ଅଷ୍ଟ୍ରେଲିଆ ଗସ୍ତରେ ରୋହିତଙ୍କ ବାଦ ଘଟଣାକୁ ନେଇ କିଛି ଏପରି କହିଲେ ଗାଙ୍ଗୁଲୀ


ଦୁବାଇରେ ଚାଲିଛି ଫଟାଫଟ୍ କ୍ରିକେଟ ମହାକୁମ୍ଭ ଆଇପିଏଲ ୨୦୨୦। ଲିଗ୍‌ ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଆସି ପହଁଞ୍ଚିଛି ଆଇପିଏଲ୍‌ ଲିଗ୍। ମଙ୍ଗଳବାର ଦିନ ଚଳିତ ସିଜିନର ଶେଷ ଲିିଗ୍‌ ମ୍ୟାଚ ଖେଳାଯିବ। ଏହାପରେ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଆଇପିଏଲ ୨୦୨୦ର ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ ତାରିଖରେ ଖେଳାଯିବ।

ଏହାପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ। ନଭେମ୍ବର ୨୭ରୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ସହିତ ତାର ପ୍ରଥମ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ନାମ ଘୋଷଣା କରିଛି। ଏହି ସୂଚୀରେ ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମାଙ୍କୁ ବାଦ ଦିଆଯାଇଛି। ବିସିସିଆଇର ମେଡିକାଲ ଟିମ୍‌ ରୋହିତ ଓ ଈଶାନ୍ତଙ୍କ ଉପରେ ନଜର ରଖିବାକୁ ବିସିସିଆଇ କହିଛି। ଅଷ୍ଟ୍ରେଲିଆ ଗସ୍ତରେ ରୋହିତଙ୍କ ନାମ ନଥିବାରୁ ସେ ନେଇ ଲାଗି ରହିଛି ଚର୍ଚ୍ଚା। ଏସବୁ ମଧ୍ୟରେ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ରୋହିତଙ୍କ ଆହତ ଜନିତ ସମସ୍ୟାକୁ ନେଇ ନିଜ ମତ ରଖିଛନ୍ତି।

ସୌରଭ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ପୁରା ନଜର ରଖିଛି। ଆମେ ଚାହୁଁ ଯେ ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ହୁଅନ୍ତୁ। ଯଦି ସେ ଫିଟ୍‌ ଅଛନ୍ତି ତେବେ ଚୟନକର୍ତ୍ତା ରୋହିତଙ୍କ ସ୍ଥିତିକୁ ନେଇ ପୁଣି ସମୀକ୍ଷା କରିବେ ବୋଲି ସୌରଭ କହିଛନ୍ତି।

ଏଥିସହିତ ଈଶାନ୍ତ ଶର୍ମାଙ୍କୁ ନେଇ ମଧ୍ୟ ସୌରଭ ଗାଙ୍ଗୁଲି ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଯଦି ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଈଶାନ୍ତ ଫିଟ୍‌ ଘୋଷିତ ହୁଅନ୍ତି ତେବେ ସେ ଟେଷ୍ଟ ସିରିଜରେ ମୁଖ୍ୟ ଭୂମିକା ଗ୍ରହଣ କରି ପାରିବେ। ଏଥିପାଇଁ ରୋହିତ ଓ ଈଶାନ୍ତଙ୍କ ଉପରେ ପୁରା ନଜରର ରଖିଛୁ ବୋଲି ଗାଙ୍ଗୁଲି କହିଛନ୍ତି।

ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଅଷ୍ଟ୍ରେଲିଆ ବିପକ୍ଷରେ ଯାଇ ୩ଟି ଟି-୨୦ ମ୍ୟାଚ୍, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୭ରେ ଟିମ୍‌ ଇଣ୍ଡିଆ ତାର ଏହି ଗସ୍ତରେ ପ୍ରଥମ ମ୍ୟାଚ ଖେଳିବ।


Share It

Comments are closed.