ଏଏମ୍/ଏନ୍ଏସ୍ ଇଣ୍ଡିଆ ନିଜର ହାଇପର୍ମାର୍ଟ ରିଟେଲ୍ ଚେନ୍କୁ ୫୦ଟି ଆଉଟ୍ଲେଟ୍କୁ ସମ୍ପ୍ରସାରଣ
ଭୁବନେଶ୍ୱର: ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଦେଶର ବିସ୍ତୃତ ଏମ୍ଏସ୍ଏମ୍ଇ ବର୍ଗକୁ ସେବା ପ୍ରଦାନ କରୁଥିବା ଏହାର ଖୁଚୁରା ଆଉଟ୍ଲେଟ୍ର ଜାତୀୟ ନେଟ୍ୱର୍କ, ହାଇପର୍ମାର୍ଟର ପୁନଃ ଶୁଭାରମ୍ଭ ଓ ସମ୍ପ୍ରସାରଣ କରାଯାଇଛି । ଏଏମ୍/ଏନ୍ଏସ୍ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ନେଟ୍ୱର୍କକୁ ୫୦ଟି ଆଉଟ୍ଲେଟ୍କୁ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି । ଫ୍ୟାବ୍ରିକେଟର୍ସ, ଇଞ୍ଜିନିୟରିଙ୍ଗ୍ ସାମଗ୍ରୀ ଓ ଅଟୋମୋବାଇଲ ଶିଳ୍ପର ଉପକରଣ ଭଳି କ୍ଷେତ୍ରରେ ଏମ୍ଏସ୍ଏମ୍ଇ ପାଇଁ ଷ୍ଟିଲ୍ ଗ୍ରେଡ୍ସର ଖୁଚୁରା, ବାଣିଜ୍ୟ ଓ ଶେଷ ମାଇଲ୍ ବିକ୍ରି ଲାଗି ଏକ ସମନ୍ୱିତ ପ୍ଲାଟ୍ଫର୍ମ । ହାଇପର୍ମାର୍ଟ ମାନୁଫ୍ୟାକ୍ଚରର୍ ବା ଉତ୍ପାଦକମାନଙ୍କ ଏଏମ୍/ଏନ୍ଏସ୍ ଉତ୍ପାଦଗୁଡିକ ପାଇଁ ସିଧାସଳଖ ପହଂଚ ପ୍ରଦାନ କରିଥାଏ, ଯାହାକୁ ସେମାନେ ସିଧାସଳଖ ଷ୍ଟିଲ୍ କାରଖାନାଗୁଡିକରୁ ଆଣିବାକୁ ସକ୍ଷମ ହୋଇନଥାନ୍ତି । ଏମ୍ଏସ୍ଏମମ୍ଇଗୁଡିକ ପ୍ଲାଟ୍ଫର୍ମର ଅର୍ଡର କଷ୍ଟମାଇଜେଶନ ଓ ଭାଲ୍ୟୁ-ଆଡେଡ୍ ପ୍ରଡକ୍ଟଗୁଡିକରୁ ଲାଭାନ୍ୱିତ ହୋଇଥାନ୍ତି ଯାହାକି ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ୟାରେଂଟ୍ କମ୍ପାନୀ ଆର୍ସେଲର ମିତଲ ଓ ନିପ୍ପନ ଷ୍ଟିଲ୍ର ଟେକ୍ନୋଲୋଜି ଓ ଉଦ୍ଭାବନର ଆପ୍ଲିକେଶନରୁ ଉପକୃତ ହୋଇଛି । ହାଇପର୍ମାର୍ଟ ଉନ୍ନତ ସହଜତା, ପହଂଚ ଓ ସୁବିଧା ସହିତ ନୂତନ ଉତ୍ପାଦ ଶୃଙ୍ଖଳା ପ୍ରଦାନ କରୁଛି । ଏମ୍ଏସ୍ଏମ୍ଇ ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖିଲେ, ହାଇପର୍ମାର୍ଟ ହେଉଛି ଏକ ବ୍ୟାପକ ବର୍ଗର ଉତ୍ପାଦଗୁଡିକୁ ଦକ୍ଷତାର ସହିତ ହାସଲ କରିବାର ଏକ ୱାନ୍-ଷ୍ଟପ୍ ଡେଷ୍ଟିନେଶନ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ କୋଭିଡ୍-୧୯ ମହାମାରୀ ପରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ପୁନର୍ଜୀବିତ କରିବା ନେଇ ସରକାରଙ୍କ ପ୍ରୟାସଗୁଡିକୁ ସମର୍ଥନ କରିବା ଲାଗି ହାଇପର୍ମାର୍ଟକୁ ନବୀକରଣ କରିଛି । ଏଏମ୍/ଏନ୍ଏସ୍ ଇଣ୍ଡିଆ ହାଇପର୍ମାର୍ଟର ଉପସ୍ଥିତିକୁ ପ୍ରମୁଖ ଏମ୍ଏସ୍ଏମ୍ଇ ହବ୍ ଯେପରିକି ହାଜିରା, ତାଲୋଜା, ମାଙ୍ଗାଲୋର, ଘାଜିଆବାଦ,ହାଇଦ୍ରାବାଦ, କୋଏମ୍ବାଟୁର ଓ ବେଙ୍ଗାଲୁରୁ ଆଦିରେ ସମ୍ପ୍ରସାରଣ କରିଛି । ହାଇପର୍ମାର୍ଟ ଖୁବ୍ଶୀଘ୍ର ଅହମ୍ମଦାବାଦ, ଲୁଧିଆନା ଓ ଜୋଧପୁର ଭଳି ଏମ୍ଏସ୍ଏମ୍ ହବ୍ଗୁଡିକୁ ନିଜର ଉପସ୍ଥିତି ବିସ୍ତାର କରିବ । ଏଏମ୍/ଏନ୍ଏସ୍ ଇଣ୍ଡିଆର ମାର୍କେଟିଙ୍ଗ୍ ବିଭାଗର ଉପାଧ୍ୟକ୍ଷ ଓ ନିର୍ଦ୍ଦେଶକ ଆଲୈନ ଲେଗ୍ରିକ୍ସ କହିଛନ୍ତି, ଆମେ ଆମର ରିଟେଲ୍ ନେଟ୍ୱର୍କ ହାଇପର୍ମାର୍ଟର ଏକ ବୃହତ୍ ସମ୍ପ୍ରସାରଣ ମାଧ୍ୟମରେ ଆମର ଉପସ୍ଥିତି ଓ ଅଫରିଙ୍ଗ ଗୁଡିକୁ ମଜଭୁତ କରିଛୁ । ଏହି ସମ୍ପ୍ରସାରଣ ଆମର ଉପଭୋକ୍ତାଙ୍କ ପାଇଁ ଗୁଣାତ୍ମକ ଷ୍ଟିଲ୍ର ଉନ୍ନତ ପହଂଚ ଓ ସର୍ବୋତମ ସେବା ସୁନିଶ୍ଚିତ କରିବ । ସେହିପରି ଏଏମ୍/ଏନ୍ଏସ୍ ଇଣ୍ଡିଆର ମୁଖ୍ୟ ମାର୍କେଟିଙ୍ଗ ଅଧିକାରୀ ରଞ୍ଜନ ଧର୍ କହିଛନ୍ତି, ଆମର ନୂତନ ଉତ୍ପାଦ ଶୃଙ୍ଖଳା ଓ ଗ୍ରାହକ ଅଭିଯାନକୁ ହାଇପର୍ମାକେର୍ଟରେ ଏକ ବିସ୍ତୃତ ଶୃଙ୍ଖଳାର ଉତ୍ପାଦଗୁଡିକୁ ଦକ୍ଷତାର ସହିତ ହାସଲ କରିବା ଲାଗି ଗ୍ରାହକଙ୍କ ପାଇଁ ସହଜତା, ପହଂଚ ଓ ସୁବିଧାକୁ ଉନ୍ନତ କରିବା ଲାଗି ଡିଜାଇନ୍ କରାଯାଇଛି । ହାଇପର୍ମାର୍ଟ ଏଏମ୍/ଏନ୍ଏସ୍ ଇଣ୍ଡିଆର ରାଜସ୍ୱରେ ୨୦% ଯୋଗଦାନ ଦେଉଛି ଏବଂ ଏହି ଅଂଶ ହାଇପର୍ମାର୍କେଟ୍ରେ ସମ୍ପ୍ରସାରଣ ସହିତ ୩୦%କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏମ୍ଏସ୍ଏମ୍ଗୁଡିକୁ ବିକଶିତ ହେଉଥିବାରୁ ଷ୍ଟିଲ୍ ଭଳି କଂଚାମାଲର ସହଜ ଉପଲବ୍ଧତା ଚାହିଦା ଓ ବିକାଶକୁ ଆହୁରି ସୁଦୃଢ କରିବ କାରଣ ଭାରତୀୟ ଅର୍ଥନୀତି ମହାମାରୀରୁ ପୁନରୁଜ୍ଜୀବିତ ହେଉଛି ।
Comments are closed.