ଓଡ଼ିଶାରେ ଗ୍ରାହକଙ୍କୁ ଶ୍ରେଷ୍ଠ ନେଟୱର୍କ ଯୋଗାଇବା ଲାଗି ଏୟାରଟେଲର ଆଉ ଏକ ପଦକ୍ଷେପ


ଭୁବନେଶ୍ୱର, : ଗ୍ରାହକଙ୍କୁ ଶ୍ରେଷ୍ଠ ନେଟୱର୍କ ଅନୁଭବ ଯୋଗାଇଦେବା ଲାଗି ଭାରତର ଅଗ୍ରଣୀ ଟେଲିକମ ସଂସ୍ଥା ଏୟାରଟେଲ, ଓଡ଼ିଶାରେ ଏହାର ମୋବାଇଲ ନେଟୱର୍କକୁ ଅପଗ୍ରେଡ କରିଥିବା ପ୍ରକାଶ କରିଛି ।
ଇନଡୋର ନେଟୱର୍କ କଭରେଜକୁ ସୁଦୃଢ଼ କରିବା ପାଇଁ ଏବଂ ହାଇ ସ୍ପିଡ ଡାଟା ଅନୁଭବ ସୁନିଶ୍ଚିତ କରିବା ଲାଗି ଏୟାରଟେଲ ସାରା ରାଜ୍ୟରେ ଥିବା ଏହାର ନେଟୱର୍କରେ ଆଧୁନିକ ନେଟୱର୍କ ସଫ୍ଟଓୟାର ଉପକରଣ ସହିତ ୯୦୦ ମେଗାହର୍ଜର ଉନ୍ନତମାନର ବ୍ୟାଣ୍ଡରେ ଏକ ୫ ମେଗାହର୍ଜ ସ୍ପେକ୍ଟ୍ରମ ନିୟୋଜିତ କରିଛି । ନେଟୱର୍କ କ୍ଷମତାକୁ ବୃଦ୍ଧି କରିବା ଲାଗି ଏହା ୨୩୦୦ ମେଗାହର୍ଜ ବ୍ୟାଣ୍ଡରେ ଅତିରିକ୍ତ ୧୦ ମେଗାହର୍ଜ ସ୍ପେକ୍ଟ୍ରମ ନିୟୋଜନ କରିବା ମଧ୍ୟ ଆରମ୍ଭ କରିଛି ।
ଏହି ନିୟୋଜନ ସମଗ୍ର ରାଜ୍ୟରେ ଏୟାରଟେଲ ଗ୍ରାହକଙ୍କ ପାଇଁ ଏକ ଉନ୍ନତ ନେଟୱର୍କକୁ ମଜବୁତ କରିବ । ଏହା ନଗର ଏବଂ ସହରାଂଚଳରେ ଥିବା ଗୃହ ଏବଂ ବିଲ୍ଡିଙ୍ଗଗୁଡ଼ିକ ମଧ୍ୟରେ ଉନ୍ନତ କଭରେଜ ସହିତ ଉନ୍ନତ ନେଟୱର୍କ ଉପଲବ୍ଧତା ଏବଂ ଡାଟା ସ୍ପିଡକୁ ସକ୍ଷମ କରିବ । ଏହି ନିୟୋଜନ ଏୟାରଟେଲକୁ ରାଜପଥ ଏବଂ ରେଳ ମାର୍ଗରେ ବ୍ୟାପକ କଭରେଜ ପ୍ରଦାନ କରିବା ସହିତ ଗ୍ରାମଗୁଡ଼ିକରେ ଅଧିକ ଲୋକଙ୍କ ନୀକଟରେ ହାଇ ସ୍ପିଡ ଡାଟା ପହଂଚାଇବାକୁ ସକ୍ଷମ କରିବ ।
ଭାରତ ସରକାରଙ୍କ ଦ୍ୱାରା ନୀକଟରେ କରାଯାଇଥିବା ନିଲାମୀ ସମୟରେ ଏୟାରଟେଲ ଓଡ଼ିଶା ପାଇଁ ଏହି ୧୬.୪ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି । ଏହି ସଦ୍ୟ ସ୍ପେକ୍ଟ୍ରମ ସହିତ ଓଡ଼ିଶାରେ ଏୟାରଟେଲର ୬୩.୮ ମେଗାହର୍ଜର ସର୍ବବୃହତ ସ୍ପେକ୍ଟ୍ରମ ବ୍ୟାଙ୍କ ରହିଛି । ୨୩୦୦/୨୧୦୦/୧୮୦୦/୯୦୦ ବ୍ୟାଣ୍ଡରେ ଏହାର ବିବିଧ ସ୍ପେକ୍ଟ୍ରମ ସହିତ ହାଇ ସ୍ପିଡି ଡାଟା ପାଇଁ ବଢ଼ୁଥିବା ଚାହିଦାକୁ ପୁରା କରିବା ପାଇଁ କମ୍ପାନୀ ଭଲ ଭାବରେ ପ୍ରସ୍ତୁତ ହୋଇଛି ଏବଂ ଏହାର ନେଟୱର୍କ ୫ଜି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା-ସିଇଓ ଶ୍ରୀ ସିଦ୍ଧାର୍ଥ ଶର୍ମା କହିଛନ୍ତି ଯେ, “ଆମେ ଆମ ଗ୍ରାହକଙ୍କୁ ବିଶ୍ୱ ସ୍ତରର ସେବା ଅନୁଭବ ଯୋଗାଇଦେବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ ଏବଂ ଏଥିପାଇଁ ଆମେ ନୂଆ ସ୍ପେକ୍ଟ୍ରମ ଏବଂ ନେଟୱର୍କ ଅପଗ୍ରେଡରେ ସକ୍ରିୟ ଭାବେ ନିବେଶ ଜାରି ରଖିଛୁ । ଏହି ଉନ୍ନତ ୯୦୦ ମେଗାହର୍ଜ ବ୍ୟାଣ୍ଡରେ ୪ଜି ବ୍ୟବହୃତ ସ୍ପେକ୍ଟ୍ରମର ନିୟୋଜନ ସହିତ ଓଡ଼ିଶାର ଗ୍ରାହକମାନେ ବର୍ତମାନ ଘର ମଧ୍ୟରେ ଥାଇ ମଧ୍ୟ ଉନ୍ନତମାନର ୪ଜି ଡାଟା ସ୍ପିଡ ଏବଂ ଏଚଡି କ୍ୱାଲିଟି କଲିଙ୍ଗ ଅନୁଭବ କରିବାକୁ ସକ୍ଷମ ହେବେ ।”
ଉହାମାରୀ ପରେ ଘରେ ରହି କାର୍ଯ୍ୟ କରିବା, ଅନଲାଇନ କ୍ଲାସ, ଭିଡିଓ ଷ୍ଟ୍ରିମିଙ୍ଗରେ ଏକ ବିଶାଳ ବୃଦ୍ଧି ପରିଲକ୍ଷିତ ହୋଇଛି । ଅତିରିକ୍ତ କ୍ଷମତା ଗଠନ ପାଇଁ ଏୟାରଟେଲର ହସ୍ତକ୍ଷେପ ଗ୍ରାହକମାନଙ୍କୁ ସଂଯୁକ୍ତ ରହିବାକୁ ସାହାଯ୍ୟ କରିବାରେ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିବ ।
ଏହାଛଡ଼ା ହାଇ ସ୍ପିଡ ନେଟୱର୍କ କ୍ଷମତା ଏବଂ କଭରେଜକୁ ବୃଦ୍ଧି କରିବା ପାଇଁ ଏୟାରଟେଲ ପ୍ରି-୫ଜି ମ୍ୟାସିଭ ମିମୋ, ୫ଜି ଆଡଭାନ୍ସଡ ଏବଂ କ୍ୟାରିୟର ଏଗ୍ରିଗେସନ ଭଳି ଉନ୍ନତ ଟେକ୍ନୋଲୋଜି ଏବଂ ଉପକରଣ ମଧ୍ୟ ନିୟୋଜନ କରିଛି ।
ସେହିଭଳି ଏହି ନିୟୋଜନ ସମ୍ପର୍କରେ ମତ ରଖି ଭାରତୀ ଏୟାରଟେଲ, ଓଡ଼ିଶା ସିଓଓ ଶ୍ରୀ ସୌମେନ୍ଦ୍ର ସାହୁ କହିଛନ୍ତି ଯେ, “ବର୍ତମାନ ଓଡ଼ିଶାରେ ଏୟାରଟେଲର ସର୍ବବୃହତ ସ୍ପେକ୍ଟ୍ରମ ବ୍ୟାଙ୍କ ରହିଛି ଏବଂ ୯୦୦ଏଲଟିଇର ଏହି ଅତିରିକ୍ତ ନିୟୋଜନ ଓଡ଼ିଶାର ସମସ୍ତ ୩୦ଟି ଯାକ ଜିଲ୍ଲାରେ ଥିବା ୮,୮୦୦ରୁ ଉର୍ଦ୍ଧ୍ୱ ଗ୍ରାମ ଏବଂ ସହରାଂଚଳଗୁଡ଼ିକରେ ବର୍ଦ୍ଧିତ ଇନଡୋର କଭରେଜ ସହିତ ନେଟୱର୍କକୁ ଆହୁରି ବୃଦ୍ଧି କରିବ ।”
ଓଡ଼ିଶାରେ ଏୟାରଟେଲର ୧୦ ମିଲିୟନ ଗ୍ରାହକ ରହିଛନ୍ତି ଏବଂ ଏହାର ନେଟୱର୍କ ରାଜ୍ୟର ୯୧ ପ୍ରତିଶତ ଜନସଂଖ୍ୟାକୁ ଅନ୍ତର୍ଭୁକ୍ତ କରିଛି ।


Share It

Comments are closed.