ଆଉ ବଢିବନି ଲକଡାଉନ ସମୟସୀମା, ଏନେଇ ସ୍ପଷ୍ଟ କଲେ କେନ୍ଦ୍ର କ୍ୟାବିନେଟ ସଚିବ


କରୋନା ଭାଇରସକୁ ନେଇ ସାରା ଦେଶରେ ଉପୁଜିଥିବା ଲକଡାଉନ ସ୍ଥିତି ପାଇଁ ସମସ୍ତ ଘରେ ବନ୍ଦୀ ଭଳି ସମୟ କାଟୁଥିବାବେଳେ ଏହାର ସମୟସୀମା ଆଗକୁ ଆହୁରୀ ବଢିବ କି ନାହିଁ ସେ ସଂପର୍କିତ ଖବର ବର୍ତ୍ତମା ସାମନାକୁ ଆସିଛି । ଏହି ସଂପର୍କରେ ସୂଚନା ଦେଇ କେନ୍ଦ୍ର ସରକାରଙ୍କର କ୍ୟାବିନେଟ ସଚିବ ରାଜୀବ ଗୋଆ କହିଛନ୍ତି ଯେ, “ଏଭଳି ରିପୋର୍ଟ ଦେଖି ମୁଁ ଆଶ୍ଚର୍ଯ୍ୟ, ଆଗକୁ ଆମର ଏଭଳି କିଛି ଯୋଜନା ନାହିଁ ।”

ପ୍ରକାଶ ଥାଉକି, ବର୍ତ୍ତମାନ କରୋନାକୁ ନେଇ ସାରା ବିଶ୍ୱରେ ହାହାକାର ଖେଳିଯାଇଛି । ଏହି ଭାଇରସ ଯୋଗୁଁ ବିଶ୍ୱରେ ୩୩,୦୦୦ରୁ ଉର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇସାରିଲେଣି । ପ୍ରାଣ ହରାଇଥିବା ଏହି ୩୩,୦୦୦ ଙ୍କ ମଧ୍ୟରୁ ୨୦,୦୦୦କେବଳ ୟୁରୋପରୁ ଅଟନ୍ତି । ସେହିଭଳି ବିଶ୍ୱରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଥିବାବେଳେ ଇଟାଲୀ ଏବଂ ସ୍ପେନରେ ଗୋଟିଏ ଦିନ ୮୦୦ରୁ ଅଧିକ ମୃତ୍ୟୁ ବରଣ କରିସାରିଛନ୍ତି । ଏହି ଭାଇରସର ପ୍ରକୋପକୁ ରୋକିବା ପାଇଁ ସାରା ବିଶ୍ୱ ଜନସମୂଦାୟର ପ୍ରାୟ ଏକ ତୃତୀୟାଶଂ ଲକଡାଉନରେ ରହିଛି ।


Share It

Comments are closed.