ଆପରୁ ଆଶୁତୋଷଙ୍କ ପରେ ବର୍ତ୍ତମାନ ଆଶିଷ ଦେଲେ ଇସ୍ତଫା

Share It

[vc_row][vc_column][vc_column_text]ଆମ ଆଦମୀ ପାର୍ଟିର ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି । ଆଶୁତୋଷଙ୍କ ପରେ ଏବେ ଆଉ ଜଣେ ବରିଷ୍ଠ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି । ଆଶୁତୋଷଙ୍କ ପରେ ବର୍ତ୍ତମାନ ଆଶିସ ଖୈତାନ ଦଳରୁ ଇସ୍ତଫା ଦେଇଛନ୍ତି । ଖୈତାନ ଦଳର ସଭାପତି ଅରବିନ୍ଦ କେଜ୍ରିୱାଲଙ୍କୁ ନିଜର ଇସ୍ତାଫା ପତ୍ର ପଠାଇବା ସ୍ୱରୁପ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଏହିଭଲି କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଖୈତାନ ଦିଲ୍ଲୀ ଲୋକସଭା ଆସନରୁ ପୁଣି ଥରେ ଲଢିବାକୁ ଚାହୁଁଥିଲେ କିନ୍ତୁ ଦଳ ତାଙ୍କ ପ୍ରତିବଦଳରେ ଆଉ ଏକ ନୂଆଁ ଚେହେରା ଓହ୍ଲାଇବାକୁ ଚାହୁଁଛି ଯେଉଁଥିପାଇଁ ସେ ଏପରି କରିଥାନ୍ତି ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଦଳକୁ ନିଜର ସଦସ୍ୟତା ପଦରୁ ଇସ୍ତଫା ଦେବା ପୂର୍ବରୁ ଖୈତାନ ଦିଲ୍ଲୀ ଡାଇଲଗ କମିଶନର ଉପାଧ୍ୟକ୍ଷକ ପଦରୁ ମଧ୍ୟ ଇସ୍ତଫା ଦେଇସାରିଛନ୍ତି ।[/vc_column_text][vc_single_image image=”4281″ img_size=”full” alignment=”center”][vc_column_text]ଏହି ସଂପର୍କରେ ସେ ନିଜେ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କର ଧ୍ୟାନ ବର୍ତ୍ତମାନ ‘ଲ’ ପ୍ରାକଟିସ ଉପରେ ରହିଛି, ଯେଉଁପାଇଁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଚାହିଁଛନ୍ତି । ସେ ଆଇନରେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ବିଦେଶ ଯିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ସେ ରାଜନୀତିରୁ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ନିକଟସ୍ତ ସୂତ୍ରରୁ ସୂଚନା ମିଳିଛି ।
କେଜ୍ରିୱାଲଙ୍କ କହିବା ମୁତାବକ ସେ ଯଦି ଆଶିଷ ‘ଲ’ରେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ଦଳକୁ ନିଜର ଇସ୍ତାଫା ପତ୍ର ଦେବା ବଦଳରେ ଉକ୍ତ ସମୟ ପାଇଁ ଛୁଟି ନେଇପାରନ୍ତି ଏବଂ ପଢା ଶେଷ ହେବା ପରେ ପୁଣି ଥରେ ଦଳରେ ଯୋଗଦେଇପାରନ୍ତି ବୋଲି କହି ତାଙ୍କୁ ବୁଝାଇବାରେ ଲାଗିପଡିଛିନ୍ତି ।
ସେହିଭଳି ଗତ ନିର୍ବାଚନରେ ଆଶିଷଙ୍କୁ ୨.୯ ଲକ୍ଷ ଭୋଟ ମିଳିଥିବାବେଳେ ତାଙ୍କର ପ୍ରତିଦ୍ୱିନ୍ଦୀ ତଥା ବିଜେପି ନେତ୍ରୀ ମିନାକ୍ଷୀ ଲେଖୀଙ୍କ ଠାରୁ ୧.୬ ଲକ୍ଷ ଭୋଟରେ ହାରିଯାଇଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ ଅଜୟ ମାକନ ୧.୮୨ ଲକ୍ଷ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ ।[/vc_column_text][/vc_column][/vc_row]


Share It

Comments are closed.