ଉର୍ବଶୀ ରଓତେଲାଙ୍କୁ ନେଇ କିଛି ଏଭଳି ମଜାଦାର ବୟାନ ଦେଲେ ପାକିସ୍ତାନୀ ବୋଲର ନସିମ ଶାହା, ଦେଖନ୍ତୁ ଭିଡିଓ


ପାକିସ୍ତାନର ଯୁବ ଦ୍ରୁତ ବୋଲର ନସିମ ଶ।।ହା ବଲିଉଡ ଅଭିନେତ୍ରୀ ଉର୍ବଶୀ ରଓତେଲାଙ୍କୁ ନେଇ ଏକ ମଜାଦାର ବୟାନ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ଉର୍ବଶୀ ରଓତେଲା ନିକଟତରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ ଆସିଥିବାର ଦେଖିବାକୁ ମିଳିଥିଲା । କିଛି ଦିନ ପୂର୍ବରୁ ଉର୍ବଶୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଏଡିଟ ଭିଡିଓ ଅପଲୋଡ କରିଥିଲେ ଯେଉଁଥିରେ ସେ ନସିମ ଶାହାଙ୍କ ସହ ଦେଖିବାକୁ ମିଳିଥିଲା । ଉର୍ବଶୀଙ୍କ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ନେଇ ତାଙ୍କୁ ଖୁବ ସମାଲୋଚନା ମଧ୍ୟ କରାଯାଇଥିଲା ।

 

View this post on Instagram

 

A post shared by DBTV Sports (@dbtvsports)

ବର୍ତ୍ତମାନ ୧୯ ବର୍ଷିୟ ନସିମ ଶାହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହିଛନ୍ତି ଯେ, “ଉର୍ବଶୀ ରଓତେଲା କିଏ ଏବଂ ସେ କାହିଁକି ଏହି ଭିଡିଓ ସେୟାର କରିଥିଲେ ” । ଭିଡିଓରେ ନସିମ ଶାହା କହିଛନ୍ତି ଯେ, “ହସତ ଆପଣଙ୍କ ପ୍ରଶ୍ନ ଉପରେ ଲାଗୁଛି ଯେ ମୋତେ ଜଣା ନାହିଁ ଉର୍ବଶୀ ରଓତେଲା କିଏ ଏବଂ କେମିତି ଅଟନ୍ତି । ଜଣା ନାହିଁ ଲୋକେ ଏଭଳି ଭିଡିଓ କାହିଁକି କରୁଛନ୍ତି । ମୋତେ ତ ଏ ବିକ୍ଷୟରେ ମଧ୍ୟ ଜଣାନାହିଁ ଏଭଳି କ’ଣ ଏବଂ କାହିଁକି ହେଲା । ବର୍ତ୍ତମାନ ମୋର କେବଳ କ୍ରିକେଟ ଉପରେ ଫୋକସ ଅଛି”


Share It

Comments are closed.