଇଥିବା ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମଧ୍ୟରେ ନ୍ୟୁୟର୍କର ଚିଡିଆଖାନାରେ ଏକ ବାଘୁଣୀକୁ କରୋନା ଭାଇରସ ଆକ୍ରାନ୍ତ କରିଥିବାର ମାମଲା ବର୍ତ୍ତମାନ ସାମନାକୁ ଆସିଛି । ଚିଡିଆଖାନର ଜଣେ ସଂକ୍ରମିତ କର୍ମଚାରୀଙ୍କ ଠାରୁ ଏହି ଭାଇରସ ବାଘୁଣୀକୁ ଆକ୍ରାନ୍ତ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏଭଳି କୌଣସି ପ୍ରାଣୀକୁ କରୋନା ଭାଇରସ ଆକ୍ରାନ୍ତ କରିଥିବାର ଏହା ପ୍ରଥମ ମାମଲା ବୋଲି ଶୁଣିବାକୁ ମିଳୁଛି ।
ପ୍ରକାଶ ଥାଉକି, ତାଜା ସୂଚନା ଅନୁଯାୟୀ ଆମେରିକାରେ କରୋନା ଭାଇରସ ସଂକ୍ରମଣ କାରଣରୁ ୨୪ ଘଣ୍ଟାରେ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ସଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦୦ ଲୋକେ ଏହି ଭାଇରସ କାରଣରୁ ପ୍ରାଣ ହରାଇ ସାରିଲେଣି । ବାଘୁଣୀ ସଂକ୍ରମିତ ହୋଇଥିବାର ମାମଲା ନ୍ୟୁୟର୍କସ୍ଥିତ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ହୋଇଥିବାବେଳେ ଚିଡିଆଖାନର କୌଣସି କର୍ମଚାରୀଙ୍କ ଏହି ଭାଇରସ ବାଘୁଣୀକୁ ସଂକ୍ରମିତ କରିଥିବାର ଜାଣିବାକୁ ମିଳିଛି । ଆମେରିକା କୃଷି ବିଭାଗର ରାଷ୍ଟ୍ରିୟ ପଶୁ ଚିକିତ୍ସକ ଲ୍ୟାବ୍ରୋଟେରୀରେ ବାଘୁଣୀର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ।
ମିଳିଥିବା ସୂଚନା ମୁତାବକ, ବାଘୁଣୀଟିକୁ ଦେଖାଶୁଣା କରୁଥିବା କର୍ମଚାରୀ ଜଣକ କରୋନା ସଂକ୍ରମିତ ହୋଇଥିବାରୁ ଏହି କାରଣରୁ ବାଘୁଣୀ ମଧ୍ୟ ଏହି ଭାଇରସ ସଂକ୍ରମଣ କରିଥିବାର ଜାଣିବାକୁ ମିଳିଛି ।


Share It

Comments are closed.