କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ବିଆର୍ ଲାଇଫ୍ ୫କେ ଦୌଡ଼ ଆୟୋଜିତ


ବିଶ୍ୱ ହୃତପିଣ୍ଡ୍ ଦିବସ ଅବସରରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ବିଆର୍ ଲାଇଫ୍ ୫କେ ଦୌଡ଼ ଆୟୋଜିତ ହୋଇଯାଇଛି । ୧୨୦୦ରୁ ଉଦ୍ଧ୍ୱର୍ ଅଂଶଗ୍ରହଣକାରୀଙ୍କ ସହିତ ଏହି ଦୌଡ଼ ଆଜି ସକାଳ ୬:୦୦ରେ ଜନତା ମଇଦାନଠାରୁ ଆରମ୍ଭ ହୋଇ କଳିଙ୍ଗ ହସ୍ପିଟାଲଠାରେ ଶେଷ ହୋଇଥିଲା ।
ଏହି ଦିବସରେ ‘ମାଇଁ ହାର୍ଟ, ୟୋର ହାର୍ଟ’ ଭାବନା ସହିତ ଡାକ୍ତରମାନେ ଦୌଡ଼ିବା ସହରେ ହୃତ୍ପିଣ୍ଡର ଅସୁସ୍ଥତା ଓ ଲକ୍ଷଣ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଲୋକମାନେ ଅକ୍ଟୋବର ୧ ପର୍ଯ୍ୟନ୍ତ ହସ୍ପିଟାଲରେ ମାଗଣା ହାର୍ଟ ସ୍କ୍ରିନିଂର ସୁବିଧା ପାଇବେ । ଏହି ବିଆର୍ ଲାଇଫ୍ ୫କେ ରନରେ ଶ୍ରୀଯୁକ୍ତ ସତ୍ୟଜିତ୍ ମହାନ୍ତି, ଆଇପିଏସ୍ କମିସନର୍ ଅଫ୍ ପୋଲିସ୍, ଭାରତୀୟ ଦୌଡ଼ାଳୀ ଶ୍ରୀମତୀ ଦୁତି ଚାନ୍ଦ, ପୂର୍ବତନ କ୍ରିକେଟର୍ ଶ୍ରୀଯୁକ୍ତ ଦେବାଷିଶ ମହାନ୍ତି, ଉତ୍ତର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ଓଲିଉଡ଼ ଅଭିନେତା ଶ୍ରୀଯୁକ୍ତ ରୁଦ୍ର ପାଣିଗ୍ରାହୀ, ପ୍ରଥମ ଓଡ଼ିଆ ଏଭେରେଷ୍ଟ ପର୍ବତାରୋହୀ ଶ୍ରୀମତି କଳ୍ପନା ଦାସ, ବିଏମସି ମେୟର୍ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ର କାର୍ଡିଓଥୋରାସିସ୍ ସର୍ଜନ୍ ଡା. ଶ୍ୱେତାଙ୍କ ଦାସ, ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ର ହୃଦବିଶେଷଜ୍ଞ ଡା. ସୁଦିପ୍ତ ଆଚାର୍ଯ୍ୟ ପ୍ରମୂଖ ଉପସ୍ଥିତ ଥିଲେ ।

ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ର ହୃଦ୍ବିଶେଷଜ୍ଞ ଡା. ସୁଦିପ୍ତ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ଯେ, “ଆମେ ହୃଦ୍ଜନୀତ ସମସ୍ୟାଗୁଡ଼ିକ ପ୍ରତି ଲୋକମାନଙ୍କୁ ସଚେତନ କରାଉଛୁ । ଆରାମଦାୟକ ଜୀବନଶୈଳୀ, ଚାପଯୁକ୍ତ କାର୍ଯ୍ୟ ମଧ୍ୟରେ ରହି ଯୁବକମାନେ ସେମାନଙ୍କ ହୃତ୍ପିଣ୍ଡର ସୁସ୍ଥତା ଉପରେ ଗୁରୁତ୍ୱ ଦେଉନାହାନ୍ତି । ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ସଠିକ୍ ରକ୍ତଚାପ, ଉତ୍ତମ ନିଦ୍ରା ଇତ୍ୟାଦି ଜଣଙ୍କୁ ଏକ ସୁସ୍ଥ ହୃତ୍ପିଣ୍ଡ ପ୍ରଦାନ କରିବ ।” ଲୋକମାନଙ୍କୁ ନିୟମିତ ବ୍ୟାୟାମ ଦ୍ୱାରା ନିଜ ହୃତ୍ପିଣ୍ଡକୁ ସୁସ୍ଥ ରଖିବାକୁ ଆହ୍ୱାନ କରି ଶ୍ରୀଯୁକ୍ତ ହେମରାଜ ସିଂହ ପାର୍ମର୍, ବିଆର୍ ଲାଇଫ୍ର ଗୃପ୍ ସିଇଓ ପ୍ରକାଶ କରିଛନ୍ତି ଯେ, “ଆମେ ସମସ୍ତେ ଜାଣିଛୁ ଯେ, କାର୍ଡିଓ ଭାସକୁଲାର ରୋଗ ଯୋଗୁଁ ଅନେକ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏହି ବିଆର୍ ଲାଇଫ୍ ୫କେ ଦୌଡ଼ ମାଧ୍ୟମରେ ଆମେ ଲୋକମାନଙ୍କୁ ନିୟମିତ ବ୍ୟାୟାମ କରି ସେମାନଙ୍କ ହୃତ୍ପିଣ୍ଡକୁ ସୁସ୍ଥ ରଖିବାକୁ ଆହ୍ୱାନ କରୁଛୁ ।”


Share It

Comments are closed.