ମହାମାରୀ କରୋନା ବିରୋଧୀ ଲଢେଇ ପାଇଁ ସରକାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ସଚିନ


କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମହାମାରୀ କରୋନା ଭାଇରସ ବିରୋଧୀ ଲଢେଇ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପ୍ରମୁଖ ଖେଳାଳୀଙ୍କ ମଧ୍ୟରୁ ଏହାର ସର୍ବବୃହତ୍ତ ଦାନ ଅଟେ । ଅନେକ ନିଜର ବେତନ ରାଶି ପ୍ରଦାନ କରିବାର ଘୋଷଣା କରିଥିବାବେଳେ କେତେକ ଚିକିତ୍ସା ଉପକରଣ ମଧ୍ୟ ଦେଇ ସାରିଲେଣି ।
ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ୫୦ ଲକ୍ଷ ଟଙ୍କାର ଚାଉଳ ଗରିବଙ୍କୁ ବାଣ୍ଟିବା ପାଇଁ ଘୋଷଣା କରିଥିବାବେଳେ ସଚିନ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବାକି ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାର ନିଷ୍ପତି ନେଇଛନ୍ତି ।
ସେହିଭଳି ସଲଟର ପିଭି ସିନ୍ଧୁ ମଧ୍ୟ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ୫-୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୟୁସୁଫ ଏବଂ ଇର୍ଫାନ ଫଠାନ ବରୋଦର ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ୪୦୦୦ ଫେସ ମାସ୍କ ପ୍ରଦାନ କରିଥିବାବେଳେ ଅନ୍ୟପଟେ ଧୋନୀ ପୁଣେସ୍ଥିତ ଏକ ଚ୍ୟାରିଟି ଜରୀଆରେ ୧ଲକ୍ଷ ଟଙ୍କାର ପ୍ରଦାନ କରିଛନ୍ତି ।


Share It

Comments are closed.