ଏୟାର ଏସିଆ ପକ୍ଷରୁ ବିଗ୍ ସେଲର ଆରମ୍ଭ


ଏୟାର ଏସିଆ ଏହାର ବହୁ ପ୍ରତିକ୍ଷିତ ବିଗ ସେଲ୍ ସହିତ ଫେରୁଛି, ଯାହା ଯାତ୍ରୀମାନଙ୍କୁ ଏସିଆ, ଅଷ୍ଟ୍ରେଲିଆ ଓ ଆହୁରି ଅନେକ ସ୍ଥାନର ୧୨୦ରୁ ଉଦ୍ଧ୍ୱର୍ ଗନ୍ତବ୍ୟସ୍ଥଳ ଗୁଡ଼ିକ ସହ ସଂଯୋଗ କରୁଛି । ବିଗ୍ ସଦସ୍ୟମାନେ ୬ ମଇ ୨୦୧୯ରୁ ୪ ଫେବୃଆରୀ ୨୦୨୦ ମଧ୍ୟରେ ଭ୍ରମଣ କରିବା ପାଇଁ ୧୧ ନଭେମ୍ବର ରୁ ୧୮ ନଭେମ୍ବର ୨୦୧୮ ମଧ୍ୟରେ ବୁକ୍ କରିପାରିବେ, ଯେଉଁଥିରେ ଘରୋଇ ଯାତ୍ରା ପାଇଁ ଥରକର ଭଡ଼ା ସର୍ବନିମ୍ନ ୩୯୯ଟଙ୍କା ଏବଂ ଆନ୍ତର୍ଜାତୀୟ ଯାତ୍ରା ପାଇଁ ଥରକର ଭଡ଼ା ସର୍ବନିମ୍ନ ୧,୯୯୯ ଟଙ୍କାରୁ ଆରମ୍ଭ ହେଉଛି ।
ସମସ୍ତ ୱାନ୍-ୱେ ଭଡ଼ା ସର୍ବନିମ୍ନ ୩୯୯ ଟଙ୍କାରେ ଆରମ୍ଭ ହେଉଛି । ଅତିଥିମାନେ ୨୧ଟି ଘରୋଇ ଗନ୍ତବ୍ୟସ୍ଥଳକୁ ଚୟନ କରିପାରିବେ, କାରଣ ଏୟାର ଏସିଆ ଇଣ୍ଡିଆ ବର୍ତ୍ତମାନ ବେଙ୍ଗାଲୁରୁ, ନୂଆଦିଲ୍ଲୀ, କଲିକତା, କୋଚି, ଗୋଆ, ଜୟପୁର, ପୁନେ, ଗୁଆହାଟି, ଇମ୍ଫାଲ୍, ବିଶାଖାପାଟନମ୍, ହାଇଦ୍ରାବାଦ, ଶ୍ରୀନଗର, ବାଗଡୋଗ୍ରା, ରାଞ୍ଚି, ଭୁବନେଶ୍ୱର, ଇନ୍ଦୋରକୁ ଯାତ୍ରା କରୁଛି ।
ଆନ୍ତର୍ଜାତୀୟ ଯାତ୍ରା ପାଇଁ ଅତିଥିମାନେ କୁଆଲାଲମପୁର, ବ୍ୟାଙ୍ଗ୍କକ୍, କ୍ରାବି, ସିଡନୀ, ଅକ୍ଲ୍ୟାଣ୍ଡ, ମେଲବର୍ଣ୍ଣ, ସିଙ୍ଗାପୁର, ବାଲି ଓ ଆହୁରି ଅନେକ ଉତ୍ସାହଜନକ ଗନ୍ତବ୍ୟସ୍ଥଳଗୁଡ଼ିକୁ ଚୟନ କରିପାରିବେ, ଯେଉଁଥିରେ ୱାନ୍-ୱେ ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୧,୯୯୯ ଟଙ୍କା ରହିଛି ।
ଏହି ଅଫର୍ ଏୟାର ଏସିଆର ଗ୍ରୁପ୍ ନେଟୱାର୍କ ଦ୍ୱାରା ପରିଚାଳିତ ସମସ୍ତ ବିମାନ, ଯେପରିକି- ଭିଜ୍. ଏୟାର ଏସିଆ ଇଣ୍ଡିଆ (ଫ୍ଲାଇଟ୍ କୋଡ଼ ଆଇ୫), ଏୟାର ଏସିାଅ ବର୍ହାଦ୍ (ଫ୍ଲାଇଟ୍ କୋଡ଼ ଏକେ), ଥାଇ ଏୟାର ଏସିଆ (ଫ୍ଲାଇଟ୍ କୋଡ଼ ଏଫ୍ଡି) ଓ ଏୟାର ଏସିଆ ଏକ୍ସ (ଫ୍ଲାଇଟ୍ କୋଡ ଡି୭) । ଯାତ୍ରୀମାନେ airasia.com ଓ ଏୟାର ଏସିଆ ମୋବାଇଲ୍ ଆପ୍ ମାଧ୍ୟମରେ ସମସ୍ତ ବୁକିଂ କରି ରିହାତି ପାଇପାରିବେ ।
ଏୟାର ଏସିଆ ବିଗ୍ ମେମ୍ବରମାନେ ସେମାନଙ୍କର ଏୟାର ଏସିଆ ବିଗ୍ ପଏଣ୍ଟ ଗୁଡ଼ିକୁ ବ୍ୟବହାର କରି ବିମାନଗୁଡ଼ିକର ସଂଶୋଧନ କରି ଏହି ସେଲ୍ର ଲାଭ ଉଠାଇପାରିବେ । ଏୟାର ଏସିଆର ନୂତନ ଆବିଷ୍କାର ଉପରେ ଅଧିକ ତଥ୍ୟ, ଉନ୍ନତି, କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତା ପାଇବା ପାଇଁ ଟ୍ୱିଟର (https://twitter.com/airasia) କିମ୍ବା ଫେସ୍ବୁକ୍ (facebook.com/AirAsia) ମାଧ୍ୟମରେ ଯୋଗାଯୋଗ କରନ୍ତୁ ।


Share It

Comments are closed.