ବିରାଟଙ୍କ ପରେ ଏବେ କରୋନା ବିରୋଧୀ ଲଢେଇରେ ସାମିଲ ହେଲେ ରୋହିତ


ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରେ ବର୍ତ୍ତମାନ ରୋହିତ ଶର୍ମା କରୋନା ଭାଇରସ ବିରୋଧୀ ଲଢେଇରେ ସାମିଲ ହୋଇଛନ୍ତି । ରୋହିତ କରୋନା ବିରୋଧୀ ଲଢେଇରେ ୮୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ସେ ଏହି ରାଶି ଦେଶ, ରାଜ୍ୟ, ଗରିବ ଏବଂ ପଶୁଙ୍କ ପାଇଁ ଉତ୍ସଗୀକୃତ କରିଛନ୍ତି । ରୋହିତ ଶର୍ମା ପିଏମ କେୟାର ଫଣ୍ଡ, ସିଏମ ରିଲିଫ ପଣ୍ଡ, ଫିଡିଙ୍ଗ ଇଣ୍ଡିଆ ଏବଂ ଷ୍ଟ୍ରିଟ ଡଗ୍ସ ସଂସ୍ଥାକୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।
ତେବେ ଭାରତରେ କରୋନା ସଂକ୍ରମିତ ମାମଲା ୧୨୦୦ରୁ ପାର କରିଦେଇଥିବାବେଳେ ସୋମବାର ଦିନ ଏହି ସଂକ୍ରମିତ ଜନିତ ସବୁଠାରୁ ଅଧିକ ମାମଲା ସାମନାକୁ ଆସିଥିଲା । ସୋମବାର ଦିନ ୨୨୭ ନୂଆ ମାମଲା ସାମନାକୁ ଆସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ଆସି ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଦିଲ୍ଲୀରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ଦିନ ଦିଲ୍ଲୀରେ ୨୫ ନୂଆ ମାମଲା ସାମନାକୁ ଆସିବା ପରେ ବର୍ତ୍ତମାନ ସେଠାରେ ସଂକ୍ରମିତ ସଂଖ୍ୟା ୯୭ରେ ଆସି ପହଞ୍ଚିଛି ।


Share It

Comments are closed.