ଦୁର୍ଗାପୂଜା ଉପଲକ୍ଷେ ସୋନି ଇଣ୍ଡିଆର ଆକର୍ଷଣୀୟ ଅଫର୍‌


ଭୁବନେଶ୍ୱର : ସୋନି ଇଣ୍ଡିଆ ଆଜି ଉତ୍ସବରେ ଆନନ୍ଦ ଯୋଗ କରିବା ପାଇଁ ଦୁର୍ଗାପୂଜା ନିମନ୍ତେ ଆକର୍ଷକ ଉପଭୋକ୍ତା ଅଫର୍ ଘୋଷଣା କରୁଛି । ଶୂନ୍ୟ ଡାଉନପେମେଂଟ ସହିତ ସହଜ ଇଏମ୍‌ଆଇ ପରେ ସହଜ ଫାଇନାନ୍ସ ଯୋଜନା ସମେତ ଆକର୍ଷକ ଅଫର ଗୁଡ଼ିକ ଏବଂ ୧୦ % ଅତିରିକ୍ତ କ୍ୟାସ୍ ବ୍ୟାକ୍ । ଆମେ ନିଶ୍ଚିତ ଯେ, ପଶ୍ଚିମବଙ୍ଗରେ ଥିବା ଆମର ଗ୍ରାହକମାନେ ଏଥିରେ ଆନନ୍ଦିତ ହେବେ । ଦୁର୍ଗାପୂଜାର ଅଧିକ ବିବରଣୀ ଏଠାରେ ପାଆନ୍ତୁ www.sony.co.in/microsite/Durgapuja

 

ସୋନି ଇଣ୍ଡିଆରେ ସେଲ୍‌ସ ହେଡ୍ ଥିବା ଶ୍ରୀଯୁକ୍ତ ସତୀଶ ପଦ୍ମନାଭନ କହିଥିଲେ, “ଆମେ ଆମର ଗ୍ରାହକମାନଙ୍କୁ ସର୍ବୋତମ ଉତ୍ପାଦ ଏବଂ ଟେକ୍ନୋଲୋଜି ଯୋଗାଇ ଦେବା ଉପରେ ଧ୍ୟାନକୈନ୍ଦ୍ରିତ କରିଆସୁଛି । ଦୁର୍ଗାପୂଜା ହେଉଛି ଅନ୍ୟତମ ମୁଖ୍ୟ ଉତ୍ସବ ଏବଂ ଆମେ ପଶ୍ଚିମବଙ୍ଗରେ ଆମ ଗ୍ରାହକମାନଙ୍କୁ ଅନନ୍ୟ ଉପଭୋକ୍ତା ପ୍ରଚାର ଅଫର୍ ଗୁଡ଼ିକ ପରିବର୍ଦ୍ଧିତ କରିବା ଏବଂ ସହଜ ଫାଇନାନ୍ସ ଯୋଜନା ଯୋଗାଇ ଦେବା ପାଇଁ ଆନନ୍ଦ ଅନୁଭବ କରୁଛୁ । ଆମେ ଆଶା କରୁଛୁ ଯେ ଦୁର୍ଗାପୂଜା ସାମଗ୍ରିକ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଉଦ୍ୟୋଗ ପାଇଁ ଜରୁରୀ ଆଧ୍ୟିକ୍ୟ ଆଣିବ ’’ । ଏଥିସହ ସେ କହିଥିଲେ, “ସୋନି ବ୍ରାଭିୟା ଟେଲିଭିଜନ ଏବଂ ସାଉଣ୍ଡ ବାର୍ ଓ ହୋମ୍ ଥିଏଟର ସହିତ ସର୍ବୋତମ ହୋମ୍ ଏଂଟରଟେନମେଂଟ ଅଭିଜ୍ଞତା ପ୍ରଦାନ କରି ଏହି ନୂତନ ସ୍ୱାଭାବିକତାକୁ ସକ୍ଷମ କରିଛି । ନଏଜ କ୍ୟାନସେଲିଂ ହେଡ୍‌ଫୋନ୍ ଓ ୱେୟାରଲେସ୍ ଇଅରଫୋନ୍‌ର ଚମତ୍କାର ଶୃଙ୍ଖଳ ସହିତ ଘରୁ କାମ କରିବା ଏବଂ ଶିକ୍ଷା ଗ୍ରହଣକୁ ଉପଭୋଗ କରିହେବ । ”

 

ଉତ୍ସବ ଋତୁ ପାଇଁ ପ୍ରସ୍ତୁତି ନିମନ୍ତେ ସୋନି ଇଣ୍ଡିଆ ନାନା ପ୍ରକାରରର ରିହାତି ଘୋଷଣା କରିଛି, ଚୟନିତ ବ୍ରାଭିୟା ଟେଲିଭିଜନରେ ଏମ୍‌ଆର୍‌ପି ଉପରେ ୩୦% ପର୍ଯ୍ୟନ୍ତ ରିହାତି ଏବଂ ଦୁଇବର୍ଷର ୱାରେଂଟି । କ୍ରୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୋନି ଚୟନିତ ବ୍ରାଭିୟା ଟେଲିଭିଜନ କ୍ରୟ ଉପରେ ଟ. ୧୨,୯୯୦ ମୂଲ୍ୟର ୱେୟାରଲେସ୍ ନଏଜ କ୍ୟାନସଲେସନ ହେଡ୍‌ଫୋନ୍ (WH-CH700N) ମାଗଣାରେ ପ୍ରଦାନ କରୁଛି । ଏଥିସହିତ ଗ୍ରାହକମାନେ ମଧ୍ୟ ସେମାନଙ୍କର ଟେଲିଭିଜନ ସହିତ ଗୁଗୁଲ ନେଷ୍ଟ ହବ୍ ଏବଂ ଗୁଗୁଲ ନେଷ୍ଟ ମିନି କିଣିବା ପାଇଁ ଟ. ୨,୫୦୦ ପର୍ଯ୍ୟନ୍ତ ଏକ ରିହାତି ଭାଉଚର ପାଇବେ । ସୋନି ମଧ୍ୟ ଏକ ବିଶେଷ ବ୍ରାଭିୟା ସ୍ମାର୍ଟ ପ୍ୟାକ୍ ଘୋଷଣା କରିଥିଲା ଯାହା ବ୍ରାଭିୟା ଟେଲିଭିଜନର ଚୟନିତ ଶୃଙ୍ଖଳ କ୍ରୟ ଉପରେ ମାଗଣା ଟିଭି ଷ୍ଟିକ୍ ପ୍ରଦାନ କରିଥାଏ । ସୋନି ସାଉଣ୍ଡ ବାର୍‌ର ଏକ ବିସ୍ତୃତ ଶୃଙ୍ଖଳ ମଧ୍ୟରୁ ଚୟନ କରି ଗ୍ରାହକମାନେ ସେମାନଙ୍କ ଘରର ଆରାମ ରେ ଏକ ବର୍ଦ୍ଧିତ ଏବଂ ସୁନ୍ଦର ସିନେମା ଅଭିଜ୍ଞତା ପାଇପାରିବେ । ବର୍ତମାନ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ବିଭିନ୍ନ ପ୍ରକାରର ଡଲ୍‌ବି ଡିଜିଟାଲ କଂଟେଂଟ ଉପଲବ୍ଧ ହେଉଛି ଯାହାକି ଡଲ୍‌ବି ଟେକ୍ନୋଲୋଜି ସମର୍ଥିତ ଏକ ସୋନି ସାଉଣ୍ଡ ବାର୍ ଦ୍ୱାରା ସର୍ବୋତମ ଭାବରେ ଉପଭୋଗ କରାଯାଇପାରିବ । ୧୦୨ ସେମି (୪୦) ଏବଂ ଏହାଠାରୁ ଅଧିକ ବ୍ରାଭିୟା ଟିଭି ସହିତ ସାଉଣ୍ଡ୍ ବାର୍ କ୍ରୟ ଉପରେ ଟ. ୧୦,୦୦୦ ପର୍ଯ୍ୟନ୍ତ ସଂଚୟ କରନ୍ତୁ । ପାଆନ୍ତୁ ପ୍ରକୃତ ୫.୧ ସିଏଚ୍ ସାଉଣ୍ଡ୍ ବାର୍ HT-RT3   ଏକ ବିଶେଷ ମୂଲ୍ୟ ଟ. ୧୯,୯୯୦/- ରେ  ।

 


Share It

Comments are closed.