“କେବିସି” ପାଇଁ ଅମିତାଭ ବଢାଇଲେ ନିଜ ପାରିଶ୍ରମିକ


ପୁଣି ଛୋଟ ପରଦାକୁ ଆସିବାକୁ ଯାଉଛି “ କୋନ ବନେଗା କରୋରପତି“ । ଏଇ ଥର “କେବିସି”ରେ ମଧ୍ୟ ପୁଣି ଥରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରିବାକୁ ଯାଉଛନ୍ତି । ଏହା କେବିସିର ୧୦ମ ସଂସ୍କରଣ ହେବ । ଏହି ଥର ଏହା କେବଳ ଟିଆରପି ପାଇଁ ଚର୍ଚ୍ଚାରେ ରହି ନାହିଁ ବରଂ ଅମିତାଭଙ୍କ ନିର୍ଦ୍ଦାରିତ ପାରିଶ୍ରମିକୁ ନେଇକି ମଧ୍ୟ ଅନେକ ଉତ୍ସୁକତା ଭରି ରହିଛି ।
ମିଳିଥିବା ସୂଚନା ମୁତାବକ ଏଇ ଥର ଅମିତାଭ ପୂର୍ବ ଅପେକ୍ଷା ଅଧିକ ପାରିଶ୍ରମିକ ନେଉଛନ୍ତି । “ କେବିସି”ର ନବମ ସଂସ୍କରଣରେ ଅମିତାଭ ଏବଂ ନିର୍ମାତାଙ୍କ ମଧ୍ୟରେ ୨୦୦ କୋଟିର ଡିଲ ହୋଇଥିଲା, ଯେଉଁଥିରେ ୭୫ଟି ଏପିସୋଡ ରହିଥିଲା । ଅମିତାଭ ଏହି ୭୫ଟି ଏପିସୋଡରୁ ପ୍ରତ୍ୟେକ ଏପିସୋଡ ପାଇଁ ୨.୬ କୋଟିର ପାରିଶ୍ରମିକ ନେଇଥିଲେ ।
ମିଳିଥିବା ସୂଚନା ମୁତାବକ ଏଇ ଥର ଅମିତାଭ ନିଜର ପାରିଶ୍ରମିକ ବଢାଇବା ସହ ପ୍ରତି ଏପିସୋଡକୁ ୩ କୋଟି ନେବେ ବୋଲି ଧାର୍ଯ୍ୟ ହୋଇଥିବାବେଳେ ୧୦ ସଂସ୍କରଣରେ କେତୋଟି ଏପିସୋଡ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହ୍ଁ । କେବିସିର ଏହି ୧୦ ସଂସ୍କରଣ ଚଳିତ ମାସ ଅଗଷ୍ଟରେ ଛୋଟ ପରଦାରେ ଆସିବ ବୋଲି ସୂଚନା ମିଳିଛି ।।
ଏହି ଅବସରରେ ଅମିତାଭ କହିଛନ୍ତି ଯେ, କେବିସିର ୧୦ମ ସଂସ୍କରଣ ୯ସଂସ୍କରଣ ଭଳି ଅଳ୍ପ ସମୟ ପାଇଁ ଟେଲିକାଷ୍ଟ କରାଯିବ । ସେ ପୁଣି ଥରେ କହିଛନ୍ତି ‘ସୋ’କୁ ଲମ୍ବା ସମୟ ପର୍ଯ୍ୟନ୍ତ ଚଳାଇବା ଠିକ ନୁହେଁ । ଯେତେବେଳେ ସୋକୁ ଅଧିକରୁ ଅଧିକ ଟିଆରପି ମିିଳିଯାଉଛି , ତେବେ ନିର୍ମାତା ଏହାକୁ ଅଧିକରୁ ଅଧିକ ସମୟ ପର୍ଯ୍ୟନ୍ତ ଚଲାଇବାକୁ ଚେଷ୍ଟା କରିଥାନ୍ତି । ପୂର୍ବ ଥର କେବିସିର ୯ମ ସଂସ୍କରଣକୁ ଯେତେବେଳେ ଅଧିକ ଟିଆରପି ମିଳିବାକୁ, ସେତେବେଳେ କେବିକୁ ବନ୍ଦ କରାଇ ଦିଆଯାଇଥିଲା । ଏହାକୁ କିଭଳି ଅଳ୍ପ ସମୟ ପର୍ଯ୍ୟନ୍ତ ଟେଲିକାଷ୍ଟ କରାଯିବ ସେ ନେଇ ଅମିତାଭ ନିର୍ମାତଙ୍କ ସହ କଥା ହେବେ ବୋଲି ସୂଚନା ଦେଇଛନ୍ତି ।


Share It

Comments are closed.