ବିଜେପି ନେତାଙ୍କୁ ରାବଣର ବଂଶଧର କହି ଆକ୍ଷେପ କଲେ କଂଗ୍ରେସ ନେତା ‘ଅଧିର ଚୌଦୁରୀ’


ବିଜେପି ନେତା ଅନନ୍ତ ହେଗଡେ, ମହାତ୍ମା ଗାନ୍ଧୀଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବର୍ତ୍ତମାନ ସଂସଦରେ ତୁମ୍ବତୋଫାନ ଖେଳିଯାଇଛି । ଅନନ୍ତଙ୍କ ଏହି ବୟାନକୁ ନେଇ କଂଗ୍ରେସ ସଂସଦ ଦଳୀୟ ନେତା ଅଧିର ରଞ୍ଜନ ଚୌଦୁରୀ ଏହାକୁ ତୀବ୍ର ଭର୍ସନା କରିଛନ୍ତି । ଅଧିର, ଅନନ୍ତଙ୍କ ଏହି ବୟାନକୁ ତୀବ୍ର ଭର୍ସନା କରି କହିଛନ୍ତି ଯେ, “ଆଜି ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଉଛନ୍ତି । ଏମାନେ ସମସ୍ତେ ରାବଣର ସନ୍ତାନ ଅଟନ୍ତି । ରାମଙ୍କ ପୂଜକଙ୍କୁ ଏମାନେ ଅପମାନିତ କରୁଛନ୍ତି । ”
ସଂସଦ ଆରମ୍ଭ ହେବା ପୂର୍ବରୁ ହେଗଡେଙ୍କ ଟିପ୍ପଣୀକୁ ନେଇ ସଂସଦରେ ଖୁବ ହଙ୍ଗାମା ହୋଇଥିଲେ । ଏହାକୁ ନେଇ ସଂସଦ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ପ୍ରକାଶ ଥାଉକି., ହେଗଡେ ରବିବାର ଦିନ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ସ୍ୱାଧିନତା ଆନ୍ଦୋଳନ ଏକ ନାଟକ ଥିଲା । ଏହା ପରେ ବିରୋଧୀ ସାଂସଦମାନେ, “ବିଜେପି ଦଳ, ଗୋଡସେ ଦଳ”ର ପୋଷ୍ଟର ଲଗାଇବା ଆରମ୍ଭ କରିଦେଲେଣି ।


Share It

Comments are closed.