ଦୀର୍ଘ ଦିନର ବିଚ୍ଛେଦ ପରେ ଏବେ ଏକାଠି ହେଲେ ହ୍ରିତିକ ଏବଂ ସୁସେନ
ବିବାହ ବିଚ୍ଛେଦ ପରେ ପୁଣି ଏକାଠି ହେଲେ ହ୍ରିତିକ ରୋଶନ ଓ ସୁସେନ ଖାନ୍। ସେ ଲକ୍ ଡାଉନ୍ ଯୋଗୁଁ କିଛି ଦିନ ଏକାଠି ରହିବା ପାଇଁ ଆସିଥିବା କହିଛନ୍ତି । ନିଜ ଇନଷ୍ଟାଗ୍ରାମରେ ଏ ବିଷୟରେ ହ୍ରିତିକ୍ ରୋଶନ ସୂଚନା ଦେଇଛନ୍ତି। ସୁସେନ ହେଉଛନ୍ତି ହ୍ରିତିକ୍ଙ୍କ ପୂର୍ବତନ ପତ୍ନୀ । ତାଙ୍କର ଦୁଇଟି ପୁଅ ଅଛନ୍ତି । ସେମାନେ ହେଲେ ହ୍ରେହାନ୍ ,ହ୍ରିଧନ୍ ।
କରୋନା ପାଇଁ ସାରା ଭାରତରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ତାଙ୍କୁ ସାହାରା ଦେବାକୁ ସୁସାନ୍ ଆସିଥିବାରୁ ହ୍ରିତିକ୍ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ପାନାଡେମିକ୍ ସମୟରେ ମନୋବଳେ ବଢାଇଥିବାରୁ ହ୍ରିତିକି ରୋଶନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ତାଙ୍କର ସନ୍ତାନମାନଙ୍କୁ ଏକ ଭଲ ସନ୍ଦେଶ ଦେବ ବୋଲି ହ୍ରିତିକି ଉଲ୍ଲେଖ କରିଛନ୍ତି ।
ସୂଚନା ଯୋଗ୍ୟ ହ୍ରିତିକି ଓ ସୁସାନ୍ଙ୍କର ୨୦୧୪ ମସିହାରେ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ମଧ୍ୟ ସେମାନଙ୍କ ବିଭିନ୍ନ ସମୟରେ ଏକାଠି ଦେଖିବାକୁ ମିଳିଥିଲା । ବିଭିନ୍ନ ସମୟରେ ଲଞ୍ଚ ଓ ଡିନର୍ ଓ ଫ୍ୟାମିଲି ହଲିଡେଜ୍ରେ ସେମାନେ ଏକାଠି ହୋଇଥିଲେ ।
Comments are closed.