ବୀମା କରିବା କ୍ଷେତ୍ରରେ ଅନ୍ୟ ସହର ମାନଙ୍କଠାରୁ ଭୁବନେଶ୍ୱର ଆଗରେ


ଭାରତର ଅଗ୍ରଣୀ ଘରୋଇ ଜୀବନ ବୀମା ପ୍ରଦାନକାରୀ ସଂସ୍ଥା ମ୍ୟାକ୍ସ ଲାଇଫ୍ ଇନ୍ସୁରାନ୍ସ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ଭୁବନେଶ୍ୱରରେ ରହୁଥିବା ୭୮% ଲୋକ ସେମାନଙ୍କ ଜୀବନ ବୀମା କରିଛନ୍ତି । ମ୍ୟାକ୍ସ ଲାଇଫ୍ ଓ କାନ୍ତର ଆଇଏମ୍ଆର୍ବି ଦ୍ୱାରା କରାଯାଇଥିବା ‘ଇଣ୍ଡିଆ ପ୍ରୋଟେକ୍ସନ୍ କୋସେଣ୍ଟ’ ସର୍ବେକ୍ଷଣ ଅନୁ୍ଯାୟୀ, ଭୁବନେଶ୍ୱର ୧୦୦ରୁ ୩୬ ପ୍ରୋଟେକ୍ସନ୍ କୋସେଣ୍ଟରେ ରହିଛି ଓ ଭାରତର ସହରାଞ୍ଚଳମାନଙ୍କ ପାଇଁ ଜାତୀୟ ସ୍ତରରେ ହାରାହାରି ୩୫ ରହିଛି ।
ଭାରତର ସହରାଞ୍ଚଳରେ ପ୍ରୋଟେକ୍ସନ୍ କୋସେଣ୍ଟ ୩୫ ରହିଥିବାବେଳେ ପୂର୍ବ ଭାରତରେ ଏହା ମାତ୍ର ୩୩ ରହିଛି । କିନ୍ତୁ ଭୁବନେଶ୍ୱରର ପ୍ରୋଟେକ୍ସନ୍ କୋସେଣ୍ଟ ୩୬ ରହିବା ସହ ଏହା ବାଙ୍ଗାଲୋର, କଲିକତା, ପୁନେ, ଜୟପୁର ଆଦି ସହରମାନଙ୍କଠାରୁ ଉଚ୍ଚ ର‌୍ୟାଙ୍କରେ ଅଛି । ଭୁବନେଶ୍ୱର ହାସଲ କରିଥିବା ୪୦% ଟର୍ମ ଇନ୍ସୁରାନ୍ସ ଓନରସିପ୍ ଦେଶରେ ସର୍ବାଧିକ ଅଟେ । ଏଠାରେ ବାସ କରୁଥିବା ସମୁଦାୟ ଲୋକସଂଖ୍ୟାର ୬୪% ଏହାର ଉପାଦେୟତାକୁ ନେଇ ସଚେତନ ଅଟନ୍ତି । ଲାଇଫ୍ ଇନ୍ସୁରାନ୍ସ ଓ ଟର୍ମ ଇନ୍ସୁରାନ୍ସର ମାଲିକାନାକୁ ଦେଖାଗଲେ ଭାରତର ସହରାଞ୍ଚଳରେ ପୁରୁଷମାନଙ୍କ ହାର ମହିଳାମାନଙ୍କଠାରୁ ଅଧିକ ରହିଛି । ସହରାଞ୍ଚଳରେ ୬୮% ପୁରୁଷ ଲାଇଫ୍ ଇନ୍ସୁରାନ୍ସ ରହିଥିବାବେଳେ ୫୯% ମହିଳାଙ୍କ ଲାଇଫ୍ ଇନ୍ସୁରାନ୍ସ ରହିଛି । ସେହିପରି ଟର୍ମ ଇନ୍ସୁରାନ୍ସ କ୍ଷେତ୍ରରେ ପୁରୁଷଙ୍କ ହାର ୨୨% ରହିଥିବାବେଳେ ମହିଳାଙ୍କ ହାର ୧୯% ରହିଛି ।
ଶ୍ରୀଯୁକ୍ତ ଭି ବିଶ୍ୱନନ୍ଦ, ଡେପୁଟି ଏମ୍ଡି, ମ୍ୟାକ୍ସ ଲାଇଫ୍ ଇନ୍ସୁରାନ୍ସ ପ୍ରକାଶ କରିଛନ୍ତି ଯେ, “ଭୁବନେଶ୍ୱର ଯେପରି ଶିକ୍ଷା ଓ ଜ୍ଞାନକୌଶଳ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛି, ସେହିପରି ଆମର ‘ଇଣ୍ଡିଆ ପ୍ରୋଟେକ୍ସନ୍ ସର୍ଭେ’ ର ଲାଇଫ୍ ଇନ୍ସୁରାନ୍ସ ପ୍ରୋଟେକ୍ସନ୍ ଓ ନଲେଜ୍ ଇଣ୍ଡେକ୍ସରେ ମଧ୍ୟ ଉତ୍ତମ ର‌୍ୟାଙ୍କରେ ରହିପାରିଛି । ଦିଲ୍ଲୀ, ମୂମ୍ବାଇ, ବାଙ୍ଗାଲୋର ଭଳି ପ୍ରମୁଖ ସହରମାନଙ୍କଠାରୁ ମଧ୍ୟ ଲାଇଫ୍ ଇନ୍ସୁରାନ୍ସ କ୍ଷେତ୍ରରେ ଏହା ଆଗରେ ରହିଛି । ଏହା ଆଶ୍ଚର୍ଯ୍ୟର କଥା ଯେ, ୫୦% ଇନ୍ସୁରାନ୍ସଧାରୀମାନଙ୍କର ଟର୍ମ ଇନ୍ସୁରାନ୍ସ ରହିଛି, ଯାହା ଦେଶର ଅନ୍ୟାନ୍ୟ ସହରମାନଙ୍କଠାରୁ ସର୍ବାଧିକ ଅଟେ ।”


Share It

Comments are closed.