ଆମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଏକ ବରଦାନ ହୋଇଥାଏ ଅଅଁଳା


ଅଅଁଳା ପୋଷଣର ରାଜା ଭାବରେ ପରିଗଣିତ ହୁଏ | ଏଥିରୁ ସେହି ସମସ୍ତ ଜରୁରୀ ମିନେରାଲ୍ସ ଏବଂ ଭିଟାମିନ୍ ମିଳିଥାଏ, ଯାହା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ ବରଂ ଅନେକ ପ୍ରକାରର ରୋଗରୁ ସୁରକ୍ଷା ମଧ୍ୟ ଦେଇଥାଏ |ତେବେ ଆସନ୍ତୁ ଜାଣିବା ଅଅଁଳାର ଏହି ବିଶେଷ ଗୁଣଗୁଡ଼ିକ ସମ୍ପର୍କରେ ।

ଅଅଁଳାରେ ଭିଟାମିନ୍ ସି ଭରପୂର ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ଏବଂ ମେଟାବୋଲିଜିମ୍ ବୃଦ୍ଧି କରିଥାଏ |ଅଅଁଳା ଥଣ୍ଡା ଶରୀରରେ ଭୂତାଣୁ ଏବଂ ଜୀବାଣୁ ସଂକ୍ରମଣକୁ ରୋକିଥାଏ | ଅଅଁଳା ମଧ୍ୟ ଏପରି ଉପାଦାନ ଧାରଣ କରିଥାଏ ଯାହାକି କ୍ୟାନ୍ସର ସେଲ ସହିତ ଲଢ଼ିବା ପାଇଁ କାର୍ଯ୍ୟ କରିଥାଏ | ଆୟୁର୍ବେଦ ଅନୁଯାୟୀ, ଅଅଁଳା ରସ ଶରୀରର ସମସ୍ତ ପ୍ରକ୍ରିୟାକୁ ସନ୍ତୁଳିତ କରିଥାଏ ଏବଂ ବାତ, କଫ ଓ ପିତକୁ ଦୂର କରିଥାଏ | ଆସନ୍ତୁ ଜାଣିବା ଅଅଁଳା ଅନ୍ୟ କେଉଁ ଉପାୟରେ ଶରୀରକୁ ଲାଭ ଦେଇଥାଏ |

ପାଟି ଘା’ରେ ଉପଯୋଗୀ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଅଅଁଳା ରସ କାଶ ଏବଂ ଫ୍ଲୁ ସହିତ ପାଟି ଘା ’ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଏକ ପ୍ରଭାବଶାଳୀ ଘରୋଇ ଉପଚାର ଭାବରେ ଅଅଁଳାର ବ୍ୟବହାର କରାଯାଇପାରିବ | ଦୁଇ ଚାମଚ ଅଅଁଳା ରସରେ ଦୁଇ ଚାମଚ ମହୁ ମିଶାଇ ଏହାକୁ ପ୍ରତିଦିନ ପିଇବା ଦ୍ବାରା ଥଣ୍ଡା ଏବଂ କାଶରେ ବହୁତ ସାହାଯ୍ୟ କରିଥାଏ | ପାଟି ଘା’ରୁ ମୁକ୍ତି ପାଇବା ପାଇଁ ଏକ ଚାମଚ ଅଅଁଳା ରସ ସହିତ ପାଣିରେ ମିଶାଇ କୁଳି କରନ୍ତୁ ।
କୋଲେଷ୍ଟ୍ରଲକୁ ଠିକ୍ ରଖେ – ଅଅଁଳା ରସ ନିୟମିତ ପିଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମିଯାଏ ଏବଂ ଶରୀର ସୁସ୍ଥ ରହିଥାଏ | ଏଥିରେ ଥିବା ଆମିନୋ ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ହେତୁ ହୃଦୟ ସୁରୁଖୁରୁରେ କାମ କରେ |

ଆସ୍ଥମା ରେ ଉପକାରୀ- ଅଅଁଳା ଅସ୍ଥମା ଭଳି ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗକୁ ନିୟନ୍ତ୍ରଣ କରିବା ସହ ମଧୁମେହକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ | ଅଅଁଳା ଦ୍ବାରା ହଜମ ପ୍ରକ୍ରିୟା ମଧ୍ୟ ଉପଯୁକ୍ତ ରହିଥାଏ |

ଯକୃତକୁ ସୁରକ୍ଷିତ ରଖେ – ଯକୃତକୁ ସୁରକ୍ଷିତ ରଖିବା ପାଇଁ ଅଅଁଳାରେ ସମସ୍ତ ଉପାଦାନ ରହିଛି | ଏହା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ |

ପୁଷ୍ଟିକର ପାନୀୟ- ଭିଟାମିନ୍ ସି ବ୍ୟତୀତ ଅଅଁଳାରେ ଲୌହ, କ୍ୟାଲସିୟମ୍ ଏବଂ ଫସଫରସ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ ଏବଂ ଏହାକୁ ପୁଷ୍ଟିକର ପାନୀୟ ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ |

କେଶ ପାଇଁ ଲାଭଦାୟକ- ଅଅଁଳା କେଶ ପାଇଁ ଔଷଧ ପରି କାମ କରେ | ଆମ କେଶର ଗଠନ ହେଉଛି ୯୯ ପ୍ରତିଶତ ପ୍ରୋଟିନରେ ଭରପୁର | ଅଅଁଳାରୁ ମିଳୁଥିବା ଆମିନୋ ଏସିଡ୍ ଏବଂ ପ୍ରୋଟିନ୍ କେଶକୁ ବଢ଼ାଇଥାଏ, ଝଡ଼ିବାରୁ ରୋକିଥାଏ ଏବଂ ଏହାକୁ ମୂଳଠାରୁ ଅଧିକ ଶକ୍ତିଶାଳୀ କରିଥାଏ |

ଦାଗ ଦୂର କରେ – ତ୍ବଚା ଚିକିତ୍ସା ପାଇଁ ଅଅଁଳା ରସ ମଧ୍ୟ ଉପଯୋଗୀ | ଅଅଁଳା ରସକୁ ତୂଳାରେ ଭିଜାଇ ମୁହଁରେ ଲଗାଇବା ଦ୍ବାରା ଦାଗ ଦୂର ହୋଇଯାଏ ଏବଂ ଚେହେରାରେ ଚମକ ଆସିଥାଏ |


Share It

Comments are closed.