ରାମାୟଣ ଏବଂ ମହାଭାରତ ଶୁଣି ନିଜ ପିଲାଦିନ ବିତାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା


ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି ଯେ ତାଙ୍କ ମନରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି। କାରଣ ସେ ପିଲାଦିନର ପ୍ରାରମ୍ଭିକ ବର୍ଷରେ ଇଣ୍ଡୋନେସିଆରେ ରହୁଥିବାବେଳେ ହିନ୍ଦୁ କାହାଣୀ ରାମାୟଣ ଏବଂ ମହାଭାରତର ଉପନ୍ୟାସ ଶୁଣିଛନ୍ତି। ସେ ତାଙ୍କ ପୁସ୍ତକ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ରେ ଏହି କଥା ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ହୋଇପାରେ ଇଣ୍ଡୋନେସିଆ ଭାରତର ଛୋଟ ଆକାର ସଦୃଶ ଯାହା ତାଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ୨ହଜାରରୁ ଅଧିକ ସମୁଦାୟର ଲୋକ ବସବାସ କରନ୍ତି । ଏଠାକାର ଲୋକେ ୭୦୦ରୁ ଅଧିକ ଭାଷାରେ କଥାବାର୍ତ୍ତା କରନ୍ତି । ସେ ୨୦୧୦ରେ ରାଷ୍ଟ୍ରପତି ଭାବେ ପ୍ରଥମେ ଭାରତ ଗସ୍ତ କରିଥିଲେ । ଏହାପୂର୍ବରୁ କେବେ ଭାରତ ଆସିନଥିଲେ । କିନ୍ତୁ ଭାରତ ପ୍ରତି ତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରହିଛି ।

ସେ ଆହୁରି କହିଛନ୍ତି ଯେ, ପିଲାଦିନେ ଇଣ୍ଡୋନେସିଆରେ ଥିବା ବେଳେ ସେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣିଥିଲେ । ଏହା ହିନ୍ଦୁ ଧର୍ମ ପ୍ରତି ତାଙ୍କର ରୁଚି ହୋଇପାରେ । କଲେଜରେ ତାଙ୍କର ଅନେକ ପାକିସ୍ତାନୀ ଓ ଭାରତୀୟ ବନ୍ଧୁ ରହିଥିଲେ ।ସେମାନେ ତାଙ୍କୁ ଡାଲି ତିଆରି କରିବା ଶିଖାଇଥିଲେ ଓ ବଲିଉଡ୍ ଫିଲ୍ମ ମଧ୍ୟ ଦେଖାଇଥିଲେ ।

ସେ ଆହୁରି କହିଛନ୍ତି ଯେ,.ଭାରତ ପ୍ରତି ତାଙ୍କର ଆକର୍ଷଣର ପ୍ରମୁଖ କାରଣ ହେଉଛନ୍ତି ମହାତ୍ମା ଗାନ୍ଧୀ । ବ୍ରିଟିଶ ଶାସନ ବିରୋଧରେ ସେ ସତ୍ୟ, ଅହିଂସା ଲଡେଇ ଲଢିଥିଲେ । ଏହାସହ ଏକ ଆଶାର କିରଣ ମଧ୍ୟ ହୋଇଥିଲେ ।

ସୂଚନାଯୋଗ୍ୟ, ଏ ପ୍ରମିଜଡ୍ ଲ୍ୟାଣ୍ଡ୍ ପୁସ୍ତକରେ ଓବାମା ୨୦୦୮ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରୁ ଆରମ୍ଭ କରି ରାଷ୍ଟ୍ରପତି ପଦବୀ ଓ ଓସାମା ଲାଦେନର ମୃତ୍ୟୁ ବାବଦରେ ଅନେକ କଥା ଲେଖିଛନ୍ତି ।


Share It

Comments are closed.