ଧୋନୀଙ୍କୁ ନେଇ କିଛି ଏପରି କହିଲେ ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର


ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏକ ବଡ କଥା କହିଛନ୍ତି । ତାଙ୍କ କହିବା ମୁତାବକ ସୀମିତ ଓଭର କ୍ରିକେଟରେ ତାଙ୍କ ଦଳକୁ ମହେନ୍ଦ୍ର ସିଂହ ଧୋନୀ ଏବଂ ମାଇକେଲ ବିଭାନଙ୍କ ଭଳି ଖେଳାଳୀଙ୍କ ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ବିପକ୍ଷରେ ୧୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ମଧ୍ୟକ୍ରମଙ୍କୁ ଖେଳାଳୀଙ୍କୁ ଖେଳାଇବା ଉତ୍ତମ ସୁଯୋଗ ରହିବ ।
ସେହିଭଳି ଆଇସିସି ଲାଙ୍ଗରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, “ଆମେ ଭାଗ୍ୟବାନ ଯେ, ଅତୀତରେ ଆମ ପାଖରେ ମାଇକେଲ ବିଭାନ ଏବଂ ମାଇକ ହସିଙ୍କ ଭଳି ଶ୍ରେଷ୍ଠ ଫିନିସର ଥିଲେ । ଧୋନୀ ମଧ୍ୟ ଏହି କ୍ଷେତ୍ରରେ ମହାରଥି ହାସଲ କରିଛନ୍ତି । ସେହଭଳି ଜୋସ ବଟଲର ମଧ୍ୟ ଏହି କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ”
ପ୍ରକାଶ ଥାଉକି, ନିକଟରେ ଅଷ୍ଟ୍ରେଲିଆ ଦଳ ସାଉଥ ଆଫ୍ରିକା ଠାରୁ ଦିନିକିଆ ସିରିଜରେ ୩-୦ରେ ପରାଜୟ ବରଣ କରିଥିବାବେଳେ ପୂର୍ବରୁ ଭାରତ ଠାରୁ ମଧ୍ୟ ଅଷ୍ଟ୍ରେଲିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।


Share It

Comments are closed.