ପ୍ରିପେଡ଼ ଗ୍ରାହକମାନଙ୍କ ପାଇଁ ଏୟାରଟେଲ୍ ଆଣିଛି କମ୍ବୋ ରିଚାର୍ଜ ପ୍ୟାକ୍


ଭାରତର ଅଗ୍ରଣୀ ମୋବାଇଲ ଅପରେଟର, ଭାରତୀ ଏୟାରଟେଲ୍ ପକ୍ଷରୁ ଓଡ଼ିଶାରେ ଏହାର ପ୍ରିପେଡ଼ ଗ୍ରାହକମାନଙ୍କ ପାଇଁ ଏୟାରଟେଲ୍ର କମ୍ବୋ ରିଚାର୍ଜ ପ୍ୟାକ୍ର ଘୋଷଣା କରାଯାଇଛି । ପ୍ରିପେଡ଼ ଗ୍ରାହକମାନେ କେତେକ ଲୋକପ୍ରିୟ ତଥା ବ୍ୟୟସାପେକ୍ଷ ପ୍ୟାକ୍ ଯେପରିକି- ଟ. ୩୫, ଟ. ୬୫, ଟ. ୯୫, ଟ. ୧୪୫ ଓ ଟ.୨୪୫ ଉପରେ ବର୍ତ୍ତମାନ ଡାଟା, ଟକ୍ଟାଇମ୍ ଓ ଭ୍ୟାଲିଡିଟି ଏକାଠି ପାଇପାରିବେ ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍ ପକ୍ଷରୁ ଏହାର ପଶ୍ଚିମ ବଙ୍ଗ ଓ ଓଡ଼ିଶା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ସମୀର ଆଞ୍ଜରିଆ, କହିଛନ୍ତିଯେ, “ଆମେ ଆମର ଗ୍ରାହକମାନଙ୍କ ମତାମତ ଲଗାତାର ଭାବେ ଶୁଣୁଛୁ ଓ ଆକର୍ଷଣୀୟ ଆବିଷ୍କାର ମାଧ୍ୟମରେ ସେମାନଙ୍କ ଅନୁଭୂତିକୁ ବୃଦ୍ଧି କରୁଛୁ । ଏହି ବୈପ୍ଳବିକ ପ୍ରିପେଡ଼ ପ୍ୟାକ୍ଗୁଡ଼ିକ ଅତ୍ୟନ୍ତ ସରଳୀକୃତ ଭାବରେ ପ୍ରସ୍ତୁତ କରାଯାଇଛି, ଯାହା ଗ୍ରାହକମାନଙ୍କୁ ଉତ୍ତମ ଅନୁଭୂତି ଓ ବୃହତ ମୂଲ୍ୟ ପ୍ରଦାନ କରୁଛି ।”
ଏହି ନୂତନ କମ୍ବୋ ପ୍ୟାକ୍ ଏୟାରଟେଲ୍ର ଆସୀମିତ ରିଚାର୍ଜ ପ୍ୟାକ୍ଗୁଡ଼ିକୁ ପୂର୍ଣ୍ଣତା ପ୍ରଦାନ କରୁଛି, ଯେଉଁଥିରେ ରହିଛି ଅସୀମିତ କଲିଂ, ଫ୍ରି ନ୍ୟାସନାଲ୍ ରୋମିଂ, ଏସ୍ଏମ୍ଏସ୍ ଏବଂ ଆକର୍ଷଣୀୟ ଡାଟା ଲାଭ । ଅସୀମିତ ବଣ୍ଡଲ୍ଡ ପ୍ୟାକ୍ଗୁଡ଼ିକ ବୃହତ ମୂଲ୍ୟ ପ୍ରଦାନ କରୁଛି ଓ ଗ୍ରାହକମାନଙ୍କୁ ଏକ ପୂର୍ଣ୍ଣ ସ୍ମାର୍ଟଫୋନ୍ ଅନୁଭୂତି ଯୋଗାଇଦେବା ନିମନ୍ତେ ଏହାକୁ ପ୍ରସ୍ତୁତ କରାଯାଇଛି । ଅଧିକ ତଥ୍ୟ ଜାଣିବା ପାଇଁ ଗ୍ରାହକମାନେ https://www.airtel.in/prepaid-rechargeକୁ ଲଗଇନ୍ କରି ଏବଂ ନିକଟସ୍ଥ ରିଟେଲର୍ ଆଉଟଲେଟ୍ରୁ କିମ୍ବା ମାଇଁ ଏୟାରଟେଲ୍ ଆପ୍ ମାଧ୍ୟମରେ ରିଚାର୍ଜ କରିପାରିବେ ।


Share It

Comments are closed.