ବିଶ୍ୱର ସବୁଠାରୁ ଦାମୀ ଆମ୍ବ, ମୂଲ୍ୟ କେତେ ଜାଣନ୍ତୁ


ବିଶ୍ବରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଫଳ ହେଉଛି ଆମ୍ବ। ଏହାକୁ ଫଳର ରାଜା ବୋଲି କୁହାଯାଏ। ଆପଣମାନେ ଜାଣନ୍ତି କି ବିଶ୍ବର ସବୁଠାରୁ ଦାମୀ ଆମ୍ବ ଭାରତରେ ମିଳେନି ବଂର ଏହାର ଦାମ୍ ଏବେ ଅଧିକ ଯେ ବଡ ବଡ ଧନୀ ଲୋକମାନେ ମଧ୍ୟ କିଣିବା ବେଳେ ନିଶ୍ଚିତ ଭାବରେ ଭାବିବେ। ଚାଲନ୍ତୁ ଆମେ ଆପଣଙ୍କୁ ଏଭଳି ଦାମୀ ଆମ୍ବ ବିଷୟରେ କହିବୁ, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ରହିଛି। Taiyo no Tamago ବା ତାୟିୟୋ ନୋ ତାମାଗୋ(ଏଗ୍ ଅଫ୍ ଦ ସନ୍) ଆମ୍ବର ଏକ କିସମ, ଯାହାକି କେବଳ ଜାପାନର ମିୟାଜାକିରେ ମିଳିଥାଏ। ସେଠାରେ ପ୍ରତିବର୍ଷ ସବୁଠାରୁ ପ୍ରଥମେ ଫଳିଥାଏ ଏହି ଦାମୀ ଆମ୍ବ। ୨୦୧୭ ରେ ଏହି ଆମ୍ବର ଏକ ଯୋଡିକୁ ନିଲାମ ଡକାଯାଇଥିଲା। ଯାହାକି ୩୬୦୦ ଡଲାର ଅର୍ଥାତ ୭୨ ହଜାର ଟଙ୍କାରେ ବିକ୍ରି ହୋଇଥିଲା।ଏହି ଆମ୍ବର ଚାଷ କେବଳ ସ୍ପେଶାଲ ଅର୍ଡର ପରେ ହିଁ ହୋଇଥାଏ। ଅର୍ଥାତ ଆମ୍ବର ବିଶେଷ୍ବତ ହେଉଛି ଅଧାଲାଲ ଓ ଅଧା ହଳଦିଆ। ଜାପାନରେ ଏହାକୁ ଖରାଦିନେ ଓ ଶୀତ ଦିନେ ଏହାକୁ ଚାଷ କରାଯାଇଥାଏ।ଏହି ଆମ୍ବ ସପୁରୀ ଓ ନଡିଆର ହାଲାକା ସ୍ବାଦ ଲାଗିଥାଏ।
ଏହି ଆମ୍ବକୁ ଚାଷୀ କେବେବି ଛିଡାଇ ନଥାନ୍ତି। ପାଚିଯିବା ପରେ ଏହା ଜାଲରେ ପଡିଥାଏ ତା ପରେ ଚାଷୀ ତାକୁ ନେଇ ବିକ୍ରି କରିଥାଏ। ଜାପାନର କୃଷକଙ୍କ ନଜରରେ ତାଇୟୋ ତାମାଙ୍ଗୋ ସମ୍ପୂର୍ଣ୍ଣ ଭାବରେ ପାଚି ଯାଇଥିବା ଫଳ। ଏହା ଖୁବ୍ ସୁଗନ୍ଧିତ ଓ ସ୍ବାଦିଷ୍ଟ।ପ୍ରତ୍ୟେକ ଆମ୍ଭର ଓଜନ ୩୫୦ ଗ୍ରାମ ହୋଇଥାଏ। ୭୦୦ ଗ୍ରାମ ଆମ୍ବର ମୂଲ୍ୟ ଅଢେଇ ଲକ୍ଷରୁ ଅଧିକ ହୋଇଥିବା ବେଳେ ଏକ କିଲୋଗ୍ରାମକୁ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ। ଏହା ମାର୍କେଟରେ ଫଳ ଦୋକାନରେ ମିଳେନି। ବଂର ଏହାର ନିଲାମୀ ଡକାଯାଏ। ନିଲାମୀରେ ସବୁଠାରୁ ଅଧିକ ଟଙ୍କା ଦେଉଥିବା ଲୋକକୁ ଏହି ଫଳ ମିଳିଥାଏ। ଏହି ଆରମ୍ଭ ଲୋକମାନେ ଉପହାର ଦେବା ପାଇଁ ଅଧିକ ପସନ୍ଦ କରନ୍ତି।


Share It

Comments are closed.