କରୋନା ସଂକ୍ରମଣରେ ମୃତ୍ୟୁ ବରଣ କଲେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ଫରା


ସାରା ବିଶ୍ୱରେ କରୋନା ଭାଇରସ ମହମାରୀ ଋପେ ଉଭା ହୋଇ ଅନେକଙ୍କ ଜୀବନ ନେଇ ସାରିଥିବାବେଳେ ଏହି ମଧ୍ୟରେ ଆଉ ଏକ ଦୁଃଖଦ ଖବର ବର୍ତ୍ତମାନ ସାମନାକୁ ଆସିଛି । କରୋନା ଭାଇରସରେ ଆକ୍ରାନ୍ତ ଥିବା ସୋମାଲିର କିମ୍ବଦନ୍ତୀ ଫୁଟବଲ ଖେଳାଳୀ ଅବଦୁଲକାଦିର ମହମ୍ମଦ ଫରା ମୃତ୍ୟୁ ବରଣ କରିଛନ୍ତି । ସେ କରୋନା ସଂକ୍ରମଣରେ ପୀଡିତ ଥିବାବେଳେ ଲଣ୍ଡନସ୍ଥିତ ନର୍ଥୱେଷ୍ଟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ୧୯୬୨ରେ ଫେବ୍ରୁଆରୀ ୧୬ରେ ଜନ୍ମିତ ଫରା ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବା ପରେ ସୋମାଲିର କ୍ରୀଡା ଏବଂ ଯୁବସେବା ମନ୍ତ୍ରଣାଳୟର ପରାମର୍ଶଦାତା ଋପେ ନିଯୁକ୍ତ ହୋଇଥିଲେ । ଆଫ୍ରିକାର ପ୍ରଥମ ଫୁଟବଲ ଖେଳାଳୀ ଭାବେ ସେ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ ସାରା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢି ୫ ଲକ୍ଷ ଉର୍ଦ୍ଧ୍ୱକୁ ଚାଲିଯାଇଥିବାବେଳେ ଏଥିରେ ୨୨,୦୦୦ରୁ ଉର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇ ସାରିଲେଣି । ତେବେ ସାରା ବିଶ୍ୱରେ ବର୍ତ୍ତମାନ ସୁଧା ୧.୨୧ ଲକ୍ଷ ସଂକ୍ରମିତ ଠିକ ହୋଇ ଘରକୁ ଫେରି ସାରିଲେଣି ।


Share It

Comments are closed.