ଗାଁ ଭିତରେ ପଶାଇ ଦେଲେନି ଗ୍ରାମବାସୀ, ଶେଷରେ ଗାଁ ବାହାରେ ଥିବା ଗଛ ଉପରେ କ୍ୱାରେଣ୍ଟାଇନରେ ରହିଲେ ୭ ଫେରାନ୍ତ ଯୁବକ


କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହାକୁ ପାଳକ କରିବାକୁ ପଶ୍ଚିମବଙ୍ଗର ଏର ଗ୍ରାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେବା ଭଳି ଘଟଣା ଏକ ଏବେ ଦେଖିବାକୁ ମିଳିଛି । ଘଟଣାଟି ଏହା ଯେ, ପଶ୍ଚିମବଙ୍ଗରେ ଚେନ୍ନାଇରୁ ଗାଁକୁ ଫେରିଥିବା ୭ଜଣ ଯୁବକଙ୍କୁ ଗ୍ରାମବାସୀ କରୋନା ଭାଇରସ ସଂକ୍ରମଣ ଭୟରେ ସେମାନଙ୍କୁ ଗ୍ରାମ ଭିତରେ ପ୍ରବେଶ କରାଇବାକୁ ମନାକରିଦେଇଥିଲେ । ଏବଂ ତାଙ୍କ ପାଇଁ ଗ୍ରାମରେ ବାହାରେ ଥିବା ଏକ ଗଛରେ ୮-୧୦ ଫୁଟ ଉଚ୍ଚତା ମଧ୍ୟରେ କେତେକ ବାଉଁଶ ଭାଡି କରାଯାଇ ଉକ୍ତ ୭ ଜଣ ଯୁବକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରତ୍ୟେକ ଭାଡି, ମଶାରୀ ଏବଂ ପ୍ଲାଷ୍ଟିକ ସପ୍ ଦ୍ୱାରା ଆଚ୍ଛାଦିତ ହୋଇଥିବାବେଳେ ଗ୍ରାମବାସୀ ସେମାନଙ୍କ ପାଇଁ ଗଛ ଉପରେ ଫୋନ ଚାର୍ଜିଙ୍ଗ ପଏଣ୍ଟ ପାଇଁ ପ୍ଲକ ଲଗାଇବାର ବ୍ୟବସ୍ଥା ଏବଂ ଆଲୋକ ପାଇଁ ଲାଇଟ ଲଗାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହା ସହ ସେମାନଙ୍କୁ ମୁହିଁରେ ଲଗାଇବା ପାଇଁ ମାସ୍କ ମଧ୍ୟ ପ୍ରଦାନ କରାଯାଇଛି ।
ଦିନକୁ ତିନି ଥର ଖାଦ୍ୟ ସଂଗ୍ରହ, ନିଜ ପୋଷାକ ଧୋଇବା ଏବଂ ନିଜକୁ କିଛି ସମୟ ପାଇଁ ମୁକ୍ତ କରିବା ଲାଗି ସେମାନେ ତଳକୁ ଓହ୍ଲାଇଥାନ୍ତି । ସମସ୍ତଙ୍କ ବୟସ ୨୨ରୁ ୨୪ ବର୍ଷ ମଧ୍ୟରେ ହୋଇଥିବାବେଳେ ସେମାନେ ସମସ୍ତେ ଅନ୍ୟ ରାଜ୍ୟରେ ଖଟୁଥିବା ପ୍ରବାସୀ ଶ୍ରମିତ ବୋଲି ଜାଣିବାକୁ ମିଳିଛି । ଏବଂ ଏମାନେ ସମସ୍ତେ ଆସିବା ଦିନ ଠାରୁ ଗ୍ରାମ ବାହାରେ ଥିବା ଏକ ଆମ୍ବଗଛ ଉପରୁ କ୍ୱାରେଣ୍ଟାଇନରେ ରହିଥିବାର ଜାଣିବାକୁ ମିଳିଛି ।


Share It

Comments are closed.