ଏୟାରଟେଲର ନୂତନ ଇନଫିନିଟି ପୋଷ୍ଟପେଡ ପ୍ଲାନ୍


ଭାରତର ଅଗ୍ରଣୀ ଦୂରସଂଚାର କମ୍ପାନୀ ଭାରତୀ ଏୟାରଟେଲ୍ (ଏୟାରଟେଲ) ପକ୍ଷରୁ ଇନଫିନିଟି ପୋଷ୍ଟପେଡ ସିରିଜ ଅନ୍ତର୍ଗତ ଦୁଇଟି ନୂତନ ପ୍ଲାନ ଯେପରିକି ଟ.୬୪୯ ଏବଂ ଟ. ୭୯୯ ଇନଫିନିଟି ପ୍ଲାନର ଶୁଭାରମ୍ଭ କରାଯାଇଛି । ଟ.୬୪୯ ଇନଫିନିଟି ପ୍ଲାନରେ ଉପଭୋକ୍ତାମାନେ ପ୍ରତିମାସରେ ୫୦ଜିବିର ୩ଜି/୪ଜି ଡାଟା ସହିତ ରୋଲଓଭର ସୁବିଧା ପାଇବେ ଯାହା ଦ୍ୱାରା ବ୍ୟବହାର ହୋଇନଥିବା ଡାଟା ଆଗାମୀ ବିଲ ସାଇକେଲରେ ମିଶ୍ରଣ କରିହେବ । ସେହିପରି ଟ.୭୯୯ ଇନଫିନିଟି ପ୍ଲାନରେ ପ୍ରତିମାସରେ ୬୦ଜିବିର ୩ଜି ଏବଂ ୪ଜିର ଡାଟା ସହିତ ଉଭୟ ଏସଟିଡି ଏବଂ ରୋମିଙ୍ଗ କଲ ପାଇଁ ଅନଲିମିଟେଡ ଭଏସ ଲୋକାଲ କଲ ସୁବିଧା ରହିଛି ।
ଉଭୟ ପ୍ଲାନ ଆକର୍ଷଣୀୟ ଅଫର ତଥା ୯୯୯ଟଙ୍କାର ଏକ-ବର୍ଷର ଆମାଜନ ପ୍ରାଇମ ମେମ୍ବରସିପ ସହିତ ୱିଙ୍କ ମ୍ୟୁଜିକ ଏବଂ ଏୟାରଟେଲ ଟିଭିକୁ ମାଗଣା ସଂଯୋଗ ପ୍ରଦାନ କରୁଛି । ଆମାଜନ ପ୍ରାଇମ ମେମ୍ବରସିପର ଏକ ଅଂଶ ହିସାବରେ ଉପଭୋକ୍ତାମାନେ ଆମାଜନ ପ୍ରାଇମ ଭିଡିଓ ଉପଭୋଗ କରିପାରିବା ସହିତ ଆମାଜନ୍ . ଇନ୍ରେ କିଣାକିଣି ସମୟରେ୧୧ଲକ୍ଷରୁ ଅଧିକ ପ୍ରାଇମ ଉତ୍ପାଦ, ଅତ୍ୟାଧୁନିକ ଡିଲ, ସ୍ୱତନ୍ତ୍ର ରିହାତି ଇତ୍ୟାଦିର ସୁବିଧା ପାଇପାରିବେ । ଉପଭୋକ୍ତା ମାନଙ୍କ ମଧ୍ୟରେ ସ୍ମାର୍ଟଫୋନ ଅନୁଭୂତିକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ଲାନ ମାଗଣା ଏୟାରଟେଲ୍ ସୁରକ୍ଷା- ଡିଜିଟାଲ ସ୍ମାର୍ଟଫୋନ ସୁରକ୍ଷା ସୁବିଧା ସହିତ ଉପଲବ୍ଧ । ଅଧିକ ତଥ୍ୟ ପାଇଁ ଙ୍ଗଙ୍ଗଙ୍ଗ.ବସକ୍ସଗ୍ଧରକ୍ଷ.ସଦ୍ଭ/ଜ୍ଞଚ୍ଚକ୍ଟ୍ରକ୍ଷବଦ୍ଭ-ସଦ୍ଭଲସଦ୍ଭସଗ୍ଧଚ୍ଚ/ ୱେବସାଇଟରେ ପରିର୍ଶନ କରନ୍ତୁ ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍ ପକ୍ଷରୁ ଏହାର ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ସମୀର ଆଞ୍ଜାରିଆ କହିଛନ୍ତିଯେ, “ଭାରତର ଅଗ୍ରଣୀ ସ୍ମାର୍ଟଫୋନ ନେଟୱର୍କଭାବେ ଆମ୍ଭେମାନେ କ୍ରମାଗତଭାବେ ଆମର ଗ୍ରାହକ ମାନଙ୍କୁ ଅଧିକ ସୁବିଧା ସହିତ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ପାଇଁ ସର୍ବଦା କାର୍ଯ୍ୟରତ । ଏହି ନୂତନ ପ୍ଲାନ ଆମ୍ଭମାନଙ୍କର ଡାଟା ସେଭି ଗ୍ରାହକମାନଙ୍କୁ ସେମାନଙ୍କ ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ସ୍ୱାଧିନତାରେ ଅନଲକ କରିବାର ସୁବିଧା ପ୍ରଦାନ କରିବ ।”


Share It

Comments are closed.