ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଅଲମ୍ପିକ୍ ବିଜେତା କିପ୍ରୁଟ ହେଲେ ଗିରଫ


୩୦୦୦ ମିଟର ଷ୍ଟିପଲଚେଜରେ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କେନିଆର କନସେସଲୁସ କିପ୍ରୁଟ । ଏକ ନାବାଳିକା ସହ ଯୌନ ସଂପର୍କ ରଖିବା ଅପରାଧରେ ସେ ଗିରଫ ହୋଇଛନ୍ତି । ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ଯଦି କିପ୍ରୁଟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ କେନିଆର ଯୌନ ଅପରାଧ ଆଇନ ଅନୁସାରେ ୨୦ ବର୍ଷ କାରାଦଣ୍ଡ ହୋଇପାରେ । ସେ ଜଣେ ୧୫ବର୍ଷୀୟା ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିବା ଅଭିଯୋଗ ଆସିଥିଲା ।

ନିଜେ କିପ୍ରୁଟ ମଧ୍ୟ ପୁଲିସ ବିଭାଗରେ ଚାକିରି କରିଛନ୍ତି । କିପ୍ରୁଟଙ୍କ ନାମରେ ଯେଉଁ ଚାର୍ଜସିଟ୍‌ ହୋଇଛି, ସେ ଗତ ଅକ୍ଟୋବର ମାସ ୨୦ ଓ୨୧ ତାରିଖ ଦିନ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ପୁଲିସ ନିକଟରେ ଅଭିଯୋଗ ହେବା ପରେ ଗତ ୧୧ ତାରିଖରେ ସେ ଗିରଫ ହୋଇଥିଲେ ।


Share It

Comments are closed.