‘ରାମାୟଣ’ରେ ରାବଣ ଚରିତ୍ରରେ ଅରବିନ୍ଦଙ୍କ ପରିବର୍ତ୍ତେ ଅମରେଶ ଥିଲେ ସମସ୍ତଙ୍କ ପ୍ରଥମ ପସନ୍ଦ


କରୋନା ଭାଇରସକୁ ନେଇ ଦେଶରେ ଉପୁଜିଥିବା ଲକଡାଉନ ପରିସ୍ଥିତିରେ ଲୋକଙ୍କୁ ଚାହିଦାକୁ ଦୃଷ୍ଟିରେ ରଖି ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ କରାଯାଇଛି । ଦର୍ଶକ ରାମଙ୍କ ଭମିକାରେ ଅରୁଣ ଗୋବିଲ, ସୀତାଙ୍କ ଭୂମିକାରେ ଦୀପିକା ଚିଖଲିଆ, ଲଖମଣଙ୍କ ଭୂମିକାରେ ସୁନିଲ ଲହରୀ ଏବଂ ରାବଣଙ୍କ ଭୂମିକାରେ ଅରବିନ୍ଦ ତ୍ରିବେଦୀଙ୍କୁ ଖୁବ ପସନ୍ଦ କରିଥିଲେ । ରାମାୟଣର ପ୍ରସାରଣ ସମୟରେ ଏହି ସମସ୍ତ କଳାକାର ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଥିଲେ ।
ତେବେ ଏହି ମଧ୍ୟରେ ରାମାୟଣକୁ ନେଇ ଏକ ନୂଆ କଥା ବର୍ତ୍ତମାନ ସାମନାକୁ ଆସିଛି । ଏହି ଶୁଣିବାକୁ ମିଳିଛି ରାବଣର ଭୂମିକା ପାଇଁ ଅରବିନ୍ଦ ତ୍ରିବେଦୀ ପ୍ରଥମ ପସନ୍ଦ ନଥିଲେ । ଏଥିପାଇଁ ସର୍ବପ୍ରଥମେ ଅମରେଶ ପୁରୀଙ୍କୁ ପସନ୍ଦ କରାଯାଇଥିଲା । ରାବଣର ଭୂମିକା ପାଇଁ ରାମାୟଣ ଟିମର ସଦସ୍ୟଙ୍କ ପ୍ରଥମ ପସନ୍ଦ ଅମରେଶ ପୁରୀ ଥିଲେ । ଅରବିନ୍ଦ୍ର ତ୍ରିବେଦୀ ଏ ସଂପର୍କରେ ନିଜେ କହିଥିଲେ ଯେ, ଏହି ଭୂମିକା ପାଇଁ ଅମରେଶ ପୁରୀଙ୍କ ନାମ ଖୁବ ଚର୍ଚ୍ଚାରେ ରହିଥିଲା ।
ଯେତେବେଳେ ଅରବିନ୍ଦଙ୍କୁ ଜଣାପଡିଲା ରାବଣର ଭୂମିକା ପାଇଁ ରାମାନନ୍ଦ ସାଗାର ଅଡିସନ ନେଉଛନ୍ତି, ସେ ତୁରନ୍ତ ଗୁଜୁରାଟରୁ ମୁମ୍ବାଇ ଆସିଥିଲେ । ତାଙ୍କୁ କେଭଟଙ୍କ ଚିରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିବ ବୋଲି ଆଶା ଥିଲା । ଏହା ପରେ ସାଗର ତାଙ୍କୁ ସ୍କ୍ରିପ୍ଟ ପଢିବା ପାଇଁ କହିଥିଲେ । ସେ ଯେତେବେଳେ ସ୍କ୍ରିପ୍ଟ ପଢିଥିଲୁ ତାଙ୍କୁ ରାମାନନ୍ଦ ହଠାତ କହିଥିଲେ ତୁମକୁ ‘ଲଙ୍କେଶ’ଙ୍କ ଭୂମିକା ମିଳିଗଲା । ଏହିଭଳି ଭାବରେ ଅମରେଶଙ୍କ ବଦଳରେ ଅରବିନ୍ଦଙ୍କୁ ରାବଣର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।


Share It

Comments are closed.