ରାପିଡୋ ପକ୍ଷରୁ ଆପ୍ ଆଧାରିତ ଅଟୋ ବୁକିଙ୍ଗ ସେବା ‘ରାପିଡୋ ଅଟୋ’ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ବୃହତମ ବାଇକ ଟାକ୍ସି ପ୍ଲାଟଫର୍ମ, ରାପିଡୋ ପକ୍ଷରୁ ଭାରତର ୧୦ଟି ରାଜ୍ୟର ୧୪ଟି ସହରରେ ଏହାର ରାପିଡୋ ଅଟୋ ସେବାର ଶୁଭାରମ୍ଭ କରାଯାଇଛି । ଏହି ସେବା ଯାତ୍ରୀମାନଙ୍କୁ ନିଜ ଘରର ଆରାମ ଏବଂ ସୁରକ୍ଷା ମଧ୍ୟରେ ରହି ସେମାନଙ୍କ ଦୈନନ୍ଦିନ ଯାତ୍ରା ପାଇଁ ଅଟୋ ବୁକ୍ କରିବାର ଅନୁମତି ଦେବ । ଏହି ସେବା ସର୍ବନିମ୍ନ ସୁବିଧା ଦେୟ ସହିତ ମିଟର ମୂଲ୍ୟରେ ଉପଲବ୍ଧ ହେବ । ୨୦୨୦ ଶେଷ ସୁଦ୍ଧା କମ୍ପାନୀ ଏହି ଅଟୋ ସେବାକୁ ଭାରତର ୫୦ଟି ସହରକୁ ସଂପ୍ରସାରିତ କରିବା ପାଇଁ ଲକ୍ଷ ରଖିଛି । ଏହା ହେଉଛି ଶୁଭାରମ୍ଭର ପ୍ରଥମ ପର୍ଯ୍ୟାୟ ଏବଂ ଏପର୍ଯ୍ୟନ୍ତ ରାପିଡୋ ୨୦,୦୦୦ ଅଟୋ କ୍ୟାପ୍‌ଟେନମାନଙ୍କୁ(ଚାଳକ-ସହଯୋଗୀ) ଅନ୍ତର୍ଭୁକ୍ତ କରିସାରିଛି । ଏହା ଆଗାମୀ ୬ ମାସ ମଧ୍ୟରେ ଅଧା ମିଲୟନ କ୍ୟାପ୍‌ଟେନଙ୍କୁ ସାମିଲ କରିବାର ଲକ୍ଷ ରଖିଛି । ଇଚ୍ଛୁକ ଅଟୋ ଚାଳକମାନେ ରାପିଡୋ କ୍ୟାପ୍‌ଟେନ ଆପ୍ କିମ୍ବା ରାପିଡୋ ହେଲ୍‌ପଲାଇନ୍ ନମ୍ବରରେ ଯୋଗାଯୋଗ କରି ନିଜେ ଏହି ସେବାରେ ସାମିଲ ହୋଇପାରିବେ ।

ରାପିଡୋ ଅଟୋର ଶୁଭାରମ୍ଭ ସମ୍ପର୍କରେ ରାପିଡୋର ସହ ପ୍ରତିଷ୍ଠାତା ଶ୍ରୀ ଅରବିନ୍ଦ ଶଙ୍କା କହିଛନ୍ତି ଯେ, “ଏହି ରାପିଡୋ ଅଟୋ ଜରିଆରେ ଆମେ ଯାତ୍ରୀମାନଙ୍କୁ ଆମର ବାଇକ ସେବା ବ୍ୟତୀତ ସେମାନଙ୍କ ଦୈନନ୍ଦିନ ଯାତ୍ରା ପାଇଁ ଅନ୍ୟ ଏକ ସୁଲଭ ଏବଂ ସୁରକ୍ଷିତ ବିକଳ୍ପ ଯୋଗାଇଦେବାର ଲକ୍ଷ ରଖିଛୁ, ଯାହା ପରିଚାଳନା ଏବଂ ମୂଲ୍ୟ ନିର୍ଦ୍ଧାରଣରେ ମୂଲ୍ୟଯୁକ୍ତ ଅଟେ ।”

ରାପିଡୋ ଅଟୋ ସୁବଠାରୁ ସୁଲଭ ଏବଂ ଆନ୍ତଃ ସହର ଯାତାୟାତ ବିକଳ୍ପରେ ସୁରକ୍ଷା ଅଂଶକୁ ସାମିଲ କରିବ । ପ୍ରତ୍ୟେକ ରାପିଡୋ ଅଟୋ ରାପିଡୋର ଜିପିଏସ ଟେକ୍ନୋଲୋଜିରେ ସମୃଦ୍ଧ ରହିବ । ରାପିଡୋ ଅଟୋ ଜରିଆରେ ବ୍ୟବହାରକାରୀମାନେ ସେମାନଙ୍କ ଭ୍ରମଣକୁ ନିଜର ପ୍ରିୟଜନଙ୍କ ସହିତ ରିୟଲ ଟାଇମ ମଧ୍ୟରେ ଟ୍ରାକ ଏବଂ ସେୟାର କରିବାକୁ ସକ୍ଷମ ହେବେ । ଯାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଅନୁରୂପ ଅଭିଜ୍ଞତାକୁ ସୁନିଶ୍ଚିତ କରିବା ଲାଗି ରାପିଡୋ ବାଇକ ଟାକ୍ସିଗୁଡ଼ିକ ଭଳି ରାପିଡୋ ଅଟୋରେ ମଧ୍ୟ ଏକ ଇନ-ଆପ ଫିଡବ୍ୟାକ ମେକାନିଜିମ ରହିବ । ଗ୍ରାହକ ଏବଂ କ୍ୟାପ୍‌ଟେନମାନଙ୍କୁ ସୁରକ୍ଷା ଦେବା ପାଇଁ ମାନଦଣ୍ଡଗୁଡ଼ିକର ଅନୁସରଣ କରିବା ଏବଂ ସୁରକ୍ଷା ବଜାୟ ରଖିବା ଦିଗରେ ନିକଟରେ ରାପିଡୋ ପକ୍ଷରୁ ବାଇକ ଟାକ୍ସି ରାଇଡ ପାଇଁ ଅଭିନବ ସୁରକ୍ଷା ବ୍ୟାକ ସିଲ୍ଡ ସମେତ ଅନେକ ପଦକ୍ଷେପର ଘୋଷଣା କରାଯାଇଛି ।


Share It

Comments are closed.