କରୋନା ଭାଇରସରେ ସଂକ୍ରମିତ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ


ସାରା ବିଶ୍ୱରେ କରୋନାର କୋପ ଏଭଳି ସ୍ଥିତିରେ ପହଞ୍ଚିଛି ଯାହା ଦ୍ୱାରା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ପର୍ଯ୍ୟନ୍ତ କେହିବି ଏହାର ପ୍ରକୋପରୁ ବଞ୍ଚି ପାରୁ ନାହାନ୍ତି । ବର୍ତ୍ତମାନ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ନଡିନେ ଡୋରିସ ଏହି ରୋଗରେ ସଂକ୍ରମିତ ହୋଇଥିବାର ଜାଣିବାକୁ ମିଳିଛି । ଏହି ସଂପର୍କରେ ସୂଚନା ଖୋଦ ଡୋରିସ ଦେଇଥିବାବେଳେ ସେ ନିଜକୁ ଘର ଠାରୁ ଅଲଗା ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କୁ କିପରି ଏହି ରୋଗ ସଂକ୍ରମଣ କଲା ଏବଂ ତାଙ୍କ ସଂପର୍କରେ କିଏ କିଏ ଥିଲେ ସେଥିପାଇଁ ସ୍ୱାସ୍ଥ୍ୟ ଅଧିକାରୀ ବର୍ତ୍ତମାନ ତଦନ୍ତ କରୁଛନ୍ତି ।
ପ୍ରକାଶ ଥାଉକି, ଡୋରିସ ହେଉଛନ୍ତି ବ୍ରିଟେନର ପ୍ରଥମ ନେତା ଯିଏକି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।
ଯଦି ଆମେ ଭାରତ କଥା କହିବା ତେବେ ମଙ୍ଗଳବାର ଦିନ କେରଳରେ ୮, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ପୁଣିରେ ୩ଜଣ କରୋନା ଭାଇରସରେ ସଂକ୍ରମିତ ଥିବାର ସୂଚନା ମିଳିଥିବାବେଳେ ବର୍ତ୍ତମାନ ଭାରତରେ ଏହାର ସଂଖ୍ୟା ୬୧ରେ ଆସି ପହଞ୍ଚିଲାଣି ।


Share It

Comments are closed.