ବହୁମତର ଦୁରୁପଯୋଗକୁ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ପୂର୍ବତ୍ତନ ରାଷ୍ଟ୍ରପତି


ପୂର୍ବତ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ବହୁମତର ଦୁରୁପଯୋଗକୁ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଆମେ ଭାବିଥାଉ କି ସଦନରେ ବହୁମତ ମିଳିଗଲେ ଆମେ ଯାହା ଚାହିଁବା ତାହା କରିପାରିବା, କିନ୍ତୁ ସେଭଳି କିଛି ବି ହୋଇନଥାଏ । ଏଭଳି ଲୋକଙ୍କୁ ଅତୀତରେ ସେହି ଜନତା ହିଁ ଦଣ୍ଡିତ କରିଛନ୍ତି ।’
ପ୍ରଣବ କହିଛନ୍ତି ଯେ, “ସଂସଦୀୟ ଲୋକତନ୍ତ୍ରରେ ସ୍ଥିର ସରକାର ଗଠନ ପାଇଁ ବହୁମତ ମିଳିଥାଏ । ଏବଂ ଯଦି ପୂର୍ଣ୍ଣ ବହୁମତ ନମିଳନ୍ତା ତେବେ ସରକାର ଗଠନ କରିବା ଅସମ୍ଭବ ହୋଇପଡନ୍ତା । କିନ୍ତୁ ଭବିଷ୍ୟତରେ ଜନପ୍ରତିନିଧି ସରକାରଙ୍କ ଉପରେ ଅବିଶ୍ୱାସ ପ୍ରକଟ କରିବେ ତାହାର ଗ୍ୟାରିଣ୍ଟି କିଛି ନାହିଁ । ”
ପ୍ରକାଶ ଥାଉକି, ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ଆନ୍ଦୋଳନ ତୀବ୍ର ଏବଂ ହିଂସ୍ର ହେବାରେ ଲାଗିଛି । ଦେଶର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ଅଣାୟତ ହୋଇଯିବା ହେତୁ ୧୪୪ ଧାରା ଲାଗୁ କରାଯିବା ସତ୍ତେ୍ୱ ମଧ୍ୟ ଏହା ଧିରେ ଅନ୍ୟ ରାଜ୍ୟମାନଙ୍କୁ ବ୍ୟାପିବାରେ ଲାଗିଛି ।


Share It

Comments are closed.