ରଣବୀର ସିଂହଙ୍କ ପୂର୍ବରୁ କେଉଁ କେଉଁ ବିଶିଷ୍ଟ ବ୍ୟକ୍ତି ଦୀପିକାଙ୍କ ପ୍ରେମରେ ପଡିଥିଲେ


ନିକଟ କିଛି ଦିନ ତଳେ ବଲିଉଡର ସବୁଠାରୁ ମୋଷ୍ଟ ଟକ୍କଡ କପୁଲ ସୋସିଆଲ ମିଡିଆରେ ଏକ ଘୋଷଣା କରିଛନ୍ତି । ଆଜ୍ଞା ହଁ ଆମେ ଦୀପିକା ଏବଂ ରଣବୀର ସିଂହଙ୍କ କଥା କହୁଛୁ । ଉଭୟ ସୋସିଆଲ ମିଡିଆ ଜରୀଆରେ ନିଜ ବିବାହର ଘୋଷଣା ମଧ୍ୟ କରି ସାରିଛନ୍ତି । ଉଭୟଙ୍କର ଗ୍ରାଣ୍ଡ ୱେଡିଙ୍ଗ ୧୪ ଏବଂ ୧୫ ନଭେମ୍ବରରେ ୨୦୧୮ରେ ଆୟୋଜିତ ହେବ । ବର୍ତ୍ତମାନ ଉଭୟଙ୍କର ବିବାହ କାର୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ୱେଡିଙ୍ଗ କାର୍ଡ ଦେଖି ପ୍ରସଂଶକଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ମଧ୍ୟ ପରସ୍ପରକୁ ଶୁଭକାମନା ଦେଉଛନ୍ତି ।
ବର୍ତ୍ତମାନ ସୁଧା ବିବାହ ସଂପର୍କିତ ଅଧିକ ତଥ୍ୟ କାହାକୁ ମିଳିନଥିବାବେଳେ  ସୂଚନା ଅନୁଯାୟୀ ଉଭୟ ଏକ ବିଳାୟପୂର୍ଣ୍ଣ ହୋଟେଲରେ ନିଜ ବିବାହ ସଂପନ୍ନ କରିବେ ବୋଲି ନିଷ୍ପତି ନେଇଛନ୍ତି । ଯେବେକି ତାଙ୍କର ରିସେପସନ ମୁମ୍ବାଇ ହେବ ବୋଲି ଜଣାପଡିଛି । ଦୀପିକା ଏବଂ ରଣବୀର ସିଂହଙ୍କ ଯୋଡି ଅନେକ ହିଟ ଫିଲ୍ମ ଦେଇଛନ୍ତି । ସଞ୍ଜୟ ଲୀଲା ବଂସାଲିଙ୍କର ରାମ ଲିଲା, ବାଜିରାଓ ମସ୍ତାନୀ ଏବଂ ପଦ୍ମାବତୀ ଭଳି ହିଟ ଫିଲ୍ମରେ ଉଭୟ ଏକାଠି କାମ କରି ସାରିଛନ୍ତି । ଉଭୟ ଦୀର୍ଘ ଦିନ ହେବ ପ୍ରେମ ସଂପର୍କରେ ଥିଲେ ।

ସପଟେ ରଣବୀରଙ୍କ ପୂର୍ବରୁ ଦୀପିକା ଅନେକ ଥର ନିଜ ଆଫେଆରକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଦୀପିକା ପୂର୍ବରୁ ରଣବୀର କପୁରଙ୍କ ସହ ନିଜ ପ୍ରେମ ସଂପର୍କକୁ ନେଇ ଅନେକ ଥର ଚର୍ଚ୍ଚାରେ ରହି ଆସିଥିବାବେଳେ ତା ପୂର୍ବରୁ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ବଲିଉଡ ସୁପରଷ୍ଟାର ଓ ବିଶିଷ୍ଟ ଶିଳ୍ପପତି ଏବଂ ଅନେକ ଗନ୍ୟମାନ୍ୟ ବ୍ୟକ୍ତିଙ୍କ ସହ ଦୀପିକାଙ୍କ ଆଫେୟାର ବହୁ ପୂର୍ବରୁ ରହି ଆସିଛି ।

 ନିହାର ପାଣ୍ଡିଆ –

ଦୀପିକା ସର୍ବ ପ୍ରଥମେ ଯାହାଙ୍କ ପ୍ରେମରେ ପଡିଥିଲେ ସେ ହେଉଛନ୍ତି ନିହାର ପାଣ୍ଡିଆ । ଦୁହେଁ ପୂର୍ବରୁ ଏକ ଆକ୍ଟିଙ୍ଗ ସ୍କୁଲରେ ପରସ୍ପରକୁ ଭେଟିଥିଲେ ଏବଂ ଦୀର୍ଘ ସମୟ ଯାଏଁ ପରସ୍ପର ଲଭ ଇନ ସଂପର୍କରେ ମଧ୍ୟ ଥିଲେ ।

ଉପେନ ପଟେଲ –

ଅଭିନେତା ଉପେନ ପଟେଲ ମଧ୍ୟ ଦୀପିକାଙ୍କୁ ଡେଟ କରିଥିଲେ କିନ୍ତୁ ଏମାନଙ୍କ ସଂପର୍କ ଅଳ୍ପ କିଛି ଦିନ ପାଇଁ ତିଷ୍ଠି ଥିଲା । ଏହା ପରେ ତାଙ୍କ ଜୀବନରେ ଜଣେ କ୍ରିକେଟର ଏଣ୍ଟ୍ରି ମାରିଥିଲେ ।

ଯୁବରାଜ ସିଂହ –

ଉପେନଙ୍କ ପରେ ଦୀପିକାଙ୍କ ଜୀବନରେ ଜଣେ କ୍ରିକେଟରଙ୍କ ଏଣ୍ଟ୍ରି ହୋଇଥିଲା । ସେଥିଲେ ଯୁବରାଜ ସିଂହ । ଯୁବରାଜ ସିଂହ ସେହି ସମୟର ସବୁଠାରୁ ବହୁଚର୍ଚ୍ଚିତ ଖେଳାଳୀ ଥିଲେ । ସେହି ସମୟରେ ଦୀପିକା ମଧ୍ୟ ଯୁବରାଜଙ୍କୁ ଡେଟ କରିଥିଲେ ।

ଏମ.ଏସ ଧୋନୀ –

ଦୀପିକାଙ୍କ ଜୀବନରେ ଆଉ ଜଣେ ଆଗାମୀ ଖେଳାଳୀ ଆସିଥିଲେ । ସେ ଥିଲେ ଏମ.ଏସ ଧୋନି । ଦୀପିକା ତାଙ୍କୁ ମଧ୍ୟ ଅନେକ ସମୟ ଧରି ଡେଟ କରୁଥିଲେ ।

 ସିଦ୍ଧାର୍ଥ ମାଲ୍ୟା –

ଦେଶ ଛାଡି ପଳାୟନ କରିଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ସହ ମଧ୍ୟ ଦୀପିକା ଡେଟ କରିଥିଲେ ।

 ରଣବୀର କପୁର –

ଦୀପିକା ରଣବୀର କପୁରଙ୍କ ନେଇ ମଧ୍ୟ ଡେଟ କରିଥିଲେ । ଏମାନଙ୍କ ସଂପର୍କକୁ ନେଇ ବଲିଉଡରେ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ମୁଜମିଲ ଇବ୍ରାହିମ –

ମିଳିଥିବା ସୂଚନା ମୁତାବକ ଦୀପିକା ମଡଲିଙ୍ଗ କରୁଥିବା ସମୟରେ ବହୁ ଚର୍ଚ୍ଚିତ ମଡେଲ ମୁଜମିଲ ଇବ୍ରାହିମଙ୍କ ପ୍ରେମରେ ମଧ୍ୟ ପଡିଥିଲେ । ଉଭୟ ପରସ୍ପରକୁ ଡେଟ ମଧ୍ୟ କରିଥିଲେ କିନ୍ତୁ ଘଟଣା ଏପରି ଘଟିଲା ଯେ, ଉଭୟଙ୍କ ପ୍ରେମ ସଂପର୍କ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା ।

ରଣବୀର ସିଂହ –

ଅନେକ ଦିନ ପର୍ଯ୍ୟନ୍ତ ରଣବୀର ସିଂହ ଏବଂ ଦୀପିକା ପ୍ରେମ ସଂପର୍କରେ ରହିଲା ପରେ ଏବେ ବିବାହ କରିବେ ବୋଲି ଘୋଷଣା କରିଛନ୍ତି । ଉଭୟଙ୍କର ସୁନ୍ଦର କେମେଷ୍ଟ୍ରି ଅନେକ ଗୁଡିଏ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା । ଉଭୟ ବିବାହ ଖବର ମିଳିବା ପରେ ପ୍ରସଂଶକମାନେ ଏବେ ଖୁବ ଉତ୍ସାହିତ ଥିବାର ମଧ୍ୟ ଜଣା ପଡୁଛି ।


Share It

Comments are closed.