ଭାରତର ୫ଜି ବିପ୍ଳବର ନେତୃତ୍ୱ ନେବାକୁ ପ୍ରସ୍ତୁତ ହୋଇଯାଇଛିି ଏୟାରଟେଲ


ଭୁବନେଶ୍ୱର: ଭାରତର ୫ଜି ବିପ୍ଲବର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହୋଇଯାଇଛି ଏୟାରଟେଲ । ଏହି ଟେଲିକମ କମ୍ପାନୀ କହିଛି ଯେ ଏହା ୩.୫ ଜିଗାହର୍ତ୍ସ ଏବଂ ୨୬ ଜିଗାହର୍ତ୍ସ ବ୍ୟାଣ୍ଡର ଏକ ସର୍ବଭାରତୀୟ ଉପସ୍ଥିତି ହାସଲ କରି ୧୯,୦୦୦ ମେଗାହର୍ତ୍ସର ସ୍ପେକ୍ଟ୍ରମ ହାସଲ କରିଛି । ଏହା ସହିତ କମ୍ପାନୀ ଚୟନମୂଳକ ଭାବେ ମିଡ-ବ୍ୟାଣ୍ଡ ସ୍ପେକ୍ଟ୍ରମକୁ ଦୃଢ଼ୀଭୁତ କରିବାରେ ସକ୍ଷମ ହୋଇଛି । ଏହି ବୃହତ ସ୍ପେକ୍ଟ୍ରମ ବ୍ୟାଙ୍କକୁ ଭାରତ ସରକାରଙ୍କ ଟେଲିକମ ବିଭାଗ ଦ୍ୱାରା ପରିଚାଳିତ ସଦ୍ୟତମ ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟାରେ ୪୩,୦୮୪ କୋଟି ଟଙ୍କାର ଏକ ସମୁଦାୟ ଧାର୍ଯ୍ୟ ରାଶିରେ ହାସଲ କରାଯାଇଛି । ଏହି ନିଲାମରେ ଏୟାରଟେଲ ୨୦ ବର୍ଷ ପାଇଁ ୫ଜି ସ୍ପେକ୍ଟ୍ରମ ହାସଲ କରିଛି । ଏହି ବଡ଼ ପରିମାଣର ସ୍ପେକ୍ଟ୍ରମର ଅଧିଗ୍ରହଣ ଉଦ୍ୟୋଗର ବିଦ୍ୟମାନ ସର୍ବୋତମ ସ୍ପେକ୍ଟ୍ରମକୁ ଟକ୍କର ଦେଇଛି । ଅର୍ଥାତ କମ୍ପାନୀକୁ ବହୁ ବର୍ଷ ପର୍ଯ୍ୟନ୍ତ ସ୍ପେକ୍ଟ୍ରମ ଉପରେ କୌଣସି ଉପକରଣ ଜନିତ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହାବାଦ ଏହି ସ୍ପେକ୍ଟ୍ରମ ଅଧିଗ୍ରହଣ ଏୟାରଟେଲକୁ ସ୍ପେକ୍ଟ୍ରମ ୟୁଜେସ ଚାର୍ଜ(ଏସୟୁସି) ପ୍ରତିି ଦେୟକୁ ହ୍ରାସ କରିବାକୁ ଏବଂ ନୂଆ ପ୍ରବେଶକାରୀଙ୍କ ତୂଳନାରେ ପ୍ରତିକୂଳ ଏସୟୁସି ଆର୍ବ୍ରିଟେଜକୁ ଏଡ଼ାଇବାରେ ସକ୍ଷମ କରିଛି ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲ, ଏମଡି ତଥା ସିଇଓ ଶ୍ରୀ ଗୋପାଳ ଭିତଲ କହିଛନ୍ତିଯେ, “୫ଜି ନିଲାମ ର ଫଳାଫଳକୁ ନେଇ ଏୟାରଟେଲ ଆନନ୍ଦିତ । ଦସ୍ୟତମ ନିଲାମରେ ଏହି ସ୍ପେକ୍ଟ୍ରମ ଅଧିଗ୍ରହଣ ଆମର ପ୍ରତିପାକ୍ଷୀଙ୍କ ତୂଳନାରେ ଯଥେଷ୍ଟ କମ ଆପେକ୍ଷିକ ମୂଲ୍ୟରେ ସର୍ବୋତମ ସ୍ପେକ୍ଟ୍ରମ ସମ୍ପତି କିଣିବା ପାଇଁ ଏକ ସୁଚିନ୍ତିତ ରଣନୀତିର ଏକ ଅଂଶ ରହିଛି । ଏହା ଆମକୁ ନବସୃଜନ ଉପରେ ଚାହିଦା ବଢ଼ାଇବା ଏବଂ ଭାରତରେ ସର୍ବୋତମ ଅନୁଭୂତି ଆବଶ୍ୟକ କରୁଥିବା ପ୍ରତ୍ୟେକ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ କରିବ । ଆମର ଦୃଢ଼ ଆତ୍ମବିଶ୍ୱାସ ଯେ କଭରେଜ, ସ୍ପିଡ ଏବଂ ଲାଟେନ୍ସି ଦୃଷ୍ଟିରୁ ଆମେ ଭାରତରେ ସର୍ବଶ୍ରେଷ୍ଠ ୫ଜି ଅନୁଭୂତି ଯୋଗାଇଦେବାକୁ ସମର୍ଥ ହେବୁ । ଏହା ଆମର ଉଭୟ ବିଟୁସି ଏବଂ ବିଟୁବି ଗ୍ରାହକଙ୍କ ପାଇଁ ଅନେକ ପ୍ରିିତିଷ୍ଠିତ ଆଦର୍ଶକୁ ପରିବର୍ତନ କରିବାରେ ସମର୍ଥ କରିବ । ୫ଜି ଟେକ୍ନୋଲୋଜି ହେଉଛି ବିପ୍ଳବ ଯାହା ଭାରତର ଉତ୍ପାଦନ, ସେବା ଏବଂ ଆହୁରି ଅନେକ କ୍ଷେତ୍ରକୁ ବଦଳାଇପାରିବ ।”


Share It

Comments are closed.