ଗରମ ପାଣି କିମ୍ବା କ୍ଷୀରରେ ମହୁ ମିଶାଇ ପିଇବା ହୋଇଥାଏ ହାନିକାରକ, ଜାଣନ୍ତୁ କାହିଁକି
ମହୁ ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ଏହା ବହୁଳ ଭାବରେ ବ୍ୟବହାର ହୋଇଥାଏ। ତଣ୍ଟି ଖରାପ , ଗଳାବ୍ୟଥାକୁ ଦୂର କରିବା ସହ ଏହା ତ୍ବଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଆମେ ଶୁଣି ଆସିଛୁ ଯେ ମହୁ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ବ୍ୟବହାର ହେବା ସହ ଏହାର ମିଠା ସ୍ବାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଯେଉଁମାନେ ସ୍ବାସ୍ଥ୍ୟକୁ ନେଇ ଅତ୍ୟନ୍ତ ସଚେତନ ଥାଆନ୍ତି ସେମାନେ ଚାହା ଏବଂ କ୍ଷୀରରେ ଚିନି ବଦଳରେ ମହୁ ବ୍ୟବହାର କରିଥାଆନ୍ତି।
ପ୍ରାୟ ଲୋକେ ସକାଳୁ ଉଠି କ୍ଷୀରରେ ମହୁ ମିଶାଇ ପିଅନ୍ତି। ଏହା ଶରୀରକୁ ସତେଜ କରିବା ସହ ବିଷାକ୍ତ ରହିତ କରିଥାଏ। ଯଦି ଆପଣ ମଧ୍ୟ ସକାଳେ ଉଠି ଏହା କରୁଥାନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଯାହାକୁ ଆପଣ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଭାବି ପିଉଛନ୍ତି ତାହା ଏକ ରକମର ବିଷ ଅଟେ।
ଗରମ ପାଣି କିମ୍ବା ଗରମ କ୍ଷୀର ସହ ମହୁ ପିଇବା ବାସ୍ତବରେ ବିଷ ସହିତ ସମାନ ହୋଇଥାଏ। ମହୁକୁ କୈାଣସି ପରିସ୍ଥିତିରେ ଗରମ କରିବା ଉଚିତ୍ ନୁହେଁ ।
ମହୁକୁ ସ୍ବାଭାବିକ ଅବସ୍ଥାରେ ଖାଇବା ହିଁ ଶରୀର ପକ୍ଷେ ଲାଭଦାୟକ ହୋଇଥାଏ। ଏହାକୁ ଗରମ କଲେ ଭଲ ଗୁଣ ଗୁଡ଼ିକ ନଷ୍ଟ ହୋଇଯାଇଥାଏ ଏବଂ ଏପରି କିଛି ବିଷାକ୍ତ ଉପାଦାନ ସୃଷ୍ଟି କରିଥାଏ ଯାହା ଶରୀର ପକ୍ଷେ ହାନିକାରକ ହୋଇଥାଏ। ଏହାର ପ୍ରଭାବ ସିଧାସଳଖ ହଜମ କ୍ରିୟା ଉପରେ ପଡ଼ିଥାଏ। ମହୁ ହଜମ ହେବାକୁ ଦୀର୍ଘ ସମୟ ଲାଗିଥାଏ। ସେଥିପାଇଁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ।
ବଜାରରେ ମିଳୁଥିବା ମହୁରେ ଅପମିଶ୍ରଣ ହୋଇଥାଏ ଯାହା ଦ୍ବାରା ଫାଇଦା କମ୍ ଏବଂ କ୍ଷତି ଅଧିକ ହୋଇଥାଏ। ବଜାରରେ ବିକ୍ରି ହେବା ଆଗରୁ ମହୁକୁ ଅଧିକ ତାପମାତ୍ରାରେ ଗରମ କରାଯାଏ ଯାହାକୁ ବ୍ୟବହାର କରିବା ଆମ ପାଇଁ କ୍ଷତିକାରକ ହୋଇଥାଏ। ଏହା ଛଡ଼ା ଏହାକୁ ପ୍ଲାଷ୍ଟିକ୍ ଜାରରେ ରଖାଯାଇଥାଏ ଯାହା ଏହାର ଗୁଣକୁ ଖରାପ କରିଥାଏ।
ଏହାକୁ ବଜାରରୁ କିଣିବା ଅପେକ୍ଷା ମୁଖ୍ୟ ଉତ୍ସରୁ ଆଣିବା ଉଚିତ୍। ଯଦି ଆପଣ କ୍ଷୀର ସହ ମହୁ ମିଶାଇ ପିଉଛନ୍ତି ତେବେ ଧ୍ୟାନ ରଖନ୍ତୁ ଯେ କ୍ଷୀର ଥଣ୍ଡା ହେବା ଉଚିତ୍।
ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି ଯେ ମହୁକୁ କ’ଣ ପାଇଁ ଗରମ କରିବା ଅନୁଚିତ୍। ଯେକୈାଣସି ଜିନିଷ ଯେଉଁଥିରେ ଚିନିର ମାତ୍ରା ଅଧିକ ଥାଏ ତାକୁ ଗରମ କରିବା ଦ୍ବାରା ରାସାୟନିକ ବାହାରିଥାଏ ଯାହାର ନାମ hydroxymethylfurfural । ଏହି ରାସାୟନିକ ଦ୍ବାରା କ୍ୟାନସରର ଆଶଙ୍କା ବଢ଼ିଯାଇଥାଏ।
Comments are closed.