ପାକିସ୍ତାନବାସୀ କରୋନା ସଂକ୍ରମଣକୁ ଗୁରୁତ୍ୱ ଦେଉନଥିବାରୁ ଦୁଃଖ ପ୍ରକାଶ କଲେ ସୋଏବ


କରୋନା ଭାଇରସ ସଂକ୍ରମଣ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବାବେଳେ ପାକିସ୍ତାନବାସୀ ଏହାକୁ ଗୁରୁତ୍ୱ ଦେଉନଥିବାର ଅଭିଯ୍ଧେଜ୍ଞ କରିଛନ୍ତି ପାକିସ୍ତାନ ଦଳର ପୂର୍ବତ୍ତନ ଦ୍ରୁତ ବୋଲର ସୋଏବ ଅଖତର । ୟୁଟ୍ୟୁବରେ ଏକ ଭିଡିଓ ସେୟାର କରି ଅଖତର ଏହି ସଂପର୍କରେ ସୂଚନା ଦେଇଥିବାବେଳେ ସେ କହିଛନ୍ତି ଯେ, ସ୍ପେନ, ଜର୍ମାନୀ, ଇଟାଲୀ, ଆମେରିକା ଏବଂ ଇଂଲଣ୍ଡ ଭଳି ଉନ୍ନତ ଦେଶମାନେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ଚେଷ୍ଟା ଚଳାଉଥିବାବେଳେ ସେମାନେ ଆଶାନୁରୂପ ସଫଳତା ହାସଲ କରିବାରେ ବିଫଳ ହୋଇଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ସହ ଆବଶ୍ୟକ ନହେଲେ ଘରୁ ନ ବାହାରିବାକୁ ବିଭିନ୍ନ ଦେଶର ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପରାମର୍ଶ ଦିଆଯାଇଥିବାବେଳେ କିନ୍ତୁ ପାକିସ୍ତାନରେ ଏହା ସଂପୂର୍ଣ୍ଣ ଓଲଟା । ପାକିସ୍ତାନବାସୀ ଏହି ସଂକ୍ରମଣକୁ ଗୁରୁତ୍ୱ ନଦେଇ ଏହାକୁ ପିକନିକ ଭଳି ସମୟ ଅତିବାହିତ କରୁଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେ କୌଣସି କାମରେ ଘର ବାହାରକୁ ଯାଇଥିଲେ ଏବଂ ଯଥା ଶୀଘ୍ର କାମସାରି ଘରକୁ ଫେରି ଆସିଥିଲେ କିନ୍ତୁ ରାସ୍ତା ଘାଟରେ ଯାହା ସବୁ ଦେଖିଲେ ତାହା ଦେଖି ସେ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ବାଇକରେ ୩ରୁ୪ ଜଣ ବସି ପିକନିକ କରିବାକୁ ଯାଉଥିବାବେଳେ ଅନ୍ୟପଟେ ଗୋଟିଏ ଦୋକାନରେ ଅନେକ ଲୋକେ ଏକାଠି ବସି ଏକତ୍ରିତ ହୋଇ ଖାଇବା ସହ ଖୁସିଗପ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟୀ ରଖିବାକୁ ସରକାର ପରାମର୍ଶ ଦେଇଥିବାବେଳେ ଜନସାଧାରଣ ଏହାକୁ ଅଣଦେଖା କରୁଛନ୍ତି, ଯାହାକି ପାକିସ୍ତାନ ପାଇଁ ଭୟାବହ ପରିସ୍ଥିତ ସୃଷ୍ଟି କରିପାରେ ବୋଲି ଅଖତର କହିଛନ୍ତି । ଏହା ସହ ଭାରତ କରୋନା ମୁକାବିଲା ପାଇଁ ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ପାକିସ୍ତାନ ସରକାର ତରନ୍ତ ଏହାକୁ ଅନୁସରଣ କରିବାକୁ ସେ ବାଦୀ କରିଛନ୍ତି ।
ପ୍ରକାଶ ଥାଉକି, ବର୍ତ୍ତମାନ ସାରା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢି ୫ ଲକ୍ଷ ଉର୍ଦ୍ଧ୍ୱକୁ ଚାଲିଯାଇଥିବାବେଳେ ଏଥିରେ ୨୨,୦୦୦ରୁ ଉର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇ ସାରିଲେଣି । ତେବେ ସାରା ବିଶ୍ୱରେ ବର୍ତ୍ତମାନ ସୁଧା ୧.୨୧ ଲକ୍ଷ ସଂକ୍ରମିତ ଠିକ ହୋଇ ଘରକୁ ଫେରି ସାରିଲେଣି ।


Share It

Comments are closed.