କୁମ୍ବଲେଙ୍କୁ ନେଇ କିଛି ଏପରି କହିଲେ ଗମ୍ଭୀର

ଗାଙ୍ଗୁଲୀ କିମ୍ବା ଧୋନୀ ନୁହଁନ୍ତି, ଏହି ଖେଳାଳୀ ହେଉଛନ୍ତି ଗମ୍ଭୀରଙ୍କ ପ୍ରିୟ ଅଧିନାୟକ


ପୂର୍ବତ୍ତନ ଭାରତୀୟ ଓପନର ଗୌତମ ଗମ୍ଭୀର, ସୌରଭ ଗାଙ୍ଗୁଲୀଙ୍କ ନେତୃତ୍ୱରେ ଭାରତୀୟ ଦଳରେ ପଦାର୍ପଣ କରିଥିଲେ । ଗମ୍ଭୀର ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ ଏବଂ ଧୋନୀଙ୍କ ନେତୃତ୍ୱରେ ଖେଳିସାରିଛନ୍ତି । ସେ ଖେଳୁଥିବା ସମୟରେ ୨୦୦୭ରେ ଭାରତ, ଆଇସିସି ଟି-୨୦ ବିଶ୍ୱକପ ଏବଂ ୨୦୧୧ରେ ଆଇସିସି ବିଶ୍ୱକପ ହାସଲ କରିଥିଲା । ଏହି ଦୁଇଟି ବିଶ୍ୱକପକୁ ଭାରତ ଧୋନୀଙ୍କ ନେତୃତ୍ୱରେ ହାସଲ କରିଥିଲା । ଗମ୍ଭୀର, ଟେଷ୍ଟ ଟିମକୁ ସେହି ସମୟରେ ପ୍ରତ୍ୟାବର୍ତ୍ତନ କରିଥିଲେ ଯେତେବେଳେ କୋହଲି ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱର ଡୋରି ସମ୍ଭାଳିଥିଲେ । ଅନେକ ଅଧିନାୟକଙ୍କ ଅଧିନରେ ଖେଳିଥିବା ଗୌତମ ବର୍ତ୍ତମାନ ନିଜର ପ୍ରିୟ ଅଧିନାୟକ ଚୟମ କରିଛନ୍ତି ।
ଗମ୍ଭୀର ନିଜର ଦୀର୍ଘ ୧୩ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ଉତ୍ଥାନ ପତ୍ତନ ଦେଖିଛନ୍ତି । ସେ ଅନେକ ସଫଳ ଅଧିନାୟକଙ୍କ ଅଧିନରେ କ୍ରିକେଟ ଖେଳି ସାରିଛନ୍ତି । ଏମାନଙ୍କ ମଧ୍ୟରୁ କୌଣସି ଜଣଙ୍କୁ ଚୟନ କରିବା ତାହା ବେଶ କଷ୍ଟଦାୟକ ଅଟେ । କିନ୍ତୁ ଗମ୍ଭୀର ବିନା ଦ୍ୱନ୍ଦରେ ନିଜର ପ୍ରିୟ ଅଧିନାୟକ ଚୟନ କରିଛନ୍ତି । ଷ୍ଟାର ସ୍ପୋର୍ଟସକୁ ଦେଇଥିବା ଏକ ସାକ୍ଷାତକାରରେ ଗମ୍ଭୀର, ଅନିଲ କୁମ୍ବଲେଙ୍କ ନିଜର ପ୍ରିୟ ଅଧିନାୟକ ଭାବେ ବାଛିଛନ୍ତି । ସେ କହିଛନ୍ତି ଯେ, “ରେକର୍ଡ ମାମଲାରେ ଧୋନୀ ସବୁଠାରୁ ଶୀର୍ଷରେ ରହିଥାଇ ପାରନ୍ତି କିନ୍ତୁ ମୋ ପାଇଁ ଅନିଲ କୁମ୍ବଲେ ମୋର ସବୁଠାରୁ ପ୍ରିୟ ଅଧିନାୟକ ଅଟନ୍ତି । ଯଦି ଅନିଲ ଦୀର୍ଘ ସମୟ ଧରି ଭାରତୀୟ ଦଳର ଅଧିନାୟକ ରହିଥାନ୍ତେ ତେବେ ସେ ଆହୁରୀ ଅନେକ ବଡ ରେକର୍ଡ ଭାଙ୍ଗିପାରିଥାନ୍ତେ । ”
ଗମ୍ଭୀର ଆହୁରୀ କହିଛନ୍ତି , “ଅଧିନାୟତ୍ୱରେ ସୌରଭ ନିଜ ଶ୍ରେଷ୍ଠ ଦକ୍ଷତା ଦେଖାଇଛନ୍ତି । କିନ୍ତୁ ମୁଁ ସର୍ବଦା ଚାହୁଁଥିଲି କୁମ୍ବଲେ ଦୀର୍ଘ ସମୟ ଧରି ଭାରତୀୟ ଦଳର ଅଧିନାୟକ ରୂପେ ଦାୟିତ୍ୱ ତୁଲାନ୍ତୁ । ମୁଁ ତାଙ୍କୁ ନେତୃତ୍ୱରେ ୬ଟି ଟେଷ୍ଟ ମ୍ୟାଚ ଖେଳିଛି । ଯଦି ସେ ଦୀର୍ଘ ସମୟ ଧରି ଭାରତୀୟ ଦଳର ଅଧିନାୟକ ରହିଥାନ୍ତେ ତେବେ ସେ ଆହୁରୀ ଅନେକ ବଡ ରେକର୍ଡ ଭାଙ୍ଗିପାରିଥାନ୍ତେ । ” ପ୍ରକାଶ ଥାଉକି, ବାମହାତୀର ଏହି ଓପନର ୨୦୧୮ରେ ନିଜ କ୍ରିକେଟ କ୍ୟାରିୟରୁ ସନ୍ୟାସ ନେଇଥିଲେ ।


Share It

Comments are closed.