ମୋଦି-ମୋଦି କହି ନାରାବାଜି ଲଗାଉଥିବା ଲୋକଙ୍କୁ ଶୁଭକାମନା ଦେଲେ ପ୍ରିୟଙ୍କା, ଦେଖନ୍ତୁ ଭିଡିଓ


ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୧୯ ପାଇଁ ଅନ୍ତିମ ଶେଷ ପର୍ଯ୍ୟାୟ ତଥା ସପ୍ତମ ପର୍ଯ୍ୟାୟର ନିର୍ବାଚନ ବାକି ରହିଥିବାବେଳେ ସମସ୍ତ ରାଜନୈତିକ ଦଳ ବର୍ତ୍ତମାନ ଏହା ଉପରେ ନିଜର ଦୃଷ୍ଟି ନିକ୍ଷେପ କରିଛନ୍ତି । ଏହି ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଆଉ ମାତ୍ର ୫୯ଟି ଆସନ ପାଇଁ ମତଦାନ କରାଯିବ । ଏହି ୫୯ ଟି ଆସନ ମଧ୍ୟରୁ ମଧ୍ୟପ୍ରଦେଶରେ ଆଉ ୮ଟି ସିଟରେ ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ଗୁଡିକ ନିଜର ସମସ୍ତ ବଳ ଖଟାଇ ଦେଇଛନ୍ତି ।
ଅନ୍ୟପଟରେ କଂଗ୍ରେସର ମହାସଚିବ ପ୍ରିୟଙ୍କାଗାନ୍ଧୀ ଏହି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର କ୍ୟାମ୍ପେନିଂ ଏବଂ ରୋଡ ସୋ କରୁଥିବାବେଳେ ସୋମବାର ଦିନ ସେ ଇନ୍ଦୋର ଠାରେ ଏକ ହାଇଟେକ ରୋଡ ସୋ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ହାଇଟେକ ପ୍ରଚାର ସମୟରେ ଏକ ଅଦ୍ଭୁତପୂର୍ବ ଘଟଣା ଘଟିଥିଲା ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରିୟଙ୍କା ଗତ କାଲି ଇନ୍ଦୋର ଠାରେ ରୋଡ ସୋ କରୁଥିବା ସମୟରେ ଅନେକ ଗୁଡିଏ ସ୍ଥାନରେ ଭୋଟରଙ୍କୁ ସମ୍ବୋଧିତ କରିବା ପାଇଁ ସେହି ମାର୍ଗର ବିଭିନ୍ନ ସ୍ଥାନରେ ୨୫୦ରୁ ଉଦ୍ଧ୍ୱର୍ ମଞ୍ଚ ପ୍ରସ୍ତୁତ ହୋଇଥିଲା । ସେ ରୋଡ ସୋ କରି ରାମଚନ୍ଦ୍ର ନଗର ଠାରେ ପହଞ୍ଚିବାବେଳେ କିଛି ବିଜେପି ସମର୍ଥକମାନେ ‘ମୋଦି-ମୋଦି’ କହି ନାରା ଲଗାଉଥିବାର ଦୃଶ୍ୟ ତାଙ୍କ ନଜର ଆସିଥିଲା, ଯାହାକି ଦେଖି ପ୍ରିୟଙ୍କା ପ୍ରୋଟକଲ ଭାଙ୍ଗ ନିଜ ଗାଡିରୁ ଓହ୍ଲାଇଆସିଥିଲେ ଏବଂ ଉକ୍ତ ବିଜେପି ସମର୍ଥଙ୍କ ପାଖକୁ ଚାଲିଯାଇ ତାଙ୍କ ସହ ହାତ ମିଳାଇ ଏବଂ ସମସ୍ତଙ୍କୁ ଶୁଭକାମନା ମଧ୍ୟ ଦେଇଥିଲେ । ପ୍ରିୟଙ୍କାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେଉଥିବାବେଳେ ବିଭିନ୍ନ ପ୍ରାନ୍ତରୁ ତାଙ୍କ ଏହି କାରନାମା ପାଇଁ ପ୍ରଶଂସାର ସୁଅ ମଧ୍ୟ ଛୁଟିଲାଣି ।


Share It

Comments are closed.