ବିବାହ ପାଇଁ ମନା କରିବାରୁ ଅଧ୍ୟାପିକାଙ୍କୁ ଜିଅନ୍ତା ଜାଳିବା ପାଇଁ ଉଦ୍ୟମ କଲା ଦୁର୍ବୁତ୍ତ


ପୁଣିଥରେ ନାରୀ ଉପରେ ହିଂସାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ୱର୍ଧା ଅଞ୍ଚଳରେ ସୋମବାର ଦିନ ଜଣେ ୨୫ ବର୍ଷିୟା ଅଧ୍ୟାପିକା ଏକ ମାନସିକ ସ୍ତରରେ ଦୁର୍ବଳ ବ୍ୟକ୍ତିଙ୍କୁ ବିବାହ କରିବାକୁ ମନା କରିଦେବାରୁ ଉକ୍ତ ଯୁବକ ଜଣକ ତାଙ୍କ ଉପରେ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେବା ପାଇଁ ଉଦ୍ୟମ କରିଛନ୍ତି । ଅଧ୍ୟାପିକାଙ୍କୁ ନାଗପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଗମ୍ଭୀର ରହିଛି । ଅଧ୍ୟାପିକା କଲେଜ ଯାଉଥିବାବେଳେ ଉକ୍ତ ବୁବୃର୍ତ୍ତ ଜଣକ ତାଙ୍କ ସହ ଏହି ଅଘଟଣ ଘଟାଇଥିଲେ । ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିବାବେଳେ ପୀଡିତା ଏବଂ ଅଭିଯୁକ୍ତ ଉଭୟ ଗୋଟିଏ ଗ୍ରାମର ଅଟନ୍ତି ।
ମିଳିଥିବା ସୂଚନା ମୁତାବକ, ଅଧ୍ୟାପିକା ଜଣକ ବସରୁ ଓହ୍ଲାଇ କଲେଜ ଅଭିମୁଖେ ଯାଉଥିବାବେଳେ ଉକ୍ତ ଅଭିଯୁକ୍ତ ଜଣକ ହଠାତ୍ ତାଙ୍କ ପାଖକୁ ପେଟ୍ରୋଲ ନେଇ ଆସିଥିଲେ । ଏବଂ ଅଧ୍ୟାପିକା ଜଣକ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଜଣକ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।


Share It

Comments are closed.