ଏୟାରଟେଲ୍ ପକ୍ଷରୁ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳରେ ୯୦% ନେଟୱର୍କର ପୁନରୁଦ୍ଧାର


ଭୁବନେଶ୍ୱର: ଭାରତୀ ଏୟାରଟେଲ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳରେ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟ କରି ଏହା ୯୦% ନେଟୱର୍କର ପୁନରୁଦ୍ଧାର କରିପାରିଛି । ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକରେ ଏୟାରଟେଲ୍ ନେଟୱର୍କରେ ଗ୍ରାହକମାନେ ପ୍ରାୟ ସ୍ପଷ୍ଟ ଭଏସ୍ ଏବଂ ଡାଟା ସଂଯୋଗ ହାସଲ କରିପାରୁଛନ୍ତି । ଏହି ଉଦ୍ୟମ ଦ୍ୱାରା ଉଭୟ ଏୟାରଟେଲ୍ ଓ ପାଖାପାଖି ୬ ଲକ୍ଷ ଅଣ ଏୟାରଟେଲ୍ ଗ୍ରାହକ (ଆଇସିଆର) ଜରିଆରେ ଲାଭବାନ ହୋଇଛନ୍ତି ।
ଆଜିର ଦୁନିଆରେ ମୋବାଇଲ୍ ଏକ ଜରୁରୀ ଆବଶ୍ୟକତା । ଏହାକୁ ଦୃଷ୍ଟିରେ ରଖି ଏୟାରଟେଲ୍ ପକ୍ଷରୁ ସେଲ୍ ଅନ୍ ହ୍ୱିଲ୍ (ସିଓଡବ୍ଲ୍ୟୁ) ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ନେଟୱର୍କ ବଢ଼ିଥିବା ବେଳେ ଶୀଘ୍ର ତାହା କାମ କରୁଛି । କେବଳ ପୁରୀରେ ଏୟାରଟେଲ୍ ପକ୍ଷରୁ ୧୩ଟି ସିଓଡବ୍ଲ୍ୟୁ ମୂତୟନ କରାଯାଇଛି । ପ୍ରଥମ ସିଓଡବ୍ଲ୍ୟୁକୁ କଂପାନି ତରଫରୁ ମେ’ ୯ ତାରିଖରେ ଜଗନ୍ନାଥ ମନ୍ଦିର ନିକଟସ୍ଥ ବଡ଼ଦାଣ୍ଡରେ ମୂତୟନ କରାଯାଇଥିଲା ।
ନେଟୱର୍କ ପୁନରୁଦ୍ଧାର କାର୍ଯ୍ୟ ଉପରେ ମତ ରଖି ସିଦ୍ଧାର୍ଥ ମୋତିୱାଲେ, ମୁଖ୍ୟ ଅପରେଟିଂ ଅଧିକାରୀ, ଓଡ଼ିଶା, ଭାରତୀୟ ଏୟାରଟେଲ୍ ଲିମିଟେଡ୍ କହିଛନ୍ତି ଯେ, “ମୋବାଇଲ୍ ଗ୍ରାହକ ଦୃଷ୍ଟିରୁ ୨୦୧୯ ଜାନୁଆରି ୩୧ ସୁଦ୍ଧା ଶେଷ ହୋଇଥିବା ମାସରେ ଓଡ଼ିଶା ଟେଲିକମ୍ ସର୍କଲ୍ର ସର୍ବବୃହତ ଅପରେଟର ଭାବେ ଆମର ପ୍ରାଥମିକତା ହେଉଛି ଶୀଘ୍ର ନେଟୱର୍କକୁ କାର୍ଯ୍ୟକ୍ଷମ କରିବ, ବିଶେଷ କରି ବାତ୍ୟା ପ୍ରଭାବିତ ଅଂଚଳରେ । ଆମର ନେଟୱର୍କ ଟିମ୍ ଓ ପାର୍ଟନର୍ ସରକାରଙ୍କ ସହଯୋଗରେ ନିରବଚ୍ଛିନ୍ନ ଭାବେ କାମ କରି କ୍ଷତିଗ୍ରସ୍ତ ଭିତିଭୂମିର ପୁନରୁଦ୍ଧାର କରୁଛନ୍ତି । ଏହି ବିଶାଳ କାର୍ଯ୍ୟରେ ସରକାରୀ ଏଜେନ୍ସିଗୁଡ଼ିକର ସହଯୋଗ ପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ ।’’
ଏୟାରଟେଲ୍ ପକ୍ଷରୁ ବାତ୍ୟା ପ୍ରଭାବିତ ଅଂଚଳରେ ଲୋକମାନଙ୍କୁ ମାଗଣା ଏସଏମଏସ୍ ସେବା ପ୍ରଦାନ କରାଯାଉଛି ଏବଂ ବିଭିନ୍ନ ପ୍ରମୁଖ ସ୍ଥାନରେ ଶିବିର ଆୟୋଜନ କରାଯାଇଛି ଯେଉଁଠାରେ ଗ୍ରାହକମାନେ ସେମାନଙ୍କ ମୋବାଇଲ୍ ରିଚାର୍ଜ କରି ଏୟାରଟେଲ୍ ନେଟୱର୍କ ହାସଲ କରିପାରୁଛନ୍ତି ।


Share It

Comments are closed.