ନିଜ ଠାରୁ ୧୪ ବର୍ଷ ସାନ ମୁଗ୍ଧା ଗୋଡସେଙ୍କୁ ଡେଟ କରୁଛନ୍ତି ରାହୁଲ


ବଲିଉଡ ଜଗତରେ ଏଭଳି ଅନେକ ଯୋଡି ଅଛନ୍ତି, ଯେଉଁମାନେ ସର୍ବଦା ବୟସ ବ୍ୟବଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏମାନେ ହେଉଛନ୍ତି ସୈଫଅଲ୍ଲୀ ଖାନ-କରୀନା କପୁର, ଅମିର ଖାନ-କିରନ ରାଓ, ଅର୍ଜୁନ କପୁର-ମଲାଇକା ଅରୋରା ଏବଂ ମିଲିନ୍ଦ ସୋମନ-ଅଙ୍କିତା । ଏହି ତାଲିକାରେ ବର୍ତ୍ତମାନ ଆଉ ଏକ ନାମ ଯୋଡି ହୋଇଯାଇଥିବାବେଳେ ସେମାନେ ହେଉଛନ୍ତି ରାହୁଲ ଦେବ ଏବଂ ମୁଗ୍ଧା ଗୋଡସେ । ଉଭୟ ପରସ୍ପରଙ୍କୁ ଦୀର୍ଘ ଦିନ ହେବ ଡେଟ କରୁଥିବାବେଳେ ସେମାନଙ୍କ ମଧ୍ୟରେ ୧୪ ବର୍ଷର ବୟସ ବ୍ୟବଧାନ ରହିଛି ।

ରାହୁଲ ଏ ସଂପର୍କରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମ ଭିତରେ ୧୪ ବର୍ଷର ବୟସ ବ୍ୟବଧାନ ରିହିଛି । ପ୍ରଥମେ ଏହାକୁ ନେଇ ମୋତେ ଖରାପ ଲାଗୁଥିଲା କିନ୍ତୁ ପରେ ଭାବିଲି ଯେ, ମୋ ମା’ ବାପାଙ୍କ ମଧ୍ୟରେ ୧୦ ବର୍ଷର ବୟସ ବ୍ୟବଧାନ ରହିଥିଲା । ଯଦି ଦେଖାଯାଏ, ତେବେ ଆମ ଭିତରେ ବଡ ବୟସ ବ୍ୟବଧାନ ନାହିଁ । ମୋ ମତରେ ଯେବେ ପର୍ଯ୍ୟନ୍ତ ଆପଣ ଖୁସି, ତେବେ ଏହା କୌଣସି ଫରକ ପକାଏ ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମେ ଜଣେ ସାଙ୍ଗର ବିବାହ ଉତ୍ସବରେ ଭେଟ ହୋଇଥିଲେ, ଯାହା ଫଳରେ ଆମ ଭିତରେ ବନ୍ଧୁତ୍ୱ ବଢିଥିଲା । ଏହା ପରେ ଆମେ ପରସ୍ପରର ନିକଟତ୍ତର ହୋଇଥିଲୁ ଏବଂ ପରସ୍ପରକୁ ଭଲ ପାଇ ବସିଥିଲୁ । ”
ପ୍ରକାଶ ଥାଉକି, ରାହୁଲ ପୂର୍ବରୁ ରୀନାଙ୍କୁ ବିବାହ କରିଥିଲେ ଯିଏକି ୨୦୦୯ରେ କ୍ୟାନସରରେ ମୃତ୍ୟୁ ବରଣ କରିଥିଲେ ।


Share It

Comments are closed.