କଳିଙ୍ଗ ସ୍ୱରାଜ ପରିବାର ପକ୍ଷରୁ ରଜ ଉତ୍ସବ ପାଳିତ


ଭୁବନେଶ୍ୱର : ପ୍ରବାସୀ ଓଡିଆ କଳିଙ୍ଗ ସ୍ୱରାଜ ପରିବାର ଏଥର ରଜ -୨୦୨୧ (ଏକ ନୂଆ ଆଶାର ଖୋଜ)କୁ ଭର୍ଚୁଆଲ ଇଭେଣ୍ଟ ଭାବରେ ପାଳନ କରିଛନ୍ତି । ପ୍ରତିବର୍ଷ କଳିଙ୍ଗ ସ୍ୱରାଜ ଏହାକୁ ସେମାନଙ୍କର ପ୍ରତିଷ୍ଠା ଦିବସ ଭାବରେ ପାଳନ କରିଥାଏ । କିନ୍ତୁ ଏ ବର୍ଷ ଥିବା ଟିକେ ଖାସ । କାରଣ କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ ଏଥର ତା’ର ପ୍ରଥମ ବାର୍ଷିକୀ ପାଳନ କରିଥିଲା । ମହିଳାମାନଙ୍କୁ ସର୍ବଦା ଆଗଧାଡିରେ ସାମିଲ କରି ସେମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା, ସାମାଜିକ ତଥା ଚିକିତ୍ସା ସଚେତନତା ବିସ୍ତାର କରିବା, ଏକ ଉଦ୍ଦେଶ୍ୟ ସମର୍ଥନ କରିବା ତଥା ଆଜି ଦୁନିଆରେ ମହିଳାମାନଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିଥାଏ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବ୍ୟାପୀ ହଜାର ହଜାର ଦର୍ଶକ ଅନଲାଇନରେ ଦେଖିଥିଲେ । ଏହି ଭର୍ଚୁଆଲ ଇଭେଣ୍ଟରେ ନମ୍ରତା ପଣ୍ଡା, ସସ୍ମିତା ମିଶ୍ର, ଦିପାଲୀ ପରିଡା, ପ୍ରିତିଦାସ , ମଧୁସ୍ମିତା ମିଶ୍ର, ସ୍ମରଣିକା ମହାନ୍ତି, ରୋହିନୀ ଦାସ, ପ୍ରମୋଦିନୀ ବେହେରା, ଅଞ୍ଜଲି ବେହେରା, ସଙ୍ଗାତା ରାଏ, ସାଗରିକା, ସାରଦା, ଅର୍ଚ୍ଚନା ବର୍ମା ପ୍ରମୁଖ ଯୋଗଦାନ କରିଥିବାବେଲେ କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗର ଟିମ ଏହି କାର୍ଯ୍ୟକ୍ରମକୁ ସଫଳତା ସହ ସମ୍ପାଦନ କରିଥିଲେ ।


Share It

Comments are closed.