ବାୟୁ ପ୍ରଦୂଷଣରୁ ହୋଇଥାଏ ମଧୁମେହ

Share It

[vc_row][vc_column][vc_column_text]ବାୟୁ ପ୍ରଦୂଷଣ ବର୍ତ୍ତମାନ ଏକ ବିଶ୍ୱ ସମସ୍ୟା ଭାବେ ଉଭା ହୋଇଛି । ସହରୀକରଣ ନିମନ୍ତେ ଜଙ୍ଗଲ କ୍ଷୟ, ଯାନବାହାନ ବୃଦ୍ଧି ଏହାର ମୂଖ୍ୟ କାରଣ । ଏହା ଆମ ଶରୀର ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନାନା କୁପ୍ରଭାବମାନ ପକାଇଥାଏ । ଆମେରିକାର ୱାସିଂଟନ୍ ସ୍କୁଲ୍ ଅଫ୍ ମେଡ଼ିସିନ୍ କରିଥିବା ବର୍ତ୍ତମାନର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୩୨ ଲକ୍ଷ ମଧୁମେହ ରୋଗୀ ବାୟୁ ପ୍ରଦୂଷଣ ଯୋଗୁଁ ପିଡ଼ୀତ ହୋଇଛନ୍ତି । ୨୦୧୬ରେ ବିଶ୍ୱସ୍ତରରେ ସମୁଦାୟ ମଧୁମେୟ ରୋଗୀଙ୍କ ଏହା ହେଉଛି ୧୪% । ମଧୁମେହ ହେଉଛି ଏକ ବଂଶଗତ ରୋଗ, ଯାହା ଖାଦ୍ୟପେୟରେ ଅନିୟମିତତା, ସବୁବେଳେ ଚିନ୍ତାରେ ରହିବା, କର୍ମହୀନ ଜୀବନଶୈଳୀ ପାଇଁ ଏହା ସାଧାରଣ ଭାବେ ହୋଇଥାଏ । ଜଣାପଡ଼ିଛି ଯେ, ମଧୂମେହ ରୋଗ ପ୍ରଦାହ କାରଣରୁ ହୋଇଥାଏ, ଯାହା ଶରୀରରେ ଇନ୍ସୁଲିନ୍ ତିଆରିରେ ବାଧା ସୃଷ୍ଟି କରିଥାଏ । ରକ୍ତ ଆମ ଶରୀରରେ ଗ୍ଲୁକୋଜକୁ ଶକ୍ତିରେ ପରିଣତ କରିଥାଏ । କିନ୍ତୁୁ ପ୍ରଦାହ ଯୋଗୁଁ ଏପରି ହୋଇପାରୁନଥିବା ହେତୁ ଲୋକମାନେ ମଧୁମେହରେ ଆକ୍ରାନ୍ତ ହୋଇଥାଆନ୍ତି ।
ମଧୁମେହ ରୋଗ ବିଶ୍ୱବ୍ୟାପୀ ୪୨ କୋଟି ଲୋକଙ୍କୁ ଗ୍ରାସ କରିଛି । ନୂତନ ଅନୁଧ୍ୟାନ ଦର୍ଶାଉଛି ଯେ, ବର୍ତ୍ତମାନ ବାୟୁ ପ୍ରଦୂଷଣ ମଧୁମେହର ମୂଖ୍ୟ କାରଣ ପାଲଟିଛି । ଏହା ବ୍ୟତୀତ ପ୍ରଦାହର ମଧ୍ୟ ଗୁରୁତ୍ୱପୂଣ୍ଣ ଭୂମିକା ରହିଛି । ଯେତେବେଳେ ଆମକୁ ମଧୁମେହ ହୋଇଥାଏ, ଆମେ ସନ୍ତୁଳିତ ଖାଦ୍ୟ ଗ୍ରହଣ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ନିମ୍ନରେ ପାଞ୍ଚଟି ଖାଦ୍ୟ ପ୍ରଦାନ କରାଯାଇଛି, ଯାହାକୁ ଗ୍ରହଣ କରି ଆପଣ ମଧୁମେହକୁ ନିୟନ୍ତ୍ରଣ କରିପାରିବେ ।[/vc_column_text][vc_column_text]ସବୁଜ ପନିପରିବା[/vc_column_text][vc_single_image image=”3247″ img_size=”full” alignment=”center”][vc_column_text]ସବୁଜ ପନିପରିବାଗୁଡ଼ିକ କମ୍ କ୍ୟାଲୋରିଯୁକ୍ତ ଓ ବହୁଳ ପୋଷକଯୁକ୍ତ ହୋଇଥାଆନ୍ତି । ହରିତ ପତ୍ରଯୁକ୍ତ ପନିପରିବାରେ ଅଧିକ ପରିମାଣରେ ଭିଟାମିନ, ଖଣିଜଲବଣ ଓ ଭିଟାମିନ ସି ରହିଥାଏ, ଯାହା ଶରୀରରେ ପ୍ରଦାହ ଓ ସୁଗାର ସ୍ତରକୁ ହ୍ରାସ କରିଥାଏ । ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।[/vc_column_text][vc_column_text]ଡାଲଚିନି  –[/vc_column_text][vc_single_image image=”3248″ img_size=”full” alignment=”center”][vc_column_text]ଡାଲଚିନିରେ ଆଣ୍ଟିଅକ୍ସିଡେଣ୍ଟ ଓ ସ୍ୱାସ୍ଥ୍ୟରକ୍ଷା କରିବାର ଗୁଣବତ୍ତା ଭରି ରହିଥାଏ । ଦେଖାଯାଇଛି ଯେ, ଡାଲଚିନି ଶରୀରରେ ସୁଗାର ସ୍ତରକୁ କମ୍ କରିଥାଏ ଓ ଇନସୁଲିନ୍ ତିଆରିକୁ ତ୍ୱରାନ୍ୱିତ କରାଇଥାଏ । ଏହାଛଡ଼ା ଡାଲଚିନ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣବତ୍ତା ଧାରଣ କରିଥାଏ ।[/vc_column_text][vc_column_text]ଚର୍ବିଯୁକ୍ତ ମାଛ[/vc_column_text][vc_single_image image=”3249″ img_size=”full” alignment=”center”][vc_column_text]ସାଲମନ୍, ସାର୍ଡାଇନ୍ସ, ହେରିଂ, ମ୍ୟାକରେଲ ପରି ଚର୍ବିଯୁକ୍ତ ମାଛ ଓମେଗା-୩, ଫ୍ୟାଟି ଏସିଡ୍, ଡିଏଚ୍ଏ, ଇପିଏ ଆଦି ଧାରଣ କରିଥାଆନ୍ତି, ଯେଉଁଗୁଡ଼ିକ ରକ୍ତନଳୀର କୋଷଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଏ ଏବଂ ପ୍ରଦାହକୁ କମ୍ କରିଥାଏ । ଏହି ଚର୍ବିଯୁକ୍ତ ମାଛଗୁଡ଼ିକ ହୃତ୍ରୋଗୀ ଓ ମଧୁମେୟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ ।[/vc_column_text][vc_column_text]ଚିଆ ମଞ୍ଜି[/vc_column_text][vc_single_image image=”3250″ img_size=”full” alignment=”center”][vc_column_text]ଚିଆ ମଞ୍ଜି ଅଧିକ ତନ୍ତୁଯୁକ୍ତ ହୋଇଥାଏ ଏବଂ ଏହା ରକ୍ତଚାପ ଓ ପ୍ରଦାହକୁ କମ୍ କରିଥାଏ । ଯେହେତୁ ଏହା ଶରୀରରେ ସୁଗାର ସ୍ତରକୁ କମ୍ କରିଥାଏ ଏହା ମଧୁମେହ ପାଇଁ ଅତ୍ୟନ୍ତ ଉପାଦେୟ ।[/vc_column_text][vc_column_text]ହଳଦୀ[/vc_column_text][vc_single_image][vc_column_text]ହଳଦୀ ଏପରି ଏକ ଦ୍ରବ୍ୟ, ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ହଳଦିରେ ଥିବା କର୍କୁମିନ୍ ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ ଓ ପ୍ରଦାହକୁ ଲାଘବ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ହୃତ୍ ସମସ୍ୟା ଓ କିଡନୀ ସମସ୍ୟାକୁ ଦୂର କରିଥାଏ ।[/vc_column_text][/vc_column][/vc_row]


Share It

Comments are closed.