ଭୁବନେଶ୍ୱର୍‌ର ସିମ୍ଫୋନି ମଲ୍ ଠାରେ ସ୍ମାର୍ଟ ବଜାର୍‌ର ନୂତନ ଗ୍ରାଣ୍ଡ ଷ୍ଟୋର୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଭୁବନେଶ୍ୱର ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍ ଠାରେ ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଦ୍ୱାରା ସ୍ମାର୍ଟ ବଜାର୍‌ର ଗ୍ରାଣ୍ଡ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ଷ୍ଟୋର୍‌ରେ ଉତ୍ପାଦଗୁଡ଼ିକ ବଜାର ମୂଲ୍ୟ ଠାରୁ ୫% କମ୍ ମୂଲ୍ୟରେ ଉପଲବ୍ଧ ହେଉଥିବାବେଳେ ଗ୍ରାହକମାନେ ୧୪୯୯ଟଙ୍କାର ଏକ ସର୍ବନିମ୍ନ ବିଲିଙ୍ଗ ଉପରେ ୧ କେଜି ଚିନି କିମ୍ବା ୨ କେଜି ପିଆଜକୁ ପ୍ରତି କେଜି ପିଛା ମାତ୍ର ୯ଟଙ୍କା ମୂଲ୍ୟରେ ପାଇପାରିବେ । ଏହି ଶୁଭାରମ୍ଭ ଅବସରରେ ଅନେକ ସଂଖ୍ୟକ ଗ୍ରାହକ, ଲାଇଭ ମ୍ୟୁଜିକାଲ ପରିବେଷଣ ଏବଂ ଚାଟ୍ ତଥା କଟନ୍ କ୍ୟାଣ୍ଡି କାଉଂଟର ଭଳି କାର୍ଯ୍ୟକଳାପ ଦେଖିବାକୁ ମିଳିଛି ।


Share It

Comments are closed.