ଆତଙ୍କବାଦ ବିରୋଧରେ ଫ୍ରାନ୍ସ ସରକାରଙ୍କ କଡା ଆଭିମୁଖ୍ୟ, ମାଲି ଏୟାର ଷ୍ଟ୍ରାଇକରେ ଏକାସାଙ୍ଗେ ୫୦ ଆତଙ୍କବାଦୀଙ୍କୁ କଲା ନିପାତ


ଆତଙ୍କବାଦ ବିରୋଧରେ ଫ୍ରାନ୍‌ସ ସରକାରଙ୍କ କଡା ପଦକ୍ଷେପ । ଫ୍ରାନସରେ ବିଗତ ଦିନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁରା ୟୁରୋପ ଚଳଚଞ୍ଚଳ ହୋଇଯାଇଛି । ଏହାରି ଭିତରେ ଫ୍ରାନ୍‌ସ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଉପରେ ଏକ ଶକ୍ତ ପ୍ରହାର କରିଛି । ପୂର୍ବ ଯୋଜନା ମୁତାବକ ମାଲି ଏୟାର ଷ୍ଟ୍ରାଇକରେ ୫୦ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇଛି ଫ୍ରାନ୍ସ । ଫ୍ରାନ୍ସର ରକ୍ଷାମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଜୀବନ୍ତ ଅବସ୍ଥାରେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଫ୍ରାନସରେ ପେଙ୍ଗବର ମହମ୍ମଦଙ୍କ କାର୍ଟୁନ ନିର୍ମାଣକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଏହାକୁ ନେଇ କିଛି ସହରରେ ଆତଙ୍କୀ ହମଲା ଘଟି ଚାଲିଥିଲା । ଯାହାକୁ ନେଇ ଫ୍ରାନସର ରାଷ୍ଟ୍ରପତି ଇମୁନୁଏଲ ମୈକ୍ରୋ ଚେତାବନୀ ଦେଇଥିଲେ । କୌଣସି ପ୍ରକାର ହିଂସାକୁ ଆମେ ପ୍ରୋତ୍ସାହନ ଦେବୁନାହୁଁ । ଏହା ବଦଳରେ ଉପଯୁକ୍ତ ଦଣ୍ଡ ହିଂସା ଭିଆଉଥିବା ଲୋକଙ୍କୁ ଦିଆଯିବ ।

ଫ୍ରାନ୍‌ସର ରକ୍ଷାମନ୍ତ୍ରୀ ଫ୍ଲୋରେନ୍‌ସ ପାର୍ଲିଙ୍କ ସୂଚନା ମୁତାବକ, ୩୦ ଅକ୍ଟୋବରରେ ଫ୍ରାନ୍‌ସ ସେନା ମାଲିରେ ଏୟାର ଷ୍ଟ୍ରାଇକ କରିଥିଲେ । ଯେଉଁଥିରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।


Share It

Comments are closed.