ପ୍ରଥମ ଏଭରେଷ୍ଟ ମହିଳା ଆରୋହୀ – ଅରୁଣିମା ସିହ୍ନା


ଯୁବ ସମୟ – ଅରୁଣିମା ସିହ୍ନା ଏଭରେଷ୍ଟ ପର୍ବତ ଆରୋହଣ କରିଥିବା ଭାରତର ପ୍ରଥମ ମହିଳା । ସେ ମଧ୍ୟ ପ୍ରଥମ ଭିନ୍ନକ୍ଷମ ମହିଳା ପର୍ବତ ଆରୋହୀ । ସେ ଜଣେ ଜାତୀୟ ଭଲି ବଲ ଖେଳାଳି । ବିଶ୍ୱରେ ବିଭିନ୍ନ ଉଚ୍ଚ ପର୍ବତ ଆରୋହଣ କରି ଭାରତର ପତକା ଉତ୍ତେଳନ କରିବା ପାଇଁ ତାଙ୍କର ଲକ୍ଷ୍ୟ ରହିଛି । ଅଦ୍ୟାବିଧି ସେ ୬ଟି ଉଚ୍ଚ ପର୍ବତ ତଥା ଏସିଆର ଏଭରେଷ୍ଟ, ଆଫ୍ରିକାର କିଲିମାନଞ୍ଜାରୋ, ଇଉରୋପର ଏଲବ୍ରସ, ଅଷ୍ଟ୍ରେଲିଆର କସସୁଇସଜୋକୋ, ଆର୍ଜେଣ୍ଟିନାର ଆକୋନସାଗୁଆ ଏବଂ ଇଣ୍ଡୋନିସିଆର କ୍ରଷ୍ଟିନଜ ପିରାମିଡ ଆରୋହଣ କରିସାରିଛନ୍ତି ।
ଅରୁଣିମା ସିହ୍ନା ଭାରତର ଉତ୍ତର ପ୍ରଦେଶର ଆମ୍ବେଦକର ନଗରରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୦୧୧ ମସିହାରେ ଟ୍ରେନରେ କିଛି ଚୋରଙ୍କୁ ପ୍ରତିରୋଧ କରିବା ସମୟରେ ତାଙ୍କୁ ସେମାନେ ଟ୍ରେନରୁ ଠେଲି ଦେଇଥିଲେ ଯାହା ଦ୍ୱାରା ସେ ନିଜର ଏକ ଗୋଡ ହରାଇଥିଲେ । ସେ ଏଆଇଆଇଏମ ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ସେ ଏଭରେଷ୍ଟ ପର୍ବତ ଆରୋହଣ ପାଇଁ ମନୋବଳ ଦୃଢ କରିଥିଲେ । ୟୁବରାଜ ସିଂହଙ୍କ ଦ୍ୱାରା ସେ ପ୍ରୋତ୍ସାହିତ ହୋଇ ପର୍ବତ ଆରୋଗଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସେ ଉତ୍ତର କାଶୀର ନେହେରୁ ଇନଷ୍ଟିଟ୍ୟୁଟ ଅଫ ମାଉନେଣ୍ଟନିୟରିଂରୁ ପ୍ରଶି କ୍ଷଣ ପ୍ରାପ୍ତ କରିଥିଲେ । ଅରୁଣିମା ବରୋଦ୍ରାର ସ୍ୱାମୀ ରାମ କ୍ରିଷ୍ଣ ମିଶନ ସହଯୋଗରେ ଏଭରେଷ୍ଟ ପର୍ବତ ଆରୋହଣ କରିଥିଲେ । ତାଙ୍କର ଲିଖିତ ବହି ବର୍ଣ୍ଣ


Share It

Comments are closed.