ଦୁନିଆର ସବୁଠାରୁ ଭୟଙ୍କର ମହିଳା, ଯିଏକି କୁଆଁରୀ ଝିଅଙ୍କ ରକ୍ତରେ ଗାଧୋଇବାକୁ କରୁଥିଲେ ପସନ୍ଦ


ଆପଣମାନେ ସିରିଏଲ କିଲରର ଅର୍ଥ କ’ଣ ତ ନିଶ୍ଚିତ ଜାଣିଥିବେ । କିନ୍ତୁ କେବେ ଏଭଳି ମହିଳାଙ୍କ ବିଷୟରେ ଜାଣିଥିବେ, ଯିଏକି ବିଶ୍ୱର ସବୁଠାରୁ ଭୟଙ୍କର ମହିଳା ଥିବା ସହ ଭୟଙ୍କର ସିରିଏଲ କିଲର ନାମରେ ଖୁବ ପରିଚିତ ଥିଲେ । ଆପଣମାନେ ଭାବୁଥିବେ ଆମେ ଏଭଳି କାହିଁକି କହୁଛୁ ? ତେବେ ଆସନ୍ତୁ ଜାଣିବେ ଏହି ମହିଳାଙ୍କ ରହସ୍ୟ ସଂପର୍କରେ ।
ଏହି ମହିଳା ଜଣଙ୍କର ଏକ ଅଜବ ଶୌକ ଥିଲେ । ଯାହାକି ତାଙ୍କୁ ଦୁନିଆର ସବୁଠାରୁ ଭୟଙ୍କର ମହିଳାର ଆଖ୍ୟା ଦେଇଥିଲା । କଥାଟା କିଛି ଏପରି ଯେ, ଉକ୍ତ ମହିଳା ଜଣଙ୍କ କୁଆଁରୀ ଝିଅଙ୍କ ରକ୍ତରେ ଗାଧୋଇବାର ଶୌକ ଥିଲା ।
ଆଜ୍ଞା ହଁ ଆମେ କଥା କହୁଛୁ ‘ହେଙ୍ଗରୀ’ର ‘ଏଲିଜାବେଥ ବାଥ୍ରି’ଙ୍କର । ଇତିହାସରେ ‘ଏଲିଜାବେଥ ବାଥ୍ରି’ ସବୁଠାରୁ ଭୟଙ୍କର ମହିଳାର ଆଖ୍ୟା ଦିଆଯାଇଛି । ସେ କୁଆଁରୀ ଝିଅଙ୍କୁ ହତ୍ୟା କରି ତାଙ୍କ ରକ୍ତରେ ଗାଧୋଉଥିଲେ । ସେଥିପାଇଁ ସେ ଇତିହାସରେ ସବୁଠାରୁ ଭୟଙ୍କର ମହିଳା ସିରିଏଲ କିଲରର ଆଖ୍ୟା ପାଇଥିଲେ ।

ଇତିହାସରେ ଏଲିଜାବେଥଙ୍କ ଏହି ଘୃଣ୍ୟ କାର୍ଯ୍ୟାକଳାପର ଅଧ୍ୟାୟ ୧୫୮୫ରୁ ୧୬୧୦ ମଧ୍ୟରେ ରହିଥିଲା । ସେ ଏହି ସମୟରେ ପ୍ରାୟ ୬୦୦ରୁ ଉଦ୍ଧ୍ୱର୍ କୁଆଁରୀ ଝିଅଙ୍କୁ ହତ୍ୟା କରିଥିଲେ । ଶୁଣିବାକୁ ଏହା ମିଳିଥିଲା ଯେ, ଏଲିଜାବେଥ ଏହି ସମସ୍ତ କୁଆଁରୀ ଝିଅଙ୍କୁ ହତ୍ୟା ତାଙ୍କର ହିଁ ମହଲରେ କରିଥିଲେ । ଏଲିଜାବେଥ ବାଥରୀ, ହେଙ୍ଗରୀ ସାମ୍ରାଜ୍ୟର ବାଥରୀ ସମ୍ପ୍ରଦାୟର ଉଚ୍ଚ ପରିବାରର ବଂଶଧର ଥିଲେ । ତାଙ୍କର ବିବାହ ‘ଫେରାଙ୍କ ନାଦେଶୀ’ଙ୍କ ସହ ହୋଇଥିଲା । ଯିଏକି ଟର୍କକୁ ଯୁଦ୍ଧରେ ହରାଇ ହେଙ୍ଗରୀର ଜାତୀୟ ହିରୋର ଆଖ୍ୟା ପାଇଥିଲେ ।

ଶୁଣିବାକୁ ଏହା ମଧ୍ୟ ମିଳିଥିଲା ଯେ, ଏଲିଜାବେଥଙ୍କ ସ୍ୱାମୀ ଯେତେବେଳେ ବଞ୍ଚିଥିଲେ ସେତେବେଳେ ମଧ୍ୟ ସେ କୁଆଁରୀ ଝିଅଙ୍କୁ ହତ୍ୟା କରୁଥିଲେ । କିନ୍ତୁ ୧୬୦୪ରେ ତାଙ୍କର ସ୍ୱାମୀଙ୍କ ମୃତ୍ୟୁ ହେବାପରେ ତାଙ୍କର ଏହି ଅପରାଧ ଦିନକୁ ଦିନ ବଢିବାରେ ଲାଗିଥିଲା । ଏଲିଜାବେଥ, ସ୍ଲୋଭେନିଆର ‘ଚସକା’ ପ୍ରସାଦରେ ରହୁଥିଲେ ।
ଏଲିଜାବେଥଙ୍କର ଏହି ଘୃଣ୍ୟ ଅପରାଧୀକ କାର୍ଯ୍ୟକଳାପରେ ତାଙ୍କର ଦୁଇ ଚାକର ମଧ୍ୟ ଭାଗୀଦାରୀ ଥିଲେ । କାରଣ ସେ ଏକ ଉଚ୍ଚ ପରିବାରରୁ ସମ୍ବନ୍ଧ ରଖୁଥିଲେ ଏବଂ ସେଥିପାଇଁ ସେ ଆଖପାଖରେ ଥିବା ଗାଁର ଗରିବା କୁଆଁରୀ ଝିଅଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ କାମ କରିବା ପାଇଁ ମହଲକୁ ଡକାଉଥିଲେ ଏବଂ ସେମାନେ ମହଲକୁ କାମ କରିବା ପାଇଁ ଆସିଲା ପରେ ସେଠାରେ ଏଲିଜାବେଥ ତାଙ୍କୁ ନିଜର ତୃଷ୍ନା ମେଣ୍ଟାଇବା ପାଇଁ ଶୀକାର କରୁଥିଲେ ।
ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ଏଲିଜାବେଥ ସେଠାରେ ତାଙ୍କୁ ଅତି ନିର୍ଦୟ ଭାବେ ହତ୍ୟା କରୁଥିଲେ । ପ୍ରଥମେ ସେଠାରେ ତାଙ୍କୁ ମାରା ମାରି ସହ ତାଙ୍କ ହାତ ଏବଂ ଗୋଡକୁ ଜଳାଇଦେଉଥିଲେ । ଆଉ କେତେବେଳେ ତ ସେ କୁଆଁରୀ ଝିଅଙ୍କ ଅନ୍ୟାନ୍ୟ ଅଙ୍ଗକୁ ଦାନ୍ତରେ କାମୁଡି ଛିଣ୍ଡାଇ ମାରିଦେଉଥିଲେ ।
ଏହି ଘଟଣା ସଂପର୍କରେ ଯେତେବେଳେ ହେଙ୍ଗରୀର ରାଜାଙ୍କୁ ଜଣାପଡିଲା ଯେ, ସେ ତୁରନ୍ତ ତଦନ୍ତ କରିବା ପାଇଁ ଆଦେଶ ଦେଇଥିଲେ । ତଦନ୍ତରୁ ତାଙ୍କ ଘର ଭିତରୁ କୁଆଁରୀ ଝିଅଙ୍କ କଙ୍କାଳ ଏବଂ ଅନେକ ସୁନା, ଗହଣା ଜବତ ହୋଇଥିଲା ।
ଏଲିଜାବେଥଙ୍କର ଏହି ଘୃଣ୍ୟ କାର୍ଯ୍ୟକଳାପ ପାଇଁ ତାଙ୍କ ୧୬୧୦ରେ ଗିରଫ କରାଯାଇଥିଲା ଏବଂ ତାଙ୍କର ହିଁ ମହଲର ଏକ ରୁମରେ ନଜର ବନ୍ଦୀ କରି ରଖାଯାଇଥିଲା । ୧୬୧୪ ମସିହା ୨୧ ଅଗଷ୍ଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଲିଜାବେଥ ବହୁଥ ସୁନ୍ଦର ମହିଳା ଥିଲେ ଏବଂ ତାଙ୍କର ସୁନ୍ଦରିତ୍ୱକୁ ଆଜୀବନ ପର୍ଯ୍ୟନ୍ତ ରଖିବା ପାଇଁ ସେ ଏହି ଘୃଣ୍ୟ ଅପରାଧ କରିଚାଲୁଥିଲେ ।


Share It

Comments are closed.