ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘କେସରୀ’ର ଟ୍ରେଲର ରିଲିଜ


ଫିଲ୍ମ ପ୍ୟାଡମ୍ୟାନ ସଫଳତା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କର ଆଗାମୀ ଫିଲ୍ମ ‘କେସରୀ’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମର ଟ୍ରେଲରଟି ବହୁତ ସୁନ୍ଦର ହୋଇଛି । ଯେଉଁଥିରେ ଅକ୍ଷୟ ନିଜ ହାତରେ ଏକ ଖଣ୍ଡା ଧରି ଶିଖ ଅବତାରରେ ନଜର ଆସିବାର ଦେଖିବାକୁ ମିଳିଛି । ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଅକ୍ଷୟଙ୍କ ପ୍ରଶଂସକମାନେ ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ବର୍ତ୍ତମାନ ଫିଲ୍ମଟିକୁ ଦେଖିବା ପାଇଁ ବ୍ୟାକୁଳ ଅଛନ୍ତି ।
ଏହି ଫିଲ୍ମର ଟ୍ରେଲରରେ ଅକ୍ଷୟ କୁମାରଙ୍କ ସମେତ ପରିଣିତି ଚୋପ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଅକ୍ଷୟ ଏହି ଫିଲ୍ମରେ ‘ଇଶ୍ୱର ସିଂହ’ଙ୍କ ଭୂମିକାରେ ନଜର ଆସିବେ । ଯାହାଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ ପରିଣିତି ।
ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମଟି ୧୨ ସେପ୍ଟେମ୍ବର ୧୮୯୭ ରେ ଘଟିଥିବା ସାରାଗଢ ଲଢେଇ ଘଟଣା ଉପରେ ପର୍ଯ୍ୟବେଷିତ । ଯାହାକୁ ‘ବ୍ୟାଟେଲ ଅଫ ସାରାଗଢ’ କୁହାଯାଏ ।

ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମଟି ୧୨ ସେପ୍ଟେମ୍ବର ୧୮୯୭ ରେ ଘଟିଥିବା ସାରାଗଢ ଲଢେଇ ଘଟଣା ଉପରେ ପର୍ଯ୍ୟବେଷିତ । ଯାହାକୁ ‘ବ୍ୟାଟେଲ ଅଫ ସାରାଗଢ’ କୁହାଯାଏ ।
ଘଟଣାଟିର କାହାଣୀ ସଂପର୍କରେ
ବ୍ୟାଟେଲ ଅଫ ସାରାଗଢ- ବ୍ରିଟିସ ସେନା ୩୬ତମ ରେଜିମେଣ୍ଟ, ଯାହାକି ବର୍ତ୍ତମାନ ଶିଖ ରେଜମେଣ୍ଟ ନାମରେ ପରିଚିତ । ପ୍ରକାଶ ଥାଉକି ଥରେ ବ୍ରିଟିସ ସେନା ୩୬ତମ ରେଜିମେଣ୍ଟ ଏବଂ ‘ଆଫଗାନ କାବିଲିଓ’ଙ୍କ ମଧ୍ୟରେ ଖୁବ ଜୋରସେ ଯୁଦ୍ଧ ହୋଇଥିଲା । ସେତେବେଳେ ଆଫଗାନଙ୍କର ୧୦୦୦୦ ସୈନ୍ୟ ଥିବାବେଳେ ଭାରତର ମାତ୍ର ୨୧ଜଣ ସୈନ୍ୟ ଥିଲେ । ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିଲେ । ଯେଉଁଥିରେ ବ୍ରିଟିସ ସେନା ୩୬ତମ ରେଜିମେଣ୍ଟ ଆଫଗାନଙ୍କର ୧୦୦୦୦ ସୈନ୍ୟଙ୍କ ମଧ୍ୟରୁ ୬୦୦ ଜଣଙ୍କୁ ମାରି ଦେଇଥିଲେ । ତାଙ୍କର ଏହି ବାହାଦୂରୀ ପାଇଁ ବ୍ରିଟ୍ରିସ ସେନା ପକ୍ଷରୁ ବୀରତ୍ୱର ସର୍ବୋଚ୍ଚ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା ।


Share It

Comments are closed.