ଏହି ସବୁ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ରସୁଣ


ଖାଲି ପେଟରେ ଏକ କୋଲା ଖାଇଲେ ବହୁ ରୋଗ ବେମାରୀରୁ ସହଜରରେ ମୁକ୍ତି ମିଳିଥାଏ । ନିୟମିତ ଖାଦ୍ୟରେ ରସୁଣ ସାମିଲ କରିବା ଦ୍ୱାରା କେବଳ ଥଣ୍ଡା ରୋଗରୁ ମୁକ୍ତି ମିଳିନଥାଏ ଅଧିକାଂଶ ରୋଗରୁ ମଧ୍ୟ ଆରାମ ମିଳିଥାଏ । ରସୁଣର ଫାଇଦା ବିଷୟରେ ଆୟୁର୍ବେଦ ସହିତ ଏଲୋପାଥିକ ଚିକିତ୍ସାରେ ମଧ୍ୟ ବର୍ଣ୍ଣନା ରହିଛି । ରସୁଣରେ ଏଲିସିନ ନାମକ ଉପଦାନ ରହିଛି । ଏହି ଏଲିସିନ ବ୍ୟକ୍ତିକୁ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାଏ । ରସୁଣରେ ମହଜୁଦ ସେଲେନିୟମ ପୁରୁଷଙ୍କ ପ୍ରଜନନ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମଧ୍ୟ ରହିଛି । ଏହା ଖାଇବା ଦ୍ୱାରା ପାଟିରୁ ବାହାରୁଥିବା ଖରାପ ବାସ୍ନା ମଧ୍ୟ ଦୂର ହୋଇଥାଏ ।
ଏଥିରେ ମହଜୁଦ ପ୍ରୋଟିନ ଓ କାର୍ବୋହାଇଡ୍ରେଟସ ଶରୀରକୁ ଶକ୍ତି ଯୋଗାଇଥାଏ । ଏଥିରେ ପର୍ଯ୍ୟାପ୍ତ ମାତ୍ରରେ କ୍ୟାଲସିୟମ ରହିଛି । ଏଣୁ ଏହା ଖାଇବା ଦ୍ୱାରା ଅସ୍ଥି ମଜବୁତ ହୋଇଥାଏ । ଏଥିରେ ମହଜୁଦ ଏଲିସିନ ଦ୍ୱାରା ଚର୍ବି କ୍ଷୟ ହୋଇଥାଏ । ଫଳରେ ଓଜନ ବୃଦ୍ଧି ଘଟି ନଥାଏ । ରସୁଣରେ ଥିବା ଫାଇବର କୋଷ୍ଠକାଠିନ୍ୟ ଓ ପେଟ ଯନ୍ତ୍ରଣା ସମସ୍ୟା ଦୂର କରିଥାଏ । ରସୁଣ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଓ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ ।
ରସୁଣ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ଓ କ୍ୟାନସର ଭଳି ଗମ୍ଭୀର ବେମାରୀ ସହ ଲଢିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ । ରସୁଣ ଶରୀରରେ ରକ୍ତ ପ୍ରବାହକୁ ସ୍ୱଭାବିକ କରିଥାଏ । ଗର୍ଭାବସ୍ଥା ସମୟରେ ନିୟମିତ ରସୁଣ ସେବନ ମା’ ଓ ଶିଶୁ ଭଭୟଙ୍କ ପାଇଁ ଲାଭ ଦାୟକ ହୋଇଥାଏ । ଏହା ଗର୍ଭସ୍ଥ ଶିଶୁର ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ


Share It

Comments are closed.