ଦେଶରେ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା


ଭାରତରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ସାରା ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାଖାପାଖିରେ ପହଞ୍ôଚଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୩ଟି ନୂଆ ମାମଲା ସାମନାକୁ ଆସିଛି, ଯେଉଁଥିରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି । ବୁଧବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହା ୨୦,୧୧୩ରେ ପହଞ୍ଚିଥିବାବେଳେ ସେପଟେ ଏହି ଭାଇରସର ସଂକ୍ରମଣ କାରଣରୁ ୬୪୫ ଜଣଙ୍କ ମୃତ୍ୟୁ ଘଟିସାରିଲାଣି । ଦେଶରେ କରୋନା ଭାଇରସର ମୋଟ ୨୦,୧୧୩ଟି ମାମଲା ମଧ୍ୟରୁ ୧୫,୪୯୩ଟି ଆକ୍ଟିଭ କେସ ରହିଛି । ଏହା ଛଡା ୩୯୭ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଥିବାବେଳେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଇ ଦିଆଯାଇଛି ।
ସେହିଭଳି ଓଡିଶାରେ ୮୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇସାରିଥିବାବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ରାଜ୍ୟରେ ୫୧ ଆକ୍ଟିଭ କେସ ରହିଛି ।


Share It

Comments are closed.