ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା


ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା ହୋଇଛି । ଏହି ଗସ୍ତରେ ଅଷ୍ଟ୍ରେଲିଆ ନିଜ ଟେଷ୍ଟ ଦଳର ଶ୍ରେଷ୍ଠ ଖେଳାଳୀ ମାରନଓ ଲାବୁସଚେଞ୍ଜଙ୍କୁ ସୁଯୋଗ ଦିଆଯାଇଥିବାବେଳେ ଅନ୍ୟପଟେ ୨୦୧୯ ବିଶ୍ୱକପ ଖେଳୁଥିବାବେଳେ ସାତ ଜଣଙ୍କ ଖେଳାଳୀ ଏହି ଗସ୍ତରୁ ବାଦ ପଡିଛନ୍ତି ।
ଦଳର ଅଧିନାୟକ ଆରୋନ ଫିଞ୍ଚ ଥିବାବେଳେ ଫ୍ୟାଟ କମିଙ୍ଗସ, ମିଚେଲ ଷ୍ଟାର୍କ, ଜୋଶ ହେଜେଲହୁଡଙ୍କ ଭଳି ଅଭିଜ୍ଞ ଖେଳାଳୀ ସହ ସିନ ଆବଟ ଏବଂ କେନ ରିଚାର୍ଡସନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଅନ୍ୟପଟେ ଓସମା ଖ୍ୱାଜା, ସନ ମାର୍ସ, ନାଥନ ଲିୟନ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋନିସ ଏବଂ ନାଥନ କାଉଣ୍ଟର ନିଲ ଏହି ସିରିଜରୁ ବାଦ ପଡିଛନ୍ତି ।
ଉଭୟ ଦଳ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ପ୍ରଥମ ମ୍ୟାଚଟି ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟଟି ରାଜକୋଟ ଏବଂ ତୃତୀୟଟି ବେଙ୍ଗାଲୁରୁରେ ଖେଳାଯିବ । ଭାରତ ଗସ୍ତ ପାଇଁ ଘୋଷିତ ହୋଇଥିବା କଙ୍ଗାରୁ ଦଳର ଖେଳାଳୀମାନେ ହେଲେ ଆରୋନ ଫିଞ୍ଚ, ସିନ ଆବଟ, ଆସ୍ତୋନ ଆଗର, ଆଲେକ୍ସ କ୍ୟାରି, ଫ୍ୟାଟ କମିନ୍ସ, ପିଟର ହ୍ୟାଣ୍ଡସକମ୍ବ, ଜୋସ ହେଜେଲହୁଡ, ମାରନସ ଲାବୁସଚେଞ୍ଜ, କେନ ରିଚାର୍ଡସନ, ଷ୍ଟିଭେନ ଷ୍ମିଥ, ମିଚାଇଲ ଷ୍ଟାର୍କ, ଆସ୍ତୋନ ଟର୍ନର, ଡେଭିଡ ୱାର୍ନର, ଆଡମ ଜମ୍ପା ।


Share It

Comments are closed.