ଲକଡାଉନ ଯୋଗୁଁ ୨୦୦ କି.ମି ରାସ୍ତା ପାଦରେ ଚାଲି ଅତିକ୍ରମ କଲେ ୮ ମାସର ଗର୍ଭବତୀ


ଲକଡାଉନକୁ ନେଇ ସବୁଠାରୁ ଅଧିକ ପ୍ରଭାବିତ ପ୍ରବାସୀ ଶ୍ରମିକ ହୋଇଥିବାବେଳେ କାମ ବନ୍ଦକୁ ନେଇ ଚିନ୍ତାରେ ପଡିଥିବା ଶ୍ରମିକ ବର୍ତ୍ତମାନ ସହରରୁ ଗାଁକୁ ଆସିବା ପାଇଁ ହେଲେ ଚାଲି ଚାଲି ଆସିବାକୁ ପଡୁଛି । ଏହି ମଧ୍ୟରେ ଜଣେ ୮ମାସର ଗର୍ଭବତୀ ଚାଲି ଚାଲି ସୁଦୀର୍ଘ ୨୦୦ କି.ମି ଅତିକ୍ରମ କରି ନିଜ ଘରେ ଆସି ପହଞ୍ଚିଛନ୍ତି । ସେ ତାଙ୍କ ସ୍ୱାମୀଙ୍କ ସହ ଚାଲି ଚାଲି ନୋଏଡାରୁ ଜୈଲନରେ ଆସି ପହିଞ୍ଚିଛନ୍ତି ।
ନୋଏଡର ଏକ ନିର୍ମାଣଧୀନ ସାଇଟରେ ସେ ଦୀର୍ଘ ୫ ବର୍ଷ ହେବ କାର୍ଯ୍ୟରତ ଥିବା ଅଞ୍ଜୁ ଦେବୀ ୮ମାସର ଗର୍ଭବତୀ ଅଟନ୍ତି । କିନ୍ତୁ ଏହି ଲକଡାଉନ ପାଇଁ ତାଙ୍କ ରୋଜଗାର ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସେଥିପାଇଁ ସେ ଗାଁକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିଷ୍ପତି ନେଇଥିଲେ ।
ତାଙ୍କୁ ୨୦୦ କି.ମି ଅତିକ୍ରମ କରିବାକୁ ୨ ଦିନ ଏବଂ ୨ ରାତି ଲାଗିଯାଇଥିଲା । ନିଜ ଗାଁରେ ପହଞ୍ଚିବା ପରେ ଅଞ୍ଜୁ ଏବଂ ତାଙ୍କ ୨୮ ବର୍ଷିୟ ସ୍ୱାମୀ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ସେଠାରେ ମେଡିକାଲ ଚେକଅଫ କରାଇଥିଲେ । ସେଠାରେ ଡାକ୍ତର ତାଙ୍କର ଥର୍ମାଲ ଯାଞ୍ଚ କରାଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଥିବାର କହିଥିଲେ । ଏହା ସହ ଡାକ୍ତର ତାଙ୍କୁ ୧୪ ଦିନ ଘର ପରିବାର ଠାରୁ ଅଲଗା ରହିବା ପାଇଁ ପରାମର୍ଶ ଦେଇଥିଲେ । ଅଶୋକ ଜଣେ ଭୂମିହୀନ ଚାଷୀ ଅଟନ୍ତି ସେଥିପାଇଁ ସେ ନୋଏଡାରେ ଏକ ନିର୍ମାଣଧୀନ ସାଇଟରେ କାମ କରନ୍ତି ।


Share It

Comments are closed.